Advertisment

Railways Scrap VIP Culture: ଆଉ ଚଳିବନି କୋଟା, କେବଳ କନଫର୍ମ ଟିକେଟ୍

ଟ୍ରେନରୁ ହଟିବ ଭିଆଇପି କଲଚର। କେବଳ କନଫର୍ମ ଟିକେଟ୍ ଥିବା ଯାତ୍ରୀଙ୍କୁ ମିଳିବ ସିଟ୍। ସମସ୍ତଙ୍କୁ ମିଳିବ ସମାନ ସୁବିଧା। ଆଉ ଅଫିସର କୋଟା ଦେଖାଇ କେହି ବି ପାଇ ପାରିବେନି ମନଇଚ୍ଛା ସିଟ୍।

Train Ticket

Train Ticket Photograph: (OTV)

Advertisment

ଏଣିକି ଆଉ ଚଳିବନି କୋଟା ସିଷ୍ଟମ। ଟ୍ରେନରୁ ହଟିବ ଭିଆଇପି କଲଚର। କେବଳ କନଫର୍ମ ଟିକେଟ୍ ଥିବା ଯାତ୍ରୀଙ୍କୁ ମିଳିବ ସିଟ୍। ସମସ୍ତଙ୍କୁ ମିଳିବ ସମାନ ସୁବିଧା। ଆଉ ଅଫିସର କୋଟା ଦେଖାଇ କେହି ବି ପାଇ ପାରିବେନି ମନଇଚ୍ଛା ସିଟ୍। ଭାରତୀୟ ରେଲୱେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ପାଇଁ ଏଭଳି କିଛି ବ୍ୟବସ୍ଥା ଆଣିବାକୁ ପ୍ରସ୍ତୁତି ଚଳାଇଛି। 

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍‌ରେ କୌଣସି ଭିଆଇପି କିମ୍ବା ଜରୁରୀକାଳୀନ କୋଟା ରହିବ ନାହିଁ। ବରିଷ୍ଠ ରେଳ ଅଧିକାରୀମାନଙ୍କୁ ମଧ୍ୟ ପାସ୍ ସହିତ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ। କେବଳ କନଫର୍ମ ଟିକେଟ୍ ଜାରି କରାଯିବ। ଏହା ବ୍ୟତୀତ, କୌଣସି RAC ଟିକେଟ୍ ବି ରହିବ ନାହିଁ।

କମ୍ବଳ କଭର ସମେତ ଯାତ୍ରୀଙ୍କ ବେଡ୍ ଲିନେନ୍ ସମ୍ପୂର୍ଣ୍ଣ ଭାବରେ ଉନ୍ନତ କରାଯିବ। ଏହାର ଗୁଣବତ୍ତା ନିୟମିତ ଟ୍ରେନଗୁଡ଼ିକ ଅପେକ୍ଷା ବେଶ୍ ଉନ୍ନତ ହେବ। ଟ୍ରେନରେ ଭାରତୀୟଙ୍କ ଝଲକ ଦେଖାଇବା ପାଇଁ କର୍ମଚାରୀଙ୍କ ପୋଷାକ ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ପ୍ରତିଫଳିତ କରିବ। ଖାଲି ସେତିକି ନୁହେଁ ଖାଦ୍ୟ ପେୟ ଉପରେ ମଧ୍ୟ ବିଶେଷ ଧ୍ୟନ ଦିଆଯିବ। ଯାତ୍ରୀମାନେ ଦେଶୀ ଖାଦ୍ୟର ସ୍ବାଦ ଚାଖିବେ। 

Advertisment

ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ସମ୍ପୂର୍ଣ୍ଣ ଭାବରେ ଉପନିବେଶବାଦୀ ବ୍ୟବସ୍ଥାରୁ ମୁକ୍ତ ହେବା। ପ୍ରତ୍ୟେକ ଯାତ୍ରୀ ଯେପରି ସମାନ ନିୟମ ଅନୁଯାୟୀ ଯାତ୍ରା ଅନୁଭବ ପାଇବେ ତାହା ହିଁ ଲକ୍ଷ୍ୟ ରହିଛି ବୋଲି ରେଳବାଇ କହିଛି। 

Train Ticket Vande Bharat Express Train Indian Raillway
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ