Advertisment

UP Student Die Of Excess Fast Food: ସାବଧାନ! ପୁଣି ଜଣେ ଛାତ୍ରୀଙ୍କ ଜୀବନ ନେଲା ଫାଷ୍ଟଫୁଡ୍

ଫାଷ୍ଟଫୁଡ୍ ଖାଉଥିଲେ ହୁସିଆର ! ପୁଣି ଜଣେ ଛାତ୍ରୀଙ୍କ ଜୀବନ ନେଲା ଫାଷ୍ଟଫୁଡ୍। ପ୍ରଥମେ ଜ୍ୱର ହେଲା, ହସ୍ପିଟାଲକୁ ନେବା ପରେ ଚାଲିଗଲା ପ୍ରାଣ। ଉତ୍ତରପ୍ରଦେଶ ଅମରୋହ ଜିଲ୍ଲାରୁ ଆସିଛି ଏମିତି ଚିନ୍ତାଜନକ ଘଟଣା ।

UP Student Die Of Excess Fast Food

ସାବଧାନ! ପୁଣି ଜଣେ ଛାତ୍ରୀଙ୍କ ଜୀବନ ନେଲା ଫାଷ୍ଟଫୁଡ୍ Photograph: (OTV)

Advertisment

ଫାଷ୍ଟଫୁଡ୍ ଖାଉଥିଲେ ହୁସିଆର ! ପୁଣି ଜଣେ ଛାତ୍ରୀଙ୍କ ଜୀବନ ନେଲା ଫାଷ୍ଟଫୁଡ୍। ପ୍ରଥମେ ଜ୍ୱର ହେଲା, ହସ୍ପିଟାଲକୁ ନେବା ପରେ ଚାଲିଗଲା ପ୍ରାଣ।

Advertisment

ଫାଷ୍ଟଫୁଡ୍ ଖାଇବା କାହାକୁ ବା ପସନ୍ଦ ନୁହେଁ । ବର୍ଗର, ପିଜ୍ଜା, ଚାଓମିନ୍ ହେଉକି କି ରୋଲ୍ ପିଲାଠୁ ଯୁବକ ସମସ୍ତଙ୍କର ଭାରି ପ୍ରିୟ । ହେଲେ ପାଟିକୁ ସୁଆଦିଆ ଲାଗୁଥିବା ଫାଷ୍ଟଫୁଡ୍ ଶରୀର ପାଇଁ କେମିତି କାଳ ହୁଏ ତାହାର ଏକ ସଦ୍ୟ ଘଟଣା ସାମ୍ନାକୁ ଆସିଛି। ଅତ୍ୟଧିକ ଫାଷ୍ଟଫୁଡ୍ ଖାଇବା ଯୋଗୁଁ କିଛି ଦିନ ତଳେ ଜଣେ ୧୬ ବର୍ଷୀୟା ନାବାଳିକାର ମୃତ୍ୟୁ ହୋଇଥିବାବେଳେ ଏବେ ଆଉ ଜଣେ ୧୮ ବର୍ଷୀୟା ଛାତ୍ରୀଙ୍କ ଜୀବନ ଚାଲିଯାଇଛି। ପ୍ରଥମେ ଜ୍ୱର ହେଲା ଆଉ ତା'ପରେ ମସ୍ତିଷ୍କ ଶିରାରେ ଗଣ୍ଠି ସୃଷ୍ଟି ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଉତ୍ତରପ୍ରଦେଶ ଅମରୋହ ଜିଲ୍ଲାରୁ ଆସିଛି ଏମିତି ଚିନ୍ତାଜନକ ଘଟଣା । ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମଣ୍ଡି ଧନୌରା ଥାନା ଅନ୍ତର୍ଗତ ଚୁଚୌଲା ଗାଁର ଚାଷୀ ନଦୀମ ଅହମ୍ମଦଙ୍କ ଝିଅ ଇଲମା ଏକ ଘରୋଇ ସ୍କୁଲରେ ଯୁକ୍ତ ଦୁଇ ପଢିବା ସହ ନିଟ୍ ପାଇଁ ପ୍ରସ୍ତୁତି କରୁଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ, ପ୍ରାୟ ମାସେ ତଳେ ଇଲମାଙ୍କୁ ଟାଇଫଏଡ ହୋଇଥିଲା । ତା' ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡିବାରେ ଲାଗିଲା । ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯାଞ୍ଚରୁ ଜଣାପଡିଲା ଇଲମାଙ୍କ ମୁଣ୍ତରେ ୨୫ଟି ଗଣ୍ଠି ସୃଷ୍ଟି ହୋଇଛି । ଡାକ୍ତରଙ୍କ କହିବା ଅନୁଯାୟୀ, ଫାଷ୍ଟଫୁଡରେ ବ୍ୟବହାର ହେଉଥିବା ପତ୍ରକୋବି ମାଧ୍ୟମରେ ଶରୀରକୁ ପ୍ରବେଶ କରିଥିବା ଏକ ପୋକ ମସ୍ତିଷ୍କକୁ ଯାଇ ସଂକ୍ରମଣ କରିଥିଲା । ଏହି ସଂକ୍ରମଣ ଫଳରେ ଛାତ୍ରୀଙ୍କ ମସ୍ତିଷ୍କ ଶିରାରେ ଗଣ୍ଠି ହୋଇଥିଲା ।  ଗତ ୨୯ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

Advertisment

ଏହି ଖବରର ଭିଡିଓ ଦେଖିବାକୁ ଚାହୁଥିଲେ ତଳେ କ୍ଲିକ୍ କରନ୍ତୁ:

ଏହାପୂର୍ବରୁ ଅମରୋହ ଜିଲ୍ଲାର ଜଣେ ୧୬ ବର୍ଷୀୟା ନାବାଳିକା ଅହାନାଙ୍କ ଅତ୍ୟଧିକ ଫାଷ୍ଟଫୁଡ ଖାଇବା ଯୋଗୁଁ ମୃତ୍ୟୁ ହୋଇଥିବା ଖବର ଚର୍ଚ୍ଚାକୁ ଆସିଥିଲା । ଛୋଟବେଳୁ ଝିଅଟି ଅତ୍ୟଧିକ ଫାଷ୍ଟଫୁଡ ଖାଉଥିଲା । ଫଳରେ ତାଙ୍କର ପାଚନ ତନ୍ତ୍ର ପୂରାପୂରି ଖରାପ ହୋଇଯିବା ସହ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହୋଇଯାଇଥିଲା ।  

ଆଜିର ସମୟରେ ଏହି ଘଟଣା ଅତ୍ୟନ୍ତ ଚିନ୍ତାଜନକ । ଫାଷ୍ଟଫୁଡ ହେଉ କି ଜଙ୍କଫୁଡ୍, ଏଥିରେ ପୋଷଣ ନଥାଏ, ଥାଏ ତ କେବଳ ଫ୍ୟାଟ୍ ଓ ପ୍ରଚୁର ମାତ୍ରାରେ କ୍ୟାଲୋରୀ । ଯେଉଁଥିପାଇଁ ଏହାକୁ ସ୍ୱାସ୍ଥ୍ୟପକ୍ଷେ ଖୁବ୍ ହାନିକାରକ କୁହାଯାଏ । ଏହାଯୋଗୁଁ ଫ୍ୟାଟି ଲିଭର, ହୃଦରୋଗ, ଡାଇବେଟିସ୍ ଭଳି ଗମ୍ଭୀର ରୋଗ ହେବାର ଆଶଙ୍କା ଥାଏ । ତେଣୁ ନିଜ ପିଲାଙ୍କୁ ଫାଷ୍ଟଫୁଡ୍ ଖାଇବାକୁ ଦେଉଥିଲେ ଏବେଠୁ ହୋଇଯାଆନ୍ତୁ ହୁସିଆର୍ !

Advertisment
Health Warnings Health Risks Fast Food
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ