Pension Plan Photograph: (OTV)
ପେନସନ୍ ପାଇବେ ଘରୋଇ କ୍ଷେତ୍ରର କର୍ମଚାରୀ । ଚାକିରି ସରିବା ପରେ ମିଳିବ ପେନସନ୍ ଟଙ୍କା । ବୃଦ୍ଧାବସ୍ଥାରେ ସାହାରା ଦେବ ‘APY’ ଯୋଜନା । ଯଦି ଆପଣ ଏକ ଘରୋଇ କମ୍ପନୀରେ ଚାକିରି କରିଛନ୍ତି, ଏବଂ ଆପଣ ଅବସର ପରେ ଟଙ୍କାକୁ ନେଇ ଚିନ୍ତିତ ଅଛନ୍ତି, ତେବେ ସରକାରଙ୍କ ଏହି ଯୋଜନା ଆପଣଙ୍କୁ ଲାଭ ଦେବ । ଆପଣଙ୍କ ଚାକିରି ସରିବା ପରେ ମଧ୍ୟ ପେନସନ୍ ଆକାରରେ ଟଙ୍କା ପାଇପାରିବେ । ବୟସ ସହିତ ଚିକିତ୍ସା ଖର୍ଚ୍ଚ ଏବଂ ଦୈନନ୍ଦିନ ଆବଶ୍ୟକତା ଖର୍ଚ୍ଚ ମଧ୍ୟ ଉଠାଇପାରିବେ । ଏପରି ପରିସ୍ଥିତିରେ, ସରକାରଙ୍କ ଏହି ଯୋଜନା ଆପଣଙ୍କୁ ଅନେକ ସହାୟକ ହେବ ।
ଘରୋଇ କର୍ମଚାରୀ ବା ବେସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର କରିଛନ୍ତି, ଅଟଳ ପେନସନ ଯୋଜନା ବା (APY) । ଏହି ଯୋଜନାକୁ ବିଶେଷ ଭାବେ ଅବସରପ୍ରାପ୍ତ ବେସରକାରୀ କର୍ମଚାରୀମାନଙ୍କ ପାଇଁ କରାଯାଇଛି । ଯେଉଁମାନେ ଘରୋଇ କ୍ଷେତ୍ରରେ କାମ କରନ୍ତି ଏବଂ ଚାକିରି ପରେ କୌଣସି ପେନସନ ଲାଭ ପାଆନ୍ତି ନାହିଁ ସେମାନଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ଏହାକୁ କରାଯାଇଛି । ୨୦୧୫ରେ ଆରମ୍ଭ ହୋଇଥିଲା ଅଟଳ ପେନସନ ଯୋଜନା । ଏହାର ଉଦ୍ଦେଶ୍ୟ ଥିଲା ବୃଦ୍ଧାବସ୍ଥାରେ ଲୋକମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା । ୧୮ରୁ ୪୦ ବର୍ଷ ବୟସର ଲୋକମାନେ ଏହି ଯୋଜନାରେ ସାମିଲ ହୋଇପାରିବେ ।
ଅଟଳ ପେନସନ ଯୋଜନାରେ ସମାଲ ପରେ, ସଦସ୍ୟମାନଙ୍କୁ ସେମାନଙ୍କ ବୟସ ଏବଂ ବାଛିଥିବା ପେନସନ ବିକଳ୍ପ ଉପରେ ନିର୍ଭର କରି ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣ ଜମା କରିବାକୁ ପଡିବ । ଯେତେବେଳେ ଜଣେ ସଦସ୍ୟ ୬୦ ବର୍ଷ ବୟସରେ ପହଞ୍ଚିବେ, ସେମାନଙ୍କୁ ହଜାରରୁ ୫ ହଜାର ପର୍ଯ୍ୟନ୍ତ ମାସିକ ପେନସନ ମିଳିବ । ଆଉ ଏହି ପେନସନ ସେ ଜୀବନ ସାରା ପାଇପାରିବେ । ଖାଲି ଏତିକି ନୁହେଁ, ପେନସନ ପାଉଥିବା ବ୍ୟକ୍ତି ଜଣକଙ୍କ ଯଦି ମୃତ୍ୟୁ ହୁଏ, ତେବେ ତାଙ୍କ ସ୍ବାମୀ କିମ୍ବା ପତ୍ନୀଙ୍କୁ ସ୍ଥାନାନ୍ତରିତ ହେବ ।
କେମିତି ପୂରଣ କରିବେ ଫର୍ମ ?
ଅଟଳ ପେନସନ ଯୋଜନାରେ ଆବେଦନ କରିବାକୁ ହେଲେ, ଆପଣ ନିକଟସ୍ଥ ବ୍ୟାଙ୍କ ଶାଖାକୁ ଯାଇ ଅଟଳ ପେନସନ ଯୋଜନା ଫର୍ମ ପୂରଣ କରିବେ । ଆଧାର କାର୍ଡ ଏବଂ ମୋବାଇଲ୍ ନମ୍ବର ବ୍ୟବହାର କରି ସରକାରଙ୍କ ଏହି ଯାଜନାରେ ସାମିଲ୍ ହୋଇପାରିବେ । ବ୍ୟାଙ୍କ ପ୍ରତି ମାସରେ ଆପଣଙ୍କ ଆକାଉଣ୍ଟରୁ ଅଟୋ-ଡେବିଟ୍ ମାଧ୍ୟମରେ ଟଙ୍କା କାଟିଥାଏ । ଧରିନିଅନ୍ତୁ, ଯଦି ଜଣେ ବ୍ୟକ୍ତି ୨୦ ବର୍ଷ ବୟସରେ ହଜାରେ ଟଙ୍କା ମାସିକ ପେନସନ ବାଛନ୍ତି । ତେବେ ତାଙ୍କୁ ପ୍ରତି ମାସରେ ପ୍ରାୟ ୪୨ ଟଙ୍କା ଜମା କରିବାକୁ ପଡିବ । କମ୍ ବୟସରେ ଯୋଜନାରେ ଯୋଗଦାନ କରିବା ଦ୍ୱାରା କମ୍ ନିବେଶ ଏବଂ ଅଧିକ ଲାଭ ମିଳିଥାଏ । ଏହି କାରଣରୁ ଅଟଳ ପେନସନ ଯୋଜନା ଘରୋଇ କର୍ମଚାରୀଙ୍କ ପାଇଁ ଏକ ଉତ୍କୃଷ୍ଟ ଅବସର ଯୋଜନା ବିକଳ୍ପ ଭାବରେ ଉଭା ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/21/pension-plan-2025-12-21-16-55-01.jpg)