Advertisment

Tragic End for Travel Star: ରାତିରେ ହୋଟେଲ ଗଲେ ଶୋଇବାକୁ , ସକାଳୁ ଉଠିଲେନି...କିଏ ଏହି ଟ୍ରାଭେଲ୍ ଇନଫ୍ଲୁଏନ୍ସର ଅନୁନୟ ସୁଦ ?

ନୋଏଡାରୁ ଯାଇ ଦୁବାଇରେ ରହୁଥିବା ଅନୁନୟ ସୁଦ କେବଳ ଏକ ଟ୍ରାଭେଲର୍ ନୁହଁନ୍ତି , ବରଂ ସେ ଯୁବକମାନଙ୍କ ପାଇଁ ପ୍ରେରଣା ଥିଲେ। ତାଙ୍କର ଇନଷ୍ଟାଗ୍ରାମରେ ୧୪ ଲକ୍ଷରୁ ଅଧିକ ଫଲୋଅର୍ସ ଥିଲେ

influencer

influencer Photograph: (OTV)

Advertisment

ଜଣାଶୁଣା ଟ୍ରାଭେଲ୍ ଇନଫ୍ଲୁଏନ୍ସର ଅନୁନୟ ସୁଦ (Anunay Sood)ଙ୍କ ଆମେରିକାର ଲାସ୍ ଭେଗାସରେ ମୃତ୍ୟୁ ହୋଇଯାଇଛି। ଇନଷ୍ଟାଗ୍ରାମରେ ତାଙ୍କର ୧୪ ଲକ୍ଷ ଫଲୋଅର୍ସ ଥିଲା। ଭିଡିଓ ସୁଟ୍ କରିବା ପରେ ହୋଟେଲ୍‌ରେ ଶୋଇଥିବା ଅନୁନୟ ସକାଳେ ନ ଉଠିଲେ। ପରିବାର ଲୋକ ସୋସିଆଲ୍ ମିଡିଆରେ ଏହି ଦୁଃଖଦ ଖବର ଶେୟାର୍ କରିଛି। ଅନୁନୟ ଯୁବକମାନଙ୍କ ପାଇଁ ପ୍ରେରଣା ଥିଲେ ଏବଂ ଫୋର୍ବ୍ସ୍ ଇଣ୍ଡିଆର ଟପ୍ ୧୦୦ ଷ୍ଟାର୍ସ୍‌ରେ ସାମିଲ୍ ଥିଲେ। 

Advertisment

ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଅନୁନୟ ସୁଟ୍ କରି ହୋଟେଲ୍ ରୁମରେ ପହଞ୍ଚିଥିଲେ। ଆଉ ଶୋଇ ପଡିଥିଲେ । କିନ୍ତୁ ସକାଳେ ଆଉ ଉଠିନଥିଲେ । ଟିମ୍ ସଦସ୍ୟମାନେ ଉଠାଇବାକୁ ପ୍ରୟାସ କରିଥିଲେ । କିନ୍ତୁ ସେ ଉଠିଲେ ନାହିଁ। ହସ୍ପିଟାଲ୍‌କୁ ନେବା ପରେ ଡାକ୍ତର ମୃତ ଘୋଷଣା କରିଦେଇଥିଲେ।

୩ ଭାଇ-ଭଉଣୀ ମଧ୍ୟରେ ସବୁଠାରୁ ଛୋଟ ଥିଲେ ଅନୁନୟ 

ଅନୁନୟ ସୁଦଙ୍କ ପିତା ରାହୁଲ ସୁଦ ଅବସରପ୍ରାପ୍ତ ଇଞ୍ଜିନିୟର୍। ଅନୁନୟ ତିନି ଭାଇ ଭଉଣୀଙ୍କ ମଧ୍ୟରେ ସବୁଠାରୁ ଛୋଟ ଥିଲେ। ଦୁଇ ବଡ଼ ଭଉଣୀଙ୍କ ବିବାହ ହୋଇସାରିଛି। ଅନୁନୟଙ୍କ ନୋ‌ଏଡା ଘରେ ଥିବା ସିକ୍ୟୁରିଟି ଗାର୍ଡ କହୁଛନ୍ତି ଯେ ଅନୁନୟଙ୍କ ମା' ଦୁବାଇରେ ଅଛନ୍ତି । ସେମାନେ ସେଠାରୁ ନୋଏଡାକୁ ଫେରୁଛନ୍ତି। ପ୍ରାୟ ଏକ ସପ୍ତାହ ମଧ୍ୟରେ ଶବକୁ ନୋଏଡାକୁ ଆଣାଯିବ।

Advertisment

ଇନଷ୍ଟାଗ୍ରାମରେ ୧୪ ଲକ୍ଷ ଫଲୋଅର୍ସ

ନୋଏଡାରୁ ଯାଇ ଦୁବାଇରେ ରହୁଥିବା ଅନୁନୟ ସୁଦ କେବଳ ଏକ ଟ୍ରାଭେଲର୍ ନୁହଁନ୍ତି , ବରଂ ସେ ଯୁବକମାନଙ୍କ ପାଇଁ ପ୍ରେରଣା ଥିଲେ। ତାଙ୍କର ଇନଷ୍ଟାଗ୍ରାମରେ ୧୪ ଲକ୍ଷରୁ ଅଧିକ ଫଲୋଅର୍ସ ଥିଲେ, ଯେତେବଳେ କି ୟୁଟ୍ୟୁବ୍‌ରେ ପ୍ରାୟ ଚାରି ଲକ୍ଷ ସବ୍‌ସ୍କ୍ରାଇବର୍ସ୍ ଅଛନ୍ତି। ତାଙ୍କର ରିଲ୍ସ୍ ଏବଂ ଫଟୋଗ୍ରାଫି ସୋସିଆଲ୍ ମିଡିଆରେ ଟ୍ରାଭେଲ୍ କଣ୍ଟେଣ୍ଟକୁ ଏକ ନୂତନ ପରିଚୟ ଦେଇଥିଲା। ସେ ଫୋର୍ବ୍ସ୍ ଇଣ୍ଡିଆର ଟପ୍ ୧୦୦ ଷ୍ଟାର୍ସ୍‌ରେ ସ୍ଥାନ ପାଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ