Jawan Photograph: (OTV)
ଆକାଶରୁ ବର୍ଷୁଛି ବରଫ। ପାଦ ତଳେ ବି ବରଫର ପାହାଡ଼। ତା ଭିତରେ ଆତଙ୍କୀଙ୍କୁ ଖୋଜି ଚାଲିଛନ୍ତି ଭାରତୀୟ ବୀର ଯବାନ। ବରଫ ଝଡ଼କୁ ଖାତିର ନକରି ଚଳାଇଛନ୍ତି ସ୍ପେଶାଲ୍ କମ୍ବିଂ ଅପରେସନ୍। ଜମ୍ମୁକଶ୍ମୀର ପୁଞ୍ଚ ଲୋରାନ୍ ଅଞ୍ଚଳର ଜଙ୍ଗଲରେ ଦେଖିବାକୁ ମିଳିଛି ସୁରକ୍ଷାକର୍ମୀଙ୍କ ଆତଙ୍କୀ ବିରୋଧୀ ଅଭିଯାନର ଏଭଳି ଲୋମଟାଙ୍କୁରା ଦୃଶ୍ୟ ।
ଲୋରାନ୍ ଅଞ୍ଚଳର ଗାରାଙ୍ଗ ପାହାଡ଼ରେ ଅପରେସନ୍ ସମୟରେ ଆତଙ୍କବାଦୀଙ୍କର ଏକ ଆଡ୍ଡା ସ୍ଥଳକୁ ଠାବ କରିଛନ୍ତି ଯବାନ । ପାହାଡ଼ର ଏକ ଗୁମ୍ଫାକୁ ଆଶ୍ରୟସ୍ଥଳୀ ବନାଇଥିଲେ ଆତଙ୍କବାଦୀ । ସେଠାରୁ କିଛି ବିସ୍ଫୋରକ ଓ ଲଜିଷ୍ଟିକ୍ ଜବତ ହୋଇଛି। ଜଙ୍ଗଲର ଅନ୍ୟ ସ୍ଥାନରେ ମଧ୍ୟ ଛାନଭିନ ଚାଲିଛି । ବରଫ ଆଚ୍ଛାଦିତ ଅଞ୍ଚଳ ଏବଂ ଦୁର୍ଗମ ଜଙ୍ଗଲରେ ଏବେ ପ୍ରାୟ ୩୫ ପାକିସ୍ତାନୀ ଆତଙ୍କବାଦୀ ସକ୍ରିୟ ରହିଥିବା ସୂଚନା ମିଳିଛି।
ବରଫରେ ଲୁଚିରହି ଆକ୍ରମଣ ଯୋଜନା କରୁଛନ୍ତି ଆତଙ୍କବାଦୀ । ସେମାନଙ୍କୁ ନିହତ କରିବାକୁ କିସ୍ତୱାଡ଼ ଓ ଡୋଡା ଜିଲ୍ଲାରେ ଅଭିଯାନ ତୀବ୍ର କରିଛି ସେନା।
ଆକାଶରୁ ବର୍ଷୁଛି ବରଫ
ପାଦ ତଳେ ବରଫର ପାହାଡ଼
ବରଫ ଝଡ଼ ଭିତରେ ଆତଙ୍କୀ ଖୋଜା ଅଭିଯାନ
ପୁଞ୍ଚ୍ ଲୋରାନ୍ ଅଞ୍ଚଳରେ ଆତଙ୍କୀ ବିରୋଧୀ ଅଭିଯାନ
ଆତଙ୍କବାଦୀଙ୍କ ଏକ ଆଡ୍ଡା ସ୍ଥଳ ଠାବ କଲେ ଯବାନ
ପାହାଡ଼ର ଏକ ଗୁମ୍ଫାକୁ ଆଶ୍ରୟସ୍ଥଳୀ ବନାଇଥିଲେ ଆତଙ୍କବାଦୀ
କିଛି ବିସ୍ଫୋରକ ଓ ଲଜିଷ୍ଟିକ୍ ଜବତ
ଜଙ୍ଗଲର ଅନ୍ୟ ସ୍ଥାନରେ ମଧ୍ୟ ଚାଲିଛି ଛାନଭିନ
ବରଫ ଆଚ୍ଛାଦିତ ଅଞ୍ଚଳରେ ଆତଙ୍କୀ ଲୁଚିଥିବା ସୂଚନା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/02/jawan-2026-01-02-12-19-52.jpg)