Advertisment

Shubhakara Mishra Apologises : କ୍ଷମା ମାଗିଲେ ଶୁଭଙ୍କର ମିଶ୍ରା, ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କ୍ଷମାପ୍ରାର୍ଥନା କଲେ

ଶ୍ରୀମନ୍ଦିର ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ଭୁଲ୍ ମାଗିଲେ ଶୁଭଙ୍କର ମିଶ୍ରା। ବିବାଦ ଓ ବିରୋଧ ତେଜିବା ପରେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କ୍ଷମାପ୍ରାର୍ଥନା କରିଛନ୍ତି। ବିବାଦୀୟ ଭିଡିଓ ହଟାଇବା ସହ କ୍ଷମା ମାଗିଛନ୍ତି ଶୁଭଙ୍କର।

SUBHANKAR_MISHRA

SUBHANKAR_MISHRA Photograph: (OTV)

Advertisment

ଶ୍ରୀମନ୍ଦିର ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ଭୁଲ୍ ମାଗିଲେ ଶୁଭଙ୍କର ମିଶ୍ରା। ବିବାଦ ଓ ବିରୋଧ ତେଜିବା ପରେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କ୍ଷମାପ୍ରାର୍ଥନା କରିଛନ୍ତି। ବିବାଦୀୟ ଭିଡିଓ ହଟାଇବା ସହ କ୍ଷମା ମାଗିଛନ୍ତି ଶୁଭଙ୍କର। କହିଛନ୍ତି, ମୋର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା। କହିଥିବା କଥା ତାଙ୍କର ପରିକଳ୍ପନା ବି ନଥିଲା। ପରମ୍ପରାର ଅପମାନ କରିନି କି ଜାଣିଶୁଣି କୌଣସି ଆସ୍ଥା ସହ ଖେଳ ଖେଳିନି।

Advertisment

ପୂର୍ବରୁ ପ୍ରକାଶିତ ତଥ୍ୟକୁ ଆଗକୁ ବଢ଼ାଇଥିବା ଭୁଲ୍ ଥିଲା। ଏଥିପାଇଁ ଓଡ଼ିଆ ଭାଇଭଉଣୀ, ଓଡ଼ିଶାର ଶ୍ରଦ୍ଧାଳୁଙ୍କ ଭାବନାକୁ ଆଘାତ ଲାଗିଥିଲେ ହୃଦୟରୁ ଭୁଲ୍ ମାଗୁଛି। ଶୁଭଙ୍କର ଆହୁରି କହିଛନ୍ତି, ପ୍ରଭୁ ଜଗନ୍ନାଥ ମୋ ଆରାଧ୍ୟ ଓ ପୁରୀ ଧାମକୁ ଘର ଭାବେ। ଓଡ଼ିଶା ଲୋକେ ମୋତେ ବହୁତ ଭଲପାଇବା ଓ ସମ୍ମାନ ଦେଇଛନ୍ତି। ସମ୍ମାନ ଓ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଭିଡିଓ ହଟାଇଛି ଓ ହୃଦୟରୁ କ୍ଷମା ମାଗୁଛି ବୋଲି କହିଛନ୍ତି ଶୁଭଙ୍କର ମିଶ୍ରା। ଶ୍ରୀମନ୍ଦିର ଉପରେ ରାଧାରାଣୀଙ୍କ ଅଭିଶାପ ଥିବାରୁ ଅବିବିବାହିତ ପ୍ରେମୀ ଯୁଗଳ ମହାପ୍ରଭୁଙ୍କୁ ଦର୍ଶନ କଲେ ସେମାନଙ୍କ ପ୍ରେମ ସଫଳ ହୁଏ ନାହିଁ ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ ଶୁଭଙ୍କର। ଯାହାକୁ ନେଇ ପୁରୀ ସମେତ ସେବାୟତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା। ...

କ୍ଷମା ମାଗିଲେ ଶୁଭଙ୍କର ମିଶ୍ରା
ଶ୍ରୀମନ୍ଦିର ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ଭୁଲ୍ ମାଗିଲେ 
ବିବାଦ ଓ ବିରୋଧ ତେଜିବା ପରେ କ୍ଷମାପ୍ରାର୍ଥନା
ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କ୍ଷମାପ୍ରାର୍ଥନା କଲେ
କହିଥିବା କଥା ତାଙ୍କ ନିଜର ପରିକଳ୍ପନା ନଥିଲା
ମୋର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା
ଓଡ଼ିଆ ଶ୍ରଦ୍ଧାଳୁଙ୍କ ମନକୁ ଆଘାତ ଲାଗିଥିଲେ କ୍ଷମାପ୍ରାର୍ଥନା କରୁଛି
ପ୍ରଭୁ ଜଗନ୍ନାଥ ମୋ ଆରାଧ୍ୟ, ପୁରୀ ଧାମକୁ ମୁଁ ମୋ ଘର ଭାବେ
ଓଡ଼ିଶା ଲୋକେ ମୋତେ ଅନେକ ସ୍ନେହ, ସମ୍ମାନ ଦେଇଛନ୍ତି
ସମ୍ମାନ ଓ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଭିଡିଓ ହଟାଇଛି
ପୁରୁଣା ଭିଡିଓ ହଟାଇ ଦେଇଛି, ହୃଦୟରୁ କ୍ଷମା ମାଗୁଛି

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ