BUDGET Photograph: (OTV)
ZEN-Gଙ୍କ ପାଇଁ ନିର୍ମଳାଙ୍କ ପେଡ଼ିରେ କଣ ? ଦେଶର ଗ୍ରୋଥ ଇଞ୍ଜିନ ଯୁବପିଢିଙ୍କୁ ଦେବେ କି ଉପହାର ? ସରକାର ଭେଟି ଦେବେ କି ବମ୍ପର ନିଯୁକ୍ତି ? ଷ୍ଟାର୍ଟଅପ ପାଇଁ ହାତ ଖୋଲିଦେବେ କି ନିର୍ମଳା ? MSME ସେକ୍ଟର ପାଇଁ ବଢ଼ିପାରେ ବ୍ୟୟ ବରାଦ ।
ଇଜ୍ ଅଫ ଡୁଇଂର ରୂପରେଖକୁ ନେଇ ବଜେଟରେ ଅନେକ ଆଶା ବାନ୍ଧିଛନ୍ତି ଯୁବ ଉଦ୍ୟୋଗୀ। ଏଥର ବି MSME ସେକ୍ଟରକୁ ଅଧିକ ପ୍ରୋତ୍ସାହନ ଦେଇପାରନ୍ତି ନିର୍ମଳା। ଅଧିକ କ୍ରେଡିଟ ଫାସିଲିଟି ବା ଋଣ ପାଇଁ ବ୍ୟାଙ୍କ ଲିଙ୍କେଜ୍ ଯୋଗାଇବା ନେଇ ଆଶା ବାନ୍ଧିଛନ୍ତି ଯୁବ ଉଦ୍ୟୋଗୀ। GSTରେ ସରଳୀକରଣ ସହ କୃଷି ଯନ୍ତ୍ରପାତି ଓ କୃଷକଙ୍କୁ ଅଧିକ ସଶକ୍ତୀକରଣ କରିବାକୁ ପ୍ରୋତ୍ସାହନ ପାଇଁ ଦାବି ହେଉଛି।
ନିଯୁକ୍ତି ନେଇ ହୋଇପାରେ ବଡ଼ ଘୋଷଣା
ସେହିପରି ବଜେଟରେ ରୋଜଗାର ଉପରେ ନଜର ରଖିଛନ୍ତି ଯୁବପିଢି। ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ପବ୍ଲିକ ସେକ୍ଟରରେ ଚାକିରି ବୟସ ସୀମା ବୃଦ୍ଧି ପାଇଁ ଦାବି ହୋଇଛି। ଶିକ୍ଷିତ ବେକାର ଯୁବକଙ୍କ ସଂଖ୍ୟା ବହୁଳ ବଢୁଥିବାରୁ ବଜେଟରେ କିଛି ନୂଆ ଯୋଜନାକୁ ସାମିଲ କରାଯାଇପାରେ। ...
ଯୁବ ବର୍ଗଙ୍କ ସ୍କିଲ ଅପଗ୍ରେଡେସନ୍ ଉପରେ ଗୁରୁତ୍ୱ ଦେଇପାରନ୍ତି ନିର୍ମଳା। ସେଥିପାଇଁ MSME ସେକ୍ଟରକୁ କ୍ରେଡିଟ୍ ଲିଙ୍କେଜ୍ ସହ ଗ୍ଲୋବାଲ ମାର୍କେଟିଂକୁ ଅଧିକ ଫୋକସ କରିପାରନ୍ତି କେନ୍ଦ୍ର ସରକାର। ବଜାର ଏକ୍ସପର୍ଟଙ୍କ ମତରେ, MSMEରେ କଷ୍ଟ୍, କ୍ୱାଲିଟି ଓ ଟାଇମ୍ ମ୍ୟାନେଜମେଣ୍ଟ ଉପରେ ଅଧିକ ଧ୍ୟାନ ଦିଆଯିବା ଆବଶ୍ୟକ। ଗ୍ଲୋବାଲ କ୍ୟାପାବୁଲ୍ ସେଣ୍ଟର-GCC ଡିମାଣ୍ଡ ପୂରଣ ପାଇଁ ୟୁଥ୍ ମାନଙ୍କୁ ଅଧିକ ସ୍କିଲିଂ କରିବାକୁ ପଡ଼ିବ। ସେହି ଆଧାରରେ ବଜେଟରେ ଅଧିକ ଗୁରୁତ୍ୱ ଦିଆଯିବା ଦରକାର ବୋଲି ବିଶେଷଜ୍ଞ କହିଛନ୍ତି। ...
ବିକଶିତ ଭାରତର ଭିଜନକୁ ଦୃଷ୍ଟିରେ ରଖି ବଜେଟ ଉପସ୍ଥାପନ କରିପାରନ୍ତି ନିର୍ମଳା ସୀତାରମଣ। ଦେଶ ନିର୍ମାଣରେ ବଡ଼ ଭୂମିକା ତୁଲାଉଥିବା ସଶକ୍ତ ଯୁବପିଢି ଓ ଉଦ୍ୟୋଗୀଙ୍କୁ କି ପ୍ୟାକେଜ୍ ଦେବେ ସରକାର ତା ଉପରେ ନଜର। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/29/budget-2026-01-29-20-38-36.jpg)