Advertisment

Putin’s Royal Veg Menu: ଭାରତ ଆସି ଶୁଦ୍ଧ ଶାକାହାରୀ ଖାଦ୍ୟ ଖାଇଲେ ପୁଟିନ୍, ଜାଣନ୍ତୁ କ’ଣ ଖାଇଲେ...

ଋଷିଆରୁ ଆସିଲେ ଶୁଦ୍ଧ ଶାକାହାରୀ ଖାଇଲେ। ପିଇଲେ ଶଜନା ଶାଗ ସୁପ୍, ଖାଇଲେ ନାନ୍ ଓ ତଡକା। ମିଠାରେ ବାଦାମ ହାଲଓ୍ବା ଖାଇ ଆତ୍ମାଶାନ୍ତି କଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍।

Putin Food Menu

Putin Food Menu Photograph: (OTV)

Advertisment

ଦୁଇଦିନିଆ ଭାରତ ଗସ୍ତ ସାରି ଘରକୁ ବାହୁଡ଼ିଯାଇଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ତେବେ ଫେରିବା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ପାଇଁ ଏକ ରାଜକୀୟ ରାତ୍ରୀଭୋଜନର ଆୟୋଜନ କରିଥିଲେ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ଭୋଜିରେ ପୁଟିନଙ୍କୁ ସମ୍ପୂର୍ଣ୍ଣ ନିରାମିଷ ଭୋଜନ ପରିବେଷଣ କରାଯାଇଥିଲା। ଯେଉଁଥିରେ ପାରମ୍ପରିକ ଭାରତୀୟ ଖାଦ୍ୟ ଅନ୍ତର୍ଭୁକ୍ତ ଥିଲା। ଯାହାକୁ ପେଟ ପୁରାଇ ଖାଇବା ପରେ ଖୁସିରେ ଖୁସିରେ ଋଷିଆ ବାହୁଡ଼ିଥିଲେ ପୁଟିନ୍।

Advertisment

ଆସନ୍ତୁ ନଜର ପକାଇବା ତାଙ୍କ ପାଇଁ କଣ ଥିଲା ଭୋଜି ମେନ୍ୟୁ:-

ପୁଟିନଙ୍କ ଖାଦ୍ୟ ଆରମ୍ଭ ସୁପରୁ ହୋଇଥିଲା। ସଜନା ଶାଗ ଓ ମୁଗ ଡାଲିରେ ତିଆରି ଏକ ସୁପ ତାଙ୍କୁ ପରସା ଯାଇଥିଲା। ଏହା ସହ ଷ୍ଟାଟରରେ କାଶ୍ମୀର ଆଖରୋଟ ଚଟଣିରେ ତିଆରି ଛତୁ, ଶିକମପୁରୀ ବା ତାଓ୍ବାରେ ତିଆରି କଳା ଚଣା କବାବ୍, ପନିପରିବାରେ ତିଆରି ଝୋଲ୍ ମୋମୋସ୍ ଭଳି ଖାଦ୍ୟ ଅନ୍ତର୍ଭୁକ୍ତ ଥିଲା।  

ସେହିପରି ମେନକୋର୍ସରେ କେସରନ୍ ପୁଲାଓ, ଜାଫରାନି ପନିର ରୋଲ୍, ପାଳଙ୍ଗ ମେଥି ମାଟ୍ କା ସାଗ, ତନ୍ଦୁରି ଷ୍ଟଫ୍ ଆଳୁ ଏବଂ ଆଚାରି ବାଇଗଣ ସହିତ ଡାଲ୍ ତଡକା, ଅନ୍ତର୍ଭୁକ୍ତ ଥିଲା। ଏହା ସହିତ, ଲଚ୍ଛା ପରଟା, ମଗଜ ନାନ୍, ସତନାଜ ରୋଟି, ମିସି ରୋଟି ଏବଂ ବିସ୍କୁଟି ରୋଟି ଖାଇଥିଲେ ପୁଟିନ।

Advertisment

ଭୋଜନ ପରେ, ରୁଷ ରାଷ୍ଟ୍ରପତିଙ୍କୁ ବିଭିନ୍ନ ପ୍ରକାରର ମିଠା ପ୍ରଦାନ କରାଯାଇଥିଲା। ଏଥିରେ ବାଦାମ ପୁଡିଂ, କେସର ପିସ୍ତା କୁଲ୍ଫି, ତାଜା ଫଳ, ଗୁଡ଼ ସନ୍ଦେଶ ଏବଂ ମୁରାକ୍କୁ ଭଳି ପାରମ୍ପରିକ ଖାଦ୍ୟ ଅନ୍ତର୍ଭୁକ୍ତ ଥିଲା। ପାନୀୟରେ ଡାଳିମ୍ବ ଜୁସ୍, କମଳା ଜୁସ୍ ଏବଂ ଗାଜର ଓ ଅଦା ରସ ମିଶ୍ରିତ ଡ୍ରିଙ୍କସ୍ ପିଇଥିଲେ ପୁଟିନ୍।

ତେବେ ଏହି ଭୋଜିରେ ପୁଟିନଙ୍କ ସହିତ ସମଗ୍ର ରୁଷ ପ୍ରତିନିଧିମଣ୍ଡଳ ରାଷ୍ଟ୍ରପତି ଭବନକୁ ଯାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ମଧ୍ୟ ଉପସ୍ଥିତ ଥିଲେ। ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଅନେକ ପ୍ରମୁଖ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ଏହି କାଯ୍ୟକ୍ରମରେ ଉପସ୍ଥିତ ଥିଲେ। ତେବେ ରାତ୍ରୀଭୋଜନ ପରେ, ପୁଟିନ ସିଧାସଳଖ ପାଲମ ବିମାନବନ୍ଦରକୁ ଯାଇଥିଲେ ଏବଂ ସେଠାରୁ ମସ୍କୋ ଅଭିମୁଖେ ଯାତ୍ରା କରିଥିଲେ ।

Advertisment
Russian President Vladimir Putin
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ