Advertisment

Dog Bite Cases: କୁକୁରଙ୍କୁ ଖାଇବାକୁ ଦେଉଥିବା ଲୋକେ ମଧ୍ୟ ଅଘଟଣ ପାଇଁ ଦାୟୀ ରହିବେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଲେ ସୁପ୍ରିମକୋର୍ଟ

ରାସ୍ତାରେ କୁକୁରଙ୍କୁ ଖାଇବାକୁ ଦେଉଥିବା ଲୋକେ ମଧ୍ୟ କିଛି ଅଘଟଣ ଘଟିଲେ ଦାୟୀ ରହିବେ। ବୁଲା କୁକୁରଙ୍କୁ ଖାଇବାକୁ ଦେଇ ସହାନୁଭୂତି ସାଉଁଟୁଥିବା ଲୋକଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି। କୁକୁର ପ୍ରେମୀ ମାନେ ବୁଲା କୁକୁରଙ୍କୁ ନିଜ ଘରକୁ ନେଇ ଖାଇବାକୁ ଦିଅନ୍ତୁ ବୋଲି ବିଚାରପତି କହିଛନ୍ତି।

Dog

Dog Photograph: (OTV)

Advertisment

ବୁଲା କୁକୁରଙ୍କ ଦୌରାତ୍ମ୍ୟକୁ ନେଇ ଆଜି ହୋଇଥିବା ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଲେ ସୁପ୍ରିମକୋର୍ଟ। ଏହି ମାମଲାରେ ଯଦି କୌଣସି ପଦକ୍ଷେପ ନନେଲେ ତାହେଲେ ବୁଲା କୁକୁର କାମୁଡାରେ ଯେଉଁ ମାନେ ଆହତ ହେଉଛନ୍ତି କିମ୍ବା ମୃତ୍ୟୁ ହେଉଛି ସେମାନଙ୍କ ପରିବାରକୁ ସରକାର କ୍ଷତିପୂରଣ ଦେବେ। ଏଥିସହ କୁକୁର କାମୁଡାରେ ଯେଉଁମାନେ ଜୀବନବ୍ୟାପୀ ସମସ୍ୟା ଭୋଗୁଛନ୍ତି ସେମାନଙ୍କ ପ୍ରତି ମଧ୍ୟ ଦାୟିତ୍ବ ବୋଧ ନେବେ ସରକାର।

Advertisment

ବୁଲା କୁକୁରଙ୍କୁ ନିଜ ଘରକୁ ନେଇ ଖାଇବାକୁ ଦିଅନ୍ତୁ

ରାସ୍ତାରେ କୁକୁରଙ୍କୁ ଖାଇବାକୁ ଦେଉଥିବା ଲୋକେ ମଧ୍ୟ କିଛି ଅଘଟଣ ଘଟିଲେ ଦାୟୀ ରହିବେ। ବୁଲା କୁକୁରଙ୍କୁ ଖାଇବାକୁ ଦେଇ ସହାନୁଭୂତି ସାଉଁଟୁଥିବା ଲୋକଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି। କୁକୁର ପ୍ରେମୀ ମାନେ ବୁଲା କୁକୁରଙ୍କୁ ନିଜ ଘରକୁ ନେଇ ଖାଇବାକୁ ଦିଅନ୍ତୁ ବୋଲି ବିଚାରପତି କହିଛନ୍ତି। ବୁଲା କୁକୁରଙ୍କ ପ୍ରତି ଯଦି ଏତେ ଦୟା ମନୋଭାବ ସୃଷ୍ଟି ହେଉଛି, ତାଙ୍କୁ ବାହାରେ ନରଖି ନିଜ ଘରକୁ ନେଇଯାଆନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

କୁକୁର ପ୍ରେମୀ ମାନେ କୁକୁରଙ୍କ ଦୌରାତ୍ମ୍ୟ ପାଇଁ ହେଉଥିବା ଅଘଟଣ ଉପରେ ସମ୍ପୂର୍ଣ୍ଣ ଅଜ୍ଞ ବୋଲି କହିଛନ୍ତି। ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ। ସବୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଆନିମଲ ବର୍ଥ କଣ୍ଟ୍ରୋଲ ଉପରେ ନିୟନ୍ତ୍ରଣ ହରାଇଛନ୍ତି ବୋଲି ସୁପ୍ରିମକୋର୍ଟ  କହିଛନ୍ତି... 

Advertisment


ସୁପ୍ରିମକୋର୍ଟରେ ବୁଲା କୁକୁରଙ୍କ ଦୌରାତ୍ମ୍ୟକୁ ନେଇ ଶୁଣାଣି 
କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଲେ ସୁପ୍ରିମକୋର୍ଟ
`ମାମଲାରେ କୌଣସି ପଦକ୍ଷେପ ନନେଲେ କ୍ଷତିପୂରଣ ଦେବେ ସରକାର' 
`କୁକୁର କାମୁଡାରେ ସମସ୍ୟା ଭୋଗୁଥିବା ଲୋକଙ୍କ ଦାୟିତ୍ବ ମଧ୍ୟ ନେବେ '
`କୁକୁରଙ୍କୁ ଖାଇବାକୁ ଦେଉଥିବା ଲୋକେ ମଧ୍ୟ ଅଘଟଣ ପାଇଁ ଦାୟୀ ରହିବେ'

ବୁଲା କୁକୁରଙ୍କୁ ଖାଇବାକୁ ଦେଇ ସହାନୁଭୁତି ସାଉଁଟୁଥିବା ଲୋକଙ୍କୁ ଚେତାବନୀ 
`କୁକୁର ପ୍ରେମୀ ମାନେ ବୁଲା କୁକୁରଙ୍କୁ ନିଜ ଘରକୁ ନେଇ ଖାଇବାକୁ ଦିଅନ୍ତୁ' 
`ବୁଲା କୁକୁରଙ୍କ ପ୍ରତି ଯଦି ଏତେ ଦୟା ଆସୁଛି, ନିଜ ଘରକୁ ନେଇଯାଆନ୍ତୁ' 
`ଆନିମଲ ବାର୍ଥ କଣ୍ଟ୍ରୋଲ ଉପରେ ନିୟନ୍ତ୍ରଣ ହରାଇଛନ୍ତି ସରକାର' 

Advertisment

Supreme Court Stray Dog
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ