Terrorist-Doctor-UncoveredAK-47 Photograph: (OTV)
ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ । ୨ ଡାକ୍ତର ଗିରଫ ସହ ମିଳିଲା ୩୬୦ କିଲୋ ରାସାୟନିକ ପଦାର୍ଥ । ଆତଙ୍କୀ ଲିଙ୍କ୍ ଥିବା ଗିରଫ ଡାକ୍ତରଙ୍କ ପାଖରୁ ଜମ୍ମୁ- କାଶ୍ମୀର ପୋଲିସ ଫରିଦାବାଦରୁ 360 କିଲୋଗ୍ରାମ ରାସାୟନିକ ପଦାର୍ଥ ବା ଆମୋନିୟମ୍ ନାଇଟ୍ରେଟ୍ ଏବଂ ଏକ ରାଇଫଲ୍ ଜବତ କରିଛି।
ଗତ ସପ୍ତାହରେ ଗିରଫ ହୋଇଥିଲା ଡାକ୍ତର ଆଦିଲ୍ ଅହମ୍ମଦ ରାଥର। ୟୁପି ସାହାରନପୁରରୁ ଡାକ୍ତର ଆଦିଲଙ୍କୁ ଗିରଫ କରିଥିଲା ପୋଲିସ୍। ଘରୋଇ ଡାକ୍ତରଖାନାରେ କାମ କରି ଆତଙ୍କୀ ଗତିବିଧିରେ ସାମିଲ ଥିଲେ।
ଜୈସ୍ ଏ ମହମ୍ମଦ ସହ ଡାକ୍ତର ଆଦିଲଙ୍କ ସମ୍ପର୍କ । ଡାକ୍ତର ଆଦିଲଙ୍କୁ ପଚରାଉଚରା ବେଳେ ଫରିଦାବାଦ୍ ମଡେଲ୍ ଜଣାପଡ଼ିଛି ।ଜମ୍ମୁକଶ୍ମୀରରେ ଆତଙ୍କବାଦୀଙ୍କ ସହ ଲିଙ୍କରେ ଥିଲା କାଲି ଗୁଜରାଟରୁ ଧରାପଡ଼ିଥିଲେ ୩ ISI ଆତଙ୍କୀ ।
ଅନନ୍ତନାଗ ମେଡିକାଲ କଲେଜର ଏକ ଡାକ୍ତରଙ୍କ ଲକରରୁ ମିଳିଛି AK-47 ରାଇଫଲ । ଗିରଫ ଡାକ୍ତରଙ୍କ ନାମ ଅଦିଲ ଆହମଦ ରାଥର, ଯାହାଙ୍କ ଘର କୁଲଗାମ ଜିଲ୍ଲାରେ । ତାଙ୍କ ସହ ଅନ୍ୟ ଡାକ୍ତର ମୁଜାମିଲ ମଧ୍ୟ ଗିରଫ ହୋଇଛନ୍ତି ।
ଡାକ୍ତର ରାଥର ତାଙ୍କ ସହଯୋଗୀ ଡାକ୍ତର ମୁଜାହିଲ୍ ଶାକିଲଙ୍କ ଘରେ ଏହି ବିସ୍ଫୋରକ ଓ ଅସ୍ତ୍ର ଲୁଚାଇ ରଖିଥିଲେ । ଏବେ ମୁଜାହିଲ୍ ମଧ୍ୟ ପୋଲିସ ହେପାଜିତରେ ଅଛନ୍ତି । ଏହି ଦୁଇ ଡାକ୍ତର ନା ଆଉ କିଛି ଡାକ୍ତର ଆତଙ୍କବାଦୀ ଲିଙ୍କରେ ଅଛନ୍ତି କି ନାହିଁ ତାର ତଦନ୍ତ ଚାଲୁଛି ।
ରାଜଧାନୀ ନିକଟରେ ଏତେ ବିପୁଳ ପରିମାଣର ବିସ୍ଫୋରକ ମିଳିବାରୁ ସୁରକ୍ଷା ଏଜେନ୍ସିମାନେ ଚିନ୍ତା ପ୍ରକଟ କରିଛନ୍ତି । ଆତଙ୍କବାଦୀଙ୍କ ନୂଆ ଟାର୍ଗେଟ ଏବେ ଉଚ୍ଚ ଶିକ୍ଷିତ ଯୁବକମାନେ ଯାହା ଏବେ ଚିନ୍ତାର ବିଷୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/10/terrorist-doctor-uncoveredak-47-2025-11-10-16-54-07.jpg)