Mamata Banerjee Photograph: (OTV)
ପଶ୍ଚିମବଙ୍ଗରେ SIR ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଇସିଆକୁ ତାଚ୍ଛଲ୍ୟ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶୁଣାଣି ବେଳେ ନିଜେ ଉପସ୍ଥିତ ରହି ଯୁକ୍ତି ଉପସ୍ଥାପନ କଲେ ମମତା । ନିର୍ବାଚନ କମିଶନଙ୍କୁ 'ହ୍ବାଟ୍ସଆପ୍ କମିଶନ' କହି ସିଧା ଟାର୍ଗେଟ କଲେ ଦିଦି । ECI ହ୍ବାଟ୍ସଆପରେ ସାଧାରଣ ଅର୍ଡରକୁ ଜାରି କରୁଥିବା କହିଲେ ମମତା ।
କାହିଁକି କେବଳ ବେଙ୍ଗଲକୁ ଟାର୍ଗେଟ, ଆସାମକୁ ନୁହେଁ କହି ପ୍ରଶ୍ନ ଉଠାଇଲେ। କେବଳ ଭୋଟରଙ୍କୁ ବାଦ୍ ଦେବାକୁ SIR, ହେଲେ ଲୋକଙ୍କୁ ଯୋଡ଼ିବାକୁ ନୁହେଁ । ଲୋକଙ୍କ ଅଧିକାରକୁ ସୁରକ୍ଷା ଦିଅନ୍ତୁ, ଆମେ କୃତଜ୍ଞ ରହିବୁ ବୋଲି କହିଛନ୍ତି ମମତା । ଏପଟେ ନିର୍ବାଚନ କମିଶନଙ୍କୁ ଆସନ୍ତା ସୋମବାର ସୁଦ୍ଧା ଜବାବ ଦାଖଲ କରିବାକୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । ..
ଜୀବିତ ଲୋକଙ୍କ ନାଁ କଟିଛି
ସ୍ପେଶାଲ ଇଣ୍ଟେନସିଭ ରିଭିଜନ ବା SIR ପ୍ରକ୍ରିୟାକୁ ବିରୋଧ କରିଆସୁଛନ୍ତି ଦିଦି। ପଶ୍ଚିମବଙ୍ଗରେ SIR ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟା ଗତ ଡିସେମ୍ବର ୨୫ରେ ଆରମ୍ଭ ହୋଇଥିବା ବେଳେ ପ୍ରାୟ ୫୮ ଲକ୍ଷ ଲୋକଙ୍କ ଭୋଟର ଲିଷ୍ଟରୁ ନାଁ କଟାଯାଇଛି । ଏହା ବେଆଇନ ବୋଲି ଅଭିଯୋଗ କରିଛନ୍ତି ମମତା । ମୃତ ବୋଲି ଦର୍ଶାଯାଇ ଭୋଟର ଲିଷ୍ଟରୁ ଯେଉଁମାନଙ୍କ ନାଁ କଟିଛି, ପ୍ରକୃତରେ ସେମାନେ ଜୀବିତ ବୋଲି ଦିଦି ଅଭିଯୋଗ ଉଠାଇଛନ୍ତି ।
ଏମିତିକି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଗତ ଶନିବାର ସନ୍ଧ୍ୟାରେ ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖି ରାଜ୍ୟରେ ଭୋଟର ତାଲିକାରେ ଚାଲିଥିବା ସ୍ପେଶାଲ ଇନଟେନସିଭ ରିଭିଜନର ଆଭିମୁଖ୍ୟ ଓ ପଦ୍ଧତିକୁ ବିରୋଧ କରିଥିଲେ । ଏହି ପ୍ରକ୍ରିୟା ଲୋକଙ୍କ ପାଇଁ ଅତ୍ୟନ୍ତ ଅସୁବିଧା ସୃଷ୍ଟି କରିଛି ବୋଲି ମମତା ଦର୍ଶାଇଛନ୍ତି । ଏମିତିକି ପୂର୍ବରୁ ଏହାକୁ ନେଇ ମୁଖ୍ୟ ନିର୍ବାଚନ କମିଶନ ଓ ଦିଦିଙ୍କ ମଧ୍ୟରେ କଥା କଟାକଟି ହୋଇଛି । ଏନେଇ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି ମମତା ବାନାର୍ଜୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/04/mamata-banerjee-2026-02-04-16-10-24.jpg)