Advertisment

BJP Attacks: ବଙ୍ଗଳାର ଫଟୋ ସହ କେଜ୍ରିୱାଲଙ୍କୁ ବିଜେପିର ଟାର୍ଗେଟ , ଦିଲ୍ଲୀ ପରେ ପଞ୍ଜାବରେ ଶିଶମହଲ ?

ଆପ୍ ରାଜ୍ୟସଭା ସାଂସଦ ଶ୍ବାତୀ ମାଲିୱାଲ ମଧ୍ୟ ସୋସିଆଲ ମଡିଆରେ ଏଭଳି ଅଭିଯୋଗ କରି କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ପଞ୍ଜାବ ସରକାରଙ୍କ ସରକାରୀ ହେଲିକପ୍ଟରକୁ କେଜ୍ରିୱାଲ ବ୍ୟବହାର କରୁଥିବା ଅଭିଯୋଗ ମଧ୍ୟ କରିଛନ୍ତି।

ARVIND-KEJRIWAL

ARVIND-KEJRIWAL Photograph: (OTV)

Advertisment

ଦିଲ୍ଲୀ ପରେ ଏବେ ପଞ୍ଜାବରେ ଶିଶ ମହଲ। ଦିଲ୍ଲୀ ରାଜନୀତିରେ ପୁଣି ଫେରିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଶିଶମହଲ ପ୍ରସଙ୍ଗ। ବିଜେପି ଅଭିଯୋଗ କରିଛି ପଞ୍ଜାବ ସରକାରଙ୍କ ଅର୍ଥରେ ନିଜର ସଉକ ପୂରଣ କରୁଛନ୍ତି କେଜ୍ରିୱାଲ ।

Advertisment

ପଞ୍ଜାବରେ ଦୁଇ ଏକର ଜାଗାରେ ଏକ ସରକାରୀ ୭ ତାରକା ବିଶିଷ୍ଟ ବଙ୍ଗଳାକୁ ନିଜ ପାଇଁ ପ୍ରସ୍ତୁତ କରିଛନ୍ତି କେଜ୍ରିୱାଲ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ କୋଟାରେ ଏହି ବଙ୍ଗଳାରେ ରହିବା ପାଇଁ କେଜ୍ରିୱାଲ ପ୍ରସ୍ତୁତ କରୁଛନ୍ତି। ଚଣ୍ଡିଗଡର ସେକ୍ଟର ୨ରେ ଏହି ସରକାରୀ ବଙ୍ଗଳା ରହିଛି। ଏହାର ଫଟୋ ମଧ୍ୟ ଦିଲ୍ଲୀ ବିଜେପି ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରିଛି।

ଆପ୍ ରାଜ୍ୟସଭା ସାଂସଦ ଶ୍ବାତୀ ମାଲିୱାଲ ମଧ୍ୟ ସୋସିଆଲ ମଡିଆରେ ଏଭଳି ଅଭିଯୋଗ କରି କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ପଞ୍ଜାବ ସରକାରଙ୍କ ସରକାରୀ ହେଲିକପ୍ଟରକୁ କେଜ୍ରିୱାଲ ବ୍ୟବହାର କରୁଥିବା ଅଭିଯୋଗ ମଧ୍ୟ କରିଛନ୍ତି। ତେବେ ଏନେଇ ଆମ ଆମ ଆଦମୀ ପାର୍ଟି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି.... 

Advertisment

ଦିଲ୍ଲୀ ପରେ ପଞ୍ଜାବରେ ଶିଶମହଲ ?
ଦିଲ୍ଲୀ ରାଜନୀତିରେ ପୁଣି ଫେରିଲା ଶିଶମହଲ ପ୍ରସଙ୍ଗ
ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଘେରିଲା ବିଜେପି  
ପଞ୍ଜାବ ସରକାରଙ୍କ ଅର୍ଥରେ ସଉକ କରୁଛନ୍ତି କେଜ୍ରିୱାଲ: ବିଜେପି 
`୭ ତାରକା ବିଶିଷ୍ଟ ବଙ୍ଗଳାକୁ ନିଜ ପାଇଁ ପ୍ରସ୍ତୁତ କରିଛନ୍ତି କେଜ୍ରିୱାଲ'
`ଦୁଇ ଏକର ଜାଗାରେ ରହିଛି ସରକାରୀ ବଙ୍ଗଳା' 
`ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କୋଟାରେ ଆଲର୍ଟ ହୋଇଛି ବଙ୍ଗଳା'
ବଙ୍ଗଳାର ଫଟୋ ସହ କେଜ୍ରିୱାଲଙ୍କୁ ବିଜେପିର ଟାର୍ଗେଟ 
ଚଣ୍ଡିଗଡର ସେକ୍ଟର-୨ରେ ରହିଛି ସରକାରୀ ବଙ୍ଗଳା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ