Advertisment

Uncertainty Over Bhubaneswar–Dubai Flight: ବନ୍ଦ ହୋଇଯିବ ଭୁବନେଶ୍ୱରରୁ ଦୁବାଇ ବିମାନ ସେବା! ଭବିଷ୍ୟତକୁ ନେଇ ଆଶଙ୍କା

ଭୁବନେଶ୍ୱରରୁ ଦୁବାଇ ସିଧା ବିମାନ ସେବାକୁ ନେଇ ପୁଣି ଦ୍ୱନ୍ଦ୍ୱ। ମାର୍ଚ୍ଚ ୩୦ ପର ତାରିଖ ପାଇଁ ଆଉ ବୁକିଂ ଗ୍ରହଣ କରୁନି ଇଣ୍ଡିଗୋ। ଘାରିଲା ଆଗକୁ ସେବା ବନ୍ଦ ହେବା ଆଶଙ୍କା। ମୁଖ୍ୟ ଶାସନ ସଚିବଙ୍କୁ ୟୁଏଇ ଓଡ଼ିଆ ସମାଜର ଚିଠି।

Uncertainty Over Bhubaneswar Dubai Flight

ବନ୍ଦ ହୋଇଯିବ ଭୁବନେଶ୍ୱରରୁ ଦୁବାଇ ବିମାନ ସେବା! Photograph: (OTV)

Advertisment

ଭୁବନେଶ୍ୱରରୁ ଦୁବାଇକୁ ସିଧା ବିମାନ ଚଳାଚଳର ଭବିଷ୍ୟତକୁ ନେଇ ପୁଣି ଆଶଙ୍କା। ମାର୍ଚ୍ଚ 30 ପର ତାରିଖ ପାଇଁ ବିମାନ ସେବା ଯୋଗାଉଥିବା ସଂସ୍ଥା ଆଉ ବୁକିଂ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଏନେଇ ୟୁଏଇ ଓଡ଼ିଆ ସମାଜ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛି। ଗତବର୍ଷ ମଧ୍ୟ ଅନୁରୂପ ସ୍ଥିତି ଉପୁଜିଥିଲା ବେଳେ ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ସ୍ଥିତି ସ୍ବାଭାବିକ ହୋଇଥିଲା। ତେବେ ୟୁଏଇ ଓଡ଼ିଆ ସମାଜର ଏବର ଚିଠିକୁ ନେଇ ପୁଣି ଦ୍ୱନ୍ଦ୍ୱ ଉପୁଜିଥିଲା ବେଳେ ବିମାନସେବା ପ୍ରଦାନକାରୀ କଂପାନି କିମ୍ବା ସରକାରଙ୍କ ପ୍ରତିକ୍ରିୟା ମିଳି ପାରିନି।

Advertisment

ବନ୍ଦ ହୋଇଯିବ କି ଭୁବନେଶ୍ୱରରୁ ଦୁବାଇ ସିଧା ବିମାନ ସେବା? ଦୁବାଇକୁ ସିଧା ବିମାନ ଚଳାଚଳର ଭବିଷ୍ୟତକୁ ପୁଣି ଦ୍ୱନ୍ଦ୍ୱ। ଗତ ବର୍ଷ ଭଳି ପୁଣି ଆଶଙ୍କା, ଚିନ୍ତାରେ ଯାତ୍ରୀ।

ଏ ଆଶଙ୍କା ୟୁଏଇରେ ଥିବା ସବୁ ପ୍ରବାସୀ ଓଡ଼ିଆଙ୍କର। ଆଉ ସେଇଥିପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏମିତି ଚିଠି ଲେଖି ଉଦବେଗ ଜଣାଇଛି ୟୁଏଇ ଓଡ଼ିଆ ସମାଜ। ସମାଜ ପକ୍ଷରୁ ଦର୍ଶା ଯାଇଛି ଆସନ୍ତା ୩୦ ମାର୍ଚ୍ଚ ପର ତାରିଖ ପାଇଁ ଦୁବାଇରୁ ଭୁବନେଶ୍ବର ସିଧାସଳଖ ବିମାନ ସେବା ପାଇଁ ଇଣ୍ଡିଗୋ ଏୟାରଲାଇନ୍ସରେ ବୁକିଂ ଗ୍ରହଣ କରାଯାଉନି। ଯାହା ମାର୍ଚ୍ଚ ୩୦ ତାରିଖ ପରଠୁ ଦୁବାଇ- ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ସେବା ବନ୍ଦ ଚର୍ଚ୍ଚାକୁ ବଳ ଦେଉଛି। 

Advertisment

ଗତବର୍ଷ ସେପ୍ଟେମ୍ବରରେ ମଧ୍ୟ ସମାନ ଧରଣର ସମସ୍ୟା ଉପୁଜିଥିଲା। ହେଲେ ଠିକ୍ ସମୟରେ ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ବିମାନ ଚଳାଚଳ ସ୍ବାଭାବିକ ହୋଇଥିଲା। ତେଣୁ ଏଭଳି ସ୍ଥିତିରେ ପୁଣି ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦାବି କରିଛି ୟୁଏଇ ଓଡ଼ିଆ ସମାଜ। ହେଲେ ଏନେଇ ବିମାନସେବା ଯୋଗାଉଥିବା ସଂସ୍ଥା ଇଣ୍ଡିଗୋ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ପ୍ରତିକ୍ରିୟା ମିଳିପାରି ନାହିଁ।

ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ପରଠୁ ଏହା ୟୁଏଇରେ ରହୁଥିବା ପ୍ରାୟ 40 ହଜାର ଓଡ଼ିଆଙ୍କ ପାଇଁ ଜୀବନରେଖା ପାଲଟିଯାଇଛି। ଏହା ସହିତ ଦୁବାଇ ଏକ ପ୍ରମୁଖ ବିମାନ ଚଳାଚଳ କେନ୍ଦ୍ର ଭାବରେ କାର୍ଯ୍ୟ କରୁଥିବାରୁ ଅନ୍ୟ ଉପସାଗରୀୟ ଦେଶଗୁଡ଼ିକ ସହ ଭୁବନେଶ୍ୱରର ଯୋଗାଯୋଗକୁ ସୁଗମ କରୁଛି। ସେହିପରି ଉପସାଗରୀୟ ଅଞ୍ଚଳ ଏବଂ ଓଡ଼ିଶା ମଧ୍ୟରେ ପର୍ଯ୍ୟଟନ, ବାଣିଜ୍ୟ ଏବଂ ବ୍ୟବସାୟିକ ଯାତ୍ରାକୁ ପ୍ରୋତ୍ସାହିତ କରିବାରେ ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସୁଛି ଏଇ ସିଧାସଳଖ ବିମାନ ସେବା। ତେଣୁ ଏଇ ବିମାନସେବାର ନିରନ୍ତରତା ଉପରେ ଜୋର୍ ଦେଇଛନ୍ତି ଟୁର୍ ଅପରେଟର୍।

Advertisment

ରାଜ୍ୟକୁ ଅଧିକରୁ ଅଧିକ ପର୍ଯ୍ୟଟକ ଓ ନିବେଶକଙ୍କୁ ଆକର୍ଷିତ କରିବାକୁ ରାଜ୍ୟ ସରକାର ଭୁବନେଶ୍ବରରୁ ଅନ୍ତର୍ଜାତୀୟ ଉଡ଼ାଣ କରୁଥିବା ବିମାନ କମ୍ପାନୀଗୁଡ଼ିକର କ୍ଷତି ଭରଣା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲେ। ବିମାନର ସିଟ୍ ଖାଲି ପଡ଼ିଲେ, ସେହି କ୍ଷତି ବାବଦ ଅର୍ଥ ସରକାର ଦେଉଥିଲେ। ଗତ ଦୁଇ ବର୍ଷ ଭିତରେ ଏହି ବାବାଦରେ ରାଜ୍ୟ ସରକାର 2 କୋଟି 70 ଲକ୍ଷ ଟଙ୍କା ଦେଇଛନ୍ତି। 

ଏହାସତ୍ତ୍ୱେ ପୂର୍ବରୁ ଆବୁଧାବି ଏବଂ ଭୁବନେଶ୍ୱର ମଧ୍ୟରେ ସପ୍ତାହରେ ତିନିଥର ଚାଲୁଥିବା ବିମାନକୁ ମଧ୍ୟ ବନ୍ଦ କରିଦିଆଯାଇଥିବାରୁ ଓଡ଼ିଶା ଏବଂ ୟୁଏଇ ମଧ୍ୟରେ ସିଧାସଳଖ ବିମାନ ସଂଯୋଗ ଯଥେଷ୍ଟ ହ୍ରାସ ପାଇଛି। ଏଭଳି ସ୍ଥିତିରେ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ନେଇ ସୃଷ୍ଟି ହୋଇଥିବା ଏ ଦ୍ୱନ୍ଦ୍ୱ କେବେ ଦୂର ହେଉଛି ଏବେ ତା ଉପରେ ନଜର। 

International Flights Flight Service IndiGo Flight
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ