Youth Congress President Photograph: (OTV)
ଗତ ସପ୍ତାହରେ ରାଜଧାନୀ ଦିଲ୍ଲୀର AI ଇମ୍ପାକ୍ଟ ସମିଟ୍ ସ୍ଥାନରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ଦ୍ୱାରା 'ସାର୍ଟଲେସ୍ ପ୍ରତିବାଦ' ଘଟଣାରେ ଦିଲ୍ଲୀ ପୋଲିସ ଭାରତୀୟ ଯୁବ କଂଗ୍ରେସ (IYC)ର ରାଷ୍ଟ୍ରୀୟ ସଭାପତି ଉଦୟ ଭାନୁ ଚିବଙ୍କୁ ଗିରଫ କରିଛି।
ଦିଲ୍ଲୀ ପୋଲିସ କହିଛି ଯେ ସେମାନେ ଏଆଇ ସମ୍ମିଳନୀରେ ପ୍ରତିବାଦ ସହ ଜଡିତ ପଞ୍ଚମ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ହୋଇଥିବା ପଞ୍ଚମ ବ୍ୟକ୍ତି ହେଉଛନ୍ତି ଜିତେନ୍ଦ୍ର ଯାଦବ । ତାଙ୍କୁ ମଧ୍ୟପ୍ରଦେଶର ଗ୍ୱାଲିୟରରୁ ଗିରଫ କରାଯାଇଛି।
ଗତ ଶୁକ୍ରବାର ଦିନ ଭାରତ ମଣ୍ଡପମରେ ଅନୁଷ୍ଠିତ AI ଇମ୍ପାକ୍ଟ ସମ୍ମିଳନୀରେ ଭାରତୀୟ ଯୁବ କଂଗ୍ରେସର କିଛି କର୍ମୀ ପ୍ରବେଶ କରି ପ୍ରଦର୍ଶନୀ ହଲରେ ଏକ ସାର୍ଟଲେସ ପ୍ରତିବାଦ କରିଥିଲେ । ଏହି ପ୍ରଦର୍ଶନ ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉଛି । ସେମାନେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ସରକାରଙ୍କୁ ସମାଲୋଚନା କରି ସ୍ଲୋଗାନ ଦେଇଥିଲେ । ପରେ ସୁରକ୍ଷା କର୍ମୀମାନେ ପ୍ରଦର୍ଶନକାରୀଙ୍କୁ କାର୍ଯ୍ୟକ୍ରମସ୍ଥଳରୁ ନେଇଯାଇଥିଲେ।
ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଆତିଥ୍ୟ ଦେଉଥିବା ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସର ବିରୋଧକୁ ବିଭଇନ୍ନ ମହଲରୁ ସମାଲୋଚନା କରାଯାଇଥିଲା । କିନ୍ତୁ କଂଗ୍ରେସ କହିଥିଲା ଯେ, ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଭାରତ ବିରୋଧୀ ନୁହେଁ।
ଏହା ଆମର ଅଧିକାର: କଂଗ୍ରେସ
ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶେଷ ନାରାୟଣ ଓଝା କହିଛନ୍ତି ଯେ ସରକାରଙ୍କୁ ବିରୋଧ କରିବା 'ଭାରତ ବିରୋଧୀ' ନୁହେଁ ଏବଂ ଏହା ଆମର ଅଧିକାର।
ଆମର କିଛି ନେତା ଏଆଇ ସମ୍ମିଳନୀରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରିଥିଲେ। କେନ୍ଦ୍ର ସରକାର ଏବଂ ବିଜେପି ଏହାକୁ ଭାରତ ବିରୋଧୀ ବୋଲି ପ୍ରଚାର କରିବାକୁ ଚେଷ୍ଟା କରୁଛନ୍ତି। ମୋ ମତରେ, ଏହା ଏକ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଭାରତ ବିରୋଧୀ ନୁହେଁ।
ପୋଲିସ କହିଛି ଯେ ଏହି ବିରୋଧ ପ୍ରଦର୍ଶନରେ ବିଭିନ୍ନ ସ୍ଥାନର ଯୁବକ ସାମିଲ୍ ହୋଇଥିଲେ । ଏହା ପଛରେ କାହାର ହାତ ଥିଲା ଓ ଫଣ୍ଡିଂ କିଏ କରିଥିଲା ବୋଲି ମଧ୍ୟ ପୋଲିସ ତଦନ୍ତ କରୁଥିଲା । କାରଣ ଏହି ଘଟଣାରେ ବିଶ୍ୱ ଦରବାରରେ ଭାରତର ମୁଣ୍ଡ ତଳକୁ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/24/youth-congress-president-2026-02-24-12-54-50.jpg)