UK PM Photograph: (OTV)
ଅକ୍ଟୋବର ୮ରେ ଦୁଇ ଦିନିଆ ଭାରତ ଆସୁଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିୟର ଷ୍ଟାର୍ମର (UK PM India Visit)। ଏ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। 9 ତାରିଖରେ ମୁମ୍ବାଇ ଯିବେ, ବ୍ରିଟେନ୍ ପ୍ରଧାନମନ୍ତ୍ରୀ। ଏହି ଅବସରରେ ସେଠାରେ ଆୟୋଜିତ ହେବାକୁ ଥିବା ଗ୍ଲୋବାଲ ଫିନଟେକ୍ ଫେଷ୍ଟ୍ ୨୦୨୫ରେ ଯୋଗ ଦେବେ ଷ୍ଟାର୍ମର। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କିଅର ଷ୍ଟାରମରଙ୍କ ମଧ୍ୟରେ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କାର୍ଯ୍ୟକ୍ରମ ରହିଛି।
ନୂଆଦିଲ୍ଲୀ ଗସ୍ତ ବେଳେ ଭାରତ ଓ ୟୁକେ ମଧ୍ୟରେ କାର୍ଯ୍ୟକାରୀ ହେଉଥିବା ଭିଜନ୍ ୨୦୩୫ର ସମୀକ୍ଷା କରିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ। ସେହିଭଳି ଭାରତ ଓ ବ୍ରିଟେନ୍ ମଧ୍ୟରେ ହେବାକୁ ଥିବାକୁ ୩୫ଶହ କୋଟି ଆମେରିକୀୟ ଡଲାର ମୁକ୍ତ ବାଣିଜ୍ୟ କାରବାର ସମ୍ପର୍କରେ ଦୁଇ ନେତା ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।
ଦୁଇ ନେତାଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନାରେ ଆମେରିକାର ଟାରିଫ୍, ଆତଙ୍କବାଦ ମୁକାବିଲା ସହ ଅନ୍ୟ ପ୍ରସଙ୍ଗ ବି ସ୍ଥାନ ପାଇବ। ପ୍ରଧାନମନ୍ତ୍ରୀ ହେବା ପରେ ଷ୍ଟାରମରଙ୍କର ଏହା ହେବ ପ୍ରଥମ ଭାରତ ଗସ୍ତ। ଏହି ଗସ୍ତ ପରେ ବ୍ରିଟେନ୍ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଅଧିକ ମଜବୁତ ହେବ ବୋଲି ଆଶା କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/05/uk-pm-2025-10-05-08-21-32.jpg)