Advertisment

SIR to Expand: ବିହାର ସଫଳତା ପରେ ସାରା ଦେଶରେ ହେବ SIR , କାଲିଠୁ ଦ୍ବିତୀୟ ପର୍ଯ୍ୟାୟରେ ୧୨ ରାଜ୍ୟରେ ବିଏଲଓ ଟ୍ରେନିଂ

ତେବେ ନୂଆ ଭୋଟର ତାଲିକା ଅନୁସାରେ କୌଣସି ବି ବୁଥରେ ୧୨ ଶହରୁ ଅଧିକ ଭୋଟର ନରଖିବାକୁ ନିଷ୍ପତ୍ତି ହୋଇଛି। ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ ଆସାମ, ପୁଡୁଚେରୀରେ ଆସନ୍ତା ବର୍ଷ ନିର୍ବାଚନ ରହିଛି।

ODISHA-SIR

ODISHA-SIR Photograph: (OTV)

Advertisment

ବିହାରରେ ସଫଳତା ପରେ ସାରା ଦେଶରେ ହେବ ଏସଆଇଆର। ଦ୍ୱିତୀୟ ପର୍ଯାୟରେ  ଆଉ ୧୨ ରାଜ୍ୟରେ କରାଯିବ ଏସଆଇଆର। ଏଥିପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଏଲଓ ଟ୍ରେନିଂ।  ଦ୍ୱିତୀୟ ପର୍ଯ୍ୟାୟ ଏସଆଇଆର ପାଇଁ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ଆଣ୍ଡାମାନ ଓ ନିକୋବର, ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ଲାକ୍ଷାଦ୍ୱୀପ, ମଧ୍ୟପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ ତାମିଲନାଡୁ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ହେବ SIR। ଆସନ୍ତାକାଲିଠୁ ଆରମ୍ଭ ହେବ ବିଏଲଓ ବା ବୁଥ ଲେବୁଲ ଅଫିସରମାନଙ୍କର ଟ୍ରେନିଂ ସହ ପ୍ରିଣ୍ଟିଂ। ନଭେମ୍ବର ୪ରୁ ଡିସେମ୍ବର ୪ ଯାଏଁ ହେବ ଡୋର ଟୁ ଡୋର କାଉଣ୍ଟିଂ। ଡିସେମ୍ବର ୯ରୁ ଜାନୁଆରୀ ୮ ଯାଏଁ ଅଭିଯୋଗ ଦାଖଲ। ଡିସେମ୍ବର ୯ରୁ ଜାନୁଆରୀ ୩୧ ଯାଏଁ ଅଭିଯୋଗ ଶୁଣାଣି। ଫେବୃଆରୀ ୭ରେ ବାହାରିବ ଚୂଡାନ୍ତ ତାଲିକା। 

Advertisment



ତେବେ ନୂଆ ଭୋଟର ତାଲିକା ଅନୁସାରେ କୌଣସି ବି ବୁଥରେ ୧୨ ଶହରୁ ଅଧିକ ଭୋଟର ନରଖିବାକୁ ନିଷ୍ପତ୍ତି ହୋଇଛି। ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ ଆସାମ, ପୁଡୁଚେରୀରେ ଆସନ୍ତା ବର୍ଷ ନିର୍ବାଚନ ରହିଛି। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଓଡିଶାରେ ମଧ୍ୟ ଏସଆଇଆର ହୋଇପାରେ। ଏନେଇ ସରକାରୀ ସ୍ତରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଛି। ନିକଟରେ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଡିଇଓ, ଇଆରଓ ଏବଂ ଏଇଆରଓ ଭାବରେ ଅଧିକାରୀଙ୍କୁ ନିଯୁକ୍ତ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ। ଆଇନ ମନ୍ତ୍ରୀ କହିଛନ୍ତି ଓଡିଶାରେ ଖୁବ ଶୀଘ୍ର ଏସଆଇଆରର ଆବଶ୍ୟକତା ରହିଛି।

୨୧ ବର୍ଷ ପରେ ସାରା ଦେଶରେ ହେବ SIR। S.I.R. ବା `ସ୍ବତନ୍ତ୍ର ସଘନ ସଂଶୋଧନ’ ହେଉଛି ଭୋଟର ତାଲିକାରେ ବ୍ୟାପକ ସଂଶୋଧନ। ବୁଥ୍ ଲେବଲ୍ ଅଫିସରମାନେ ଘର ଘର ବୁଲି ପ୍ରମାଣ ସହ ଭୋଟର ତାଲିକାରେ ସଂଶୋଧନ କରିବେ। ଯାଞ୍ଚ ବେଳେ ଆପଣ ବାର୍ଥ ସାର୍ଟିଫିକେଟ, ଆଧାର କାର୍ଡ, ପାସପୋର୍ଟ, ମାଟ୍ରିକ ସାର୍ଟିଫିକେଟ, ଜାତି ଗତ ଏବଂ ଆବାସିକ ସାର୍ଟିଫିକେଟ, ସରକାରୀ ସଂସ୍ଥାରୁ ମିଳିଥିବା କୌଣସି ପରିଚୟ ପତ୍ର ଦେଖାଇ ନିଜ ନାମ ପଞ୍ଜୀକରଣ କରିପାରିବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ