PM Modi Photograph: (OTV)
ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମମତା ସରକାରଙ୍କ ଅପମାନକୁ ନେଇ ବଢୁଛି ଉଦବେଗ। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ଲଜ୍ଜାଜନକ ଓ ଅସାମ୍ବିଧାନିକ ବୋଲି ‘ଏକ୍ସ’ରେ ପୋଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଗଣତନ୍ତ୍ରରେ ବିଶ୍ବାସ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏହା କଷ୍ଟଦାୟକ ।
ଆଦିବାସୀ ସଶକ୍ତୀକରଣରେ ବିଶ୍ୱାସ ରଖୁଥିବା ବ୍ୟକ୍ତି ଏଥିପାଇଁ ହତାଶ ହୋଇଛନ୍ତି। ଆଦିବାସୀ ସମାଜରୁ ଆସିଥିବା ରାଷ୍ଟ୍ରପତି ନିଜେ ଯନ୍ତ୍ରଣା ଓ ଦୁଃଖ ପ୍ରକାଶ କରିଛନ୍ତି। ଏପରି ଆଚରଣ ଭାରତର ଲୋକମାନଙ୍କ ମନରେ ବହୁତ ଦୁଃଖ ସୃଷ୍ଟି କରିଛି। ପଶ୍ଚିମବଙ୍ଗର TMC ସରକାର ପ୍ରକୃତରେ ସମସ୍ତ ସୀମା ଅତିକ୍ରମ କରିଛି। ସେଠାକାର ପ୍ରଶାସନ ରାଷ୍ଟ୍ରପତିଙ୍କୁ ଏହି ଅପମାନ ପାଇଁ ଦାୟୀ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ। ...
ସେହିପରି ବିଜେପି ମଧ୍ୟ ଘଟଣାକୁ ନିନ୍ଦା କରିଛି। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଲେଖିଛନ୍ତି ପଶ୍ଚିମବଙ୍ଗରେ ଆଜିର ଘଟଣା ମମତା ସରକାରଙ୍କ ଅଧୀନରେ ସାମ୍ବିଧାନିକ ଢାଞ୍ଚାର ସମ୍ପୂର୍ଣ୍ଣ ପତନକୁ ସୂଚିତ କରୁଛି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଏହି ଘଟଣାର ନିନ୍ଦା କରିଛନ୍ତି । ପଶ୍ଚିମବଙ୍ଗ ସରକାର ରାଷ୍ଟ୍ରପତିଙ୍କ ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବାର ସେ ମତ ଦେଇଛନ୍ତି ।
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ କହିଲେ ମୋଦି
ଲଜ୍ଜାଜନକ ଏବଂ ଅସାମ୍ବିଧାନିକ ବୋଲି ‘ଏକ୍ସ’ରେ ପୋଷ୍ଟ
'ଗଣତନ୍ତ୍ରରେ ବିଶ୍ବାସ କରୁଥିବା ବ୍ୟକ୍ତିମାନଙ୍କ ପାଇଁ କଷ୍ଟଦାୟକ'
'ଆଦିବାସୀ ସଶକ୍ତୀକରଣରେ ବିଶ୍ୱାସ ରଖୁଥିବା ବ୍ୟକ୍ତି ଏଥିପାଇଁ ହତାଶ'
'ଆଚରଣ ଭାରତର ଲୋକମାନଙ୍କ ମନରେ ବହୁତ ଦୁଃଖ ସୃଷ୍ଟି କରିଛି'
'ପଶ୍ଚିମବଙ୍ଗର TMC ସରକାର ପ୍ରକୃତରେ ସମସ୍ତ ସୀମା ଅତିକ୍ରମ କରିଛନ୍ତି'
ସେଠାକାର ପ୍ରଶାସନ ରାଷ୍ଟ୍ରପତିଙ୍କୁ ଏହି ଅପମାନ ପାଇଁ ଦାୟୀ- ପ୍ରଧାନମନ୍ତ୍ରୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/07/pm-modi-2026-03-07-21-10-03.jpg)