Advertisment

Train Travel Gets Costlier: ଆଜିଠୁ ମହଙ୍ଗା ଟ୍ରେନ୍ ଟିକେଟ୍  , ନନ୍ ACରେ ୫୦୦ କି.ମି. ଯାତ୍ରା ପାଇଁ ଅଧିକ ୧୦ ଟଙ୍କା

ଆଜିଠୁ ମହଙ୍ଗା ହେଲା ଟ୍ରେନ ଯାତ୍ରା। ଭାରତୀୟ ରେଳବାଇ ଅନୁସାରେ ୨୧୫ କିଲୋମିଟର ପର୍ଯ୍ୟନ୍ତ ସାଧାରଣ ଶ୍ରେଣୀ ଯାତ୍ରା ପାଇଁ ଭଡା ବୃଦ୍ଧି କରାଯାଇ ନାହିଁ । କିନ୍ତୁ ଏହାଠାରୁ ଅଧିକ ଦୂରତା ପାଇଁ ସାଧାରଣ ଶ୍ରେଣୀରେ ପ୍ରତି କିଲୋମିଟରରେ ୧ ପଇସା ବୃଦ୍ଧି ହୋଇଛି।

TRAIN

TRAIN Photograph: (OTV)

Advertisment

ଆଜିଠୁ ମହଙ୍ଗା ହେଲା ଟ୍ରେନ ଯାତ୍ରା। ଭାରତୀୟ ରେଳବାଇ ଅନୁସାରେ ୨୧୫ କିଲୋମିଟର ପର୍ଯ୍ୟନ୍ତ ସାଧାରଣ ଶ୍ରେଣୀ ଯାତ୍ରା ପାଇଁ ଭଡା ବୃଦ୍ଧି କରାଯାଇ ନାହିଁ । କିନ୍ତୁ ଏହାଠାରୁ ଅଧିକ ଦୂରତା ପାଇଁ ସାଧାରଣ ଶ୍ରେଣୀରେ ପ୍ରତି କିଲୋମିଟରରେ ୧ ପଇସା ବୃଦ୍ଧି ହୋଇଛି। ସେହିପରି ମେଲ୍/ଏକ୍ସପ୍ରେସନ୍ ନନଏସି ଓ ଏସି କୋଚରେ କିଲୋମିଟର ପ୍ରତି ୨ ପଇସା ମହଙ୍ଗା ହୋଇଛି ଟ୍ରେନ୍ ଯାତ୍ରା। ଏସି କୋଚରେ ଯାଉଥିଲେ ଯାତ୍ରୀ କିଲୋମିଟର ପିଛା ଗଣିବେ ଅଧିକ ୨ ପଇସା। ନନ୍ ଏସିରେ ୫୦୦ କିଲୋମିଟର ଯାତ୍ରା କଲେ ପୂର୍ବ ଭଡ଼ା ଅପେକ୍ଷା ପକେଟରୁ ଯିବ ଅଧିକ ୧୦ ଟଙ୍କା। ସମ୍ପୂର୍ଣ୍ଣ କ୍ରାନ୍ତି ଏକ୍ସପ୍ରେସ୍, ବନ୍ଦେ ଭାରତ ଓ ରାଜଧାନୀ ଭଳି ପ୍ରିମିୟମ୍ ଟ୍ରେନରେ ଯାତ୍ରା କଲେ ହଜାରେ କିଲୋମିଟରରେ ୨୦ ଟଙ୍କା ଅଧିକ ଗଣିବେ ଯାତ୍ରୀ। ଏହାଦ୍ବାରା ରେଳବାଇକୁ ବାର୍ଷିକ ୬୦୦ କୋଟି ଅତିରିକ୍ତ ରାଜସ୍ୱ ମିଳିବ। 

Advertisment

ଆଜିଠୁ ମହଙ୍ଗା ଟ୍ରେନ୍ ଟିକେଟ୍  
କିଲୋମିଟର୍ ପିଛା ୧ ପଇସା ବୃଦ୍ଧି 
ମେଲ୍/ଏକ୍ସପ୍ରେସନ୍ କୋଚରେ ୨ ପଇସା ମହଙ୍ଗା
୨୧୫ କି.ମି. ଯାଏଁ ସାଧାରଣ ଶ୍ରେଣୀ ଯାତ୍ରା ପାଇଁ ବଢ଼ିବନି ଭଡ଼ା
ନନ୍ ACରେ ୫୦୦ କି.ମି. ଯାତ୍ରା ପାଇଁ ଅଧିକ ୧୦ ଟଙ୍କା
ପ୍ରିମିୟମ୍ ଟ୍ରେନରେ ହଜାରେ କି.ମି.ରେ ୨୦ ଟଙ୍କା ଅଧିକ 
ରେଳବାଇକୁ ମିଳିବ ବାର୍ଷିକ ୬୦୦ କୋଟି ଅତିରିକ୍ତ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ