naxal Photograph: (OTV)
ଛତିଶଗଡ଼ରେ ୧୭୦ ନକ୍ସଲଙ୍କ ଆତ୍ମସମର୍ପଣ । ଏକ୍ସରେ ସୂଚନା ଦେଲେ ଗୃହ ମନ୍ତ୍ରୀ ଅମିତ ଶାହ । ନକ୍ସଲବାଦ ବିରୋଧରେ ବଡ଼ ସଫଳତା କହିଲେ ଶାହ । ଏହାକୁ ମିଶାଇ ୨ ଦିନରେ ୨୫୮ ନକ୍ସଲଙ୍କ ଆତ୍ମସମର୍ପଣ । କାଲି ମହାରାଷ୍ଟ୍ରରେ ୬୧ ନକ୍ସଲ ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତକୁ ଆସିଥିଲେ । କାଲି ଛତିଶଗଡ଼ରେ ମଧ୍ୟ ୨୭ ନକ୍ସଲ ଅସ୍ତ୍ର ତ୍ୟାଗ କରିଥିଲେ । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲ ମୁକ୍ତ ଦେଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଲେ ଅମିତ ଶାହ ।
ସଶକ୍ତ ହେଉଛି ମାଓମୁକ୍ତ ଭାରତ ଗଠନ ଲକ୍ଷ୍ୟ । ଦେଶରେ ମାଓବାଦୀ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୮ରୁ ୧୧କୁ ହ୍ରାସ ପାଇଛି । ସର୍ବାଧିକ ପ୍ରଭାବିତ ଜିଲ୍ଲା ସଂଖ୍ୟା ୬ରୁ ୩କୁ ଖସିଛି । କେନ୍ଦ୍ର ସରକାରଙ୍କ ମାଓବିରୋଧୀ ଅଭିଯାନକୁ ବଡ଼ ସଫଳତା ମିଳିଛି । ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସୋସିଆଲ ମିଡ଼ିଆ ଏକ୍ସରେ ସୂଚନା ଦିଆଯାଇଛି ।
୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶ ମାଓମୁକ୍ତ ହେବ ବୋଲି ଘୋଷଣା କରିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା । ସୁରକ୍ଷାକର୍ମୀଙ୍କ ଗୁଳିରେ ମାଓବାଦୀ ନିହତ ହେଉଥିବା ବେଳେ ନିୟମିତ ବ୍ୟବଧାନରେ ମାଓବାଦୀଙ୍କ ଆତ୍ମସମର୍ପଣ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/16/naxal-2025-10-16-18-51-59.jpg)