Advertisment

From Flexible to Strict: ଆଧାର କାର୍ଡ ଜନ୍ମ ତାରିଖ ପରିବର୍ତ୍ତନକୁ ନେଇ ହୀନସ୍ତା , କଠୋର ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଝାଡ଼ିଲେ ଲୋକ

ଆଧାର କାର୍ଡରେ ଜନ୍ମ ତାରିଖ ପରିବର୍ତ୍ତନକୁ ନେଇ ନାହିଁ ନଥିବା ହୀନସ୍ତା। ଜନସେବା କେନ୍ଦ୍ରକୁ ଦୌଡ଼ି ଦୌଡ଼ି ନୟାନ୍ତ ଲୋକେ। ହେଲେ ତ୍ରୁଟି ସୁଧୁରୁନି କି ସମସ୍ୟା ଦୂର ହେଉନି।

ADHAAR

ADHAAR Photograph: (OTV)

Advertisment

ଆଧାର କାର୍ଡରେ ଜନ୍ମ ତାରିଖ ପରିବର୍ତ୍ତନକୁ ନେଇ ନାହିଁ ନଥିବା ହୀନସ୍ତା। ଜନସେବା କେନ୍ଦ୍ରକୁ ଦୌଡ଼ି ଦୌଡ଼ି ନୟାନ୍ତ ଲୋକେ। ହେଲେ ତ୍ରୁଟି ସୁଧୁରୁନି କି ସମସ୍ୟା ଦୂର ହେଉନି। ବାଲେଶ୍ବର ସହର ୧୨ ନମ୍ବର ୱାର୍ଡ ବାସିନ୍ଦା ନବ କିଶୋର ରଣା। ଭୋଟର ଆଇଡି କାର୍ଡରେ ବୟସ ତାଙ୍କର ୬୭ ବର୍ଷ। କିନ୍ତୁ ଆଧାର କାର୍ଡରେ ୬୫, ଅର୍ଥାତ ଦୁଇ ବର୍ଷ କମ୍। ଦୁଇଟି ପ୍ରମଣାପତ୍ରରେ ଭିନ୍ନ ଭିନ୍ନ ତାରିଖ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନବ କିଶୋର। କିନ୍ତୁ ଏପଟେ ଏ ଭୁଲ ସୁଧାରିବାକୁ ଆଉ ବାଟ ନାହିଁ। ଜନସେବା କେନ୍ଦ୍ରକୁ ଯାଇ ଯାଇ ଥକି ଗଲେଣି। କିନ୍ତୁ ଜନ୍ମ ତାରିଖରେ ପରିବର୍ତ୍ତନ ହୋଇପାରୁନି। ସେହିଭଳି ଗଞ୍ଜାମ କମଳାପଦର ଅଞ୍ଚଳର ବୁଲୁ ରାଉତ।  ଆଧାର କାର୍ଡରେ ଜନ୍ମ ତାରିଖ ବଦଳ ପାଇଁ ଦୌଡୁଛନ୍ତି ଏ ଦୁଆରରୁ ସେ ଦୁଆର। କିନ୍ତୁ ହୋଇପାରୁଥିବାରୁ ଏବେ ନିରାଶ। ଆଗକୁ କଣ କରିବେ, ଏବେ କେବଳ ସେଇ ଚିନ୍ତା।...

ପୂର୍ବରୁ ସତ୍ୟପାଠ ଓ ଅନ୍ୟ ସାଧାରଣ ପ୍ରମାଣପତ୍ର ଦେଇ ଆଧାର କାର୍ଡ ଧାରକ ଏକାଧିକ ବାର ଆଧାର କାର୍ଡରେ ଜନ୍ମ ତାରିଖ ପରିବର୍ତ୍ତନ କରିପାରୁଥିଲେ। କିନ୍ତୁ ଏହାଦ୍ବାରା ବିଭିନ୍ନ ସରକାରୀ ଯୋଜନା ଏବଂ ବୟସକୁ ମାପକାଠି ଧରାଯାଉଥିବା ଅନ୍ୟ ସୁବିଧା ସୁଯୋଗ ଲାଗି ଲୋକେ, ଏହାର ଦୁରୁପଯୋଗ କରିବାରୁ ନିକଟରେ ଏ କ୍ଷେତ୍ରରେ କଠୋର ହୋଇଛନ୍ତି ୟୁଆଇଡି କର୍ତ୍ତୃପକ୍ଷ।

Advertisment

ଆଧାର କାର୍ଡରେ ଜନ୍ମ ତାରିଖ ପରିବର୍ତ୍ତନ ପାଇଁ ନିକଟରେ ୟୁନିକ ଆଇଡେଣ୍ଟିଫିକେସ୍ ଅଥରିଟି ବା ୟୁଆଇଡି କର୍ତ୍ତୃପକ୍ଷ ଜାରି କରିଛନ୍ତି ନୂଆ ଗାଇଡଲାଇନ୍। ଯେଉଁଥିରେ ଜନ୍ମ ତାରିଖ ପରିବର୍ତ୍ତନ ପାଇଁ ପୂର୍ବରୁ ଥିବା ସମସ୍ତ ଗାଇଡଲାଇନ୍ ଏପରକି ପୂର୍ବ SOPକୁ ସସ୍ପେଣ୍ଡ କରାଯାଇ ନୂଆ SOP ଜାରି ହୋଇଛି। ନୂଆ ନିୟମ ଅନୁସାରେ ଜଣେ ବ୍ୟକ୍ତିଙ୍କର କେବଳ ଗୋଟିଏ ହିଁ ଜନ୍ମ ତାରିଖ ରହିବ। ସାଧାରଣ କ୍ଷେତ୍ରରେ ଆଧାର କାର୍ଡ ଡାଟାବେସରେ ଜନ୍ମ ତାରିଖ ପରିବର୍ତ୍ତନ କରାଯାଇପାରିବ ନାହିଁ। ତେବେ ସ୍ପେଶାଲ କେସ୍ ଭାବେ ଯଦି ହେବ, ତେବେ କୌଣସି ବୈଧ ଡକ୍ୟୁମେଟ ଆଧାରରେ କରାଯିବ। ଆଧାର କାର୍ଡ ପ୍ରସ୍ତୁତ କର୍ତ୍ତାଙ୍କ ପକ୍ଷରୁ ତ୍ରୁଟି ହୋଇଥିଲେ, ସେ କ୍ଷେତ୍ରରେ ଜନ୍ମତାରିଖ ବଦଳା ଯାଇପାରିବ। ପୂର୍ବରୁ କୌଣସି ଛୋଟ ପିଲା କିମ୍ବା ସେମାନଙ୍କ ଅଭିଭାବକ ଯଦି ଭୁଲ ଜନ୍ମତାରିଖ ଦେଇଥାନ୍ତି, ସେ କ୍ଷେତ୍ରରେ ବୈଧ ଡକ୍ୟୁମେଣ୍ଟ ଦେଇ ଜନ୍ମତାରିଖ ବଦଳାଯାଇପାରିବ। ଜନ୍ମ ତାରିଖ ପରିବର୍ତ୍ତନ ପାଇଁ ଜନ୍ମ ପ୍ରମାଣପତ୍ର ହିଁ ଆଇନଗତ ପ୍ରମାଣପତ୍ର। ତେବେ ସାଧାରଣ କ୍ଷେତ୍ରରେ ଏହାକୁ କେବଳ ଥରୁଟିଏ ବ୍ୟବହାର କରାଯାଇପାରିବ।...ଏପଟେ ସରକାରଙ୍କ ଏ ନୂଆ ନିୟମକୁ ନେଇ ବର୍ଷିଛନ୍ତି ବୁଦ୍ଧିଜୀବୀ।...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ