maoist Photograph: (OTV)
ଛତିଶଗଡ ସୁକମା ଗୁଗୁଣ୍ଡା ପାହାଡ ନିକଟରେ ଥିବା ମାଓବାଦୀଙ୍କ ଏକ ସ୍ମାରକୀ ନଷ୍ଟ କଲେ ଯବାନ । ୭୪ ବାଟାଲିୟନ ସିଆରପିଏଫ, ୨୦୧ କୋବ୍ରା ବାହିନୀ ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ନକ୍ସଲ ନେତା ରାମନାର ସ୍ମାରକୀ ନଷ୍ଟ କରାଯାଇଛି। ଏଥିସହ ସ୍ଥାନୀୟ ଅଞ୍ଚଳର ବିକାଶ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି ।
ଏହି ଅଞ୍ଚଳ ପୂର୍ବରୁ ନକ୍ସଲଙ୍କ କବଜାରେ ଥିଲା । ବର୍ତ୍ତମାନ ଏହାକୁ ନକ୍ସଲ ମୁକ୍ତ କରାଯାଇଛି । ହେଲେ ଏଠାରେ ଗତ ନଭେମ୍ବର ମାସରୁ ୭୪ ବାଟାଲିୟନ ପ୍ରତିଷ୍ଠା କରାଯାଇ ନକ୍ସଲ ମୁକ୍ତ କରାଯାଇଛି ।
ଦୁର୍ଗ ଭୁଶୁଡିଲା
ସାଧାରଣ ଲୋକଙ୍କ ଲାଗି ଏହି ଅଞ୍ଚଳରେ ସ୍କୁଲ, ବିଦ୍ୟୁତ, ପାଣି ଆଦି ବ୍ୟବସ୍ଥା କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ୭୪ ବାଟାଲିୟନର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ବିଦେଖୋ କିୟେ। ଦିନେ ନକ୍ସଲଙ୍କ ଦୁର୍ଗ ଭାବେ ପରିଚିତ ଥିବା ଏହି ଅଞ୍ଚଳରେ ନକ୍ସଲଙ୍କ ମୂଲୋତ୍ପାଟନ କରିଛନ୍ତି ସେନା । ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ନକ୍ସଲମୁକ୍ତ କରାଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/05/maoist-2026-02-05-17-24-48.jpg)