NCERT ପୁସ୍ତକରେ ତ୍ରୁଟିକୁ ନେଇ କ୍ଷୁବ୍ଧ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ କିଏ ଦାୟୀ, କିଏ ଏସବୁ ଦେଖୁଛି ବୋଲି ପଚାରିଛନ୍ତି ପ୍ରଧାନମନ୍ତ୍ରୀ। ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶିତ ହୋଇଛି। NCERT ଅଷ୍ଟମ ଶ୍ରେଣୀ ସାଧାରଣ ବିଜ୍ଞାନ ବହିରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରୁ ସୁପ୍ରିମ ଛାଟ ପଡ଼ିଛି।...
ମାମଲାର ଶୁଣାଣି କରି ନ୍ୟାୟପାଳିକା ଉପରେ ଏହା ଆକ୍ରମଣ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ। ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଏହାଦ୍ବାରା କଣ ଶିଖିବେ, ଏହାଦ୍ବାରା କଣ ବାର୍ତ୍ତା ଯିବ ବୋଲି ପଚାରିଛନ୍ତି ପ୍ରଧାନ ବିଚାରପତି। ଖାଲି ଏତିକି ନୁହେଁ, ଏହା ଗଭୀର ଷଡ଼ଯନ୍ତ୍ର ଭଳି ଲାଗୁଛି, ଏହା ପଛରେ କିଏ ଜାଣିବାକୁ ଚାହୁଁଛୁ ବୋଲି ସିଜେଆଇ ସଫା ସଫା କହିଥିଲେ।
ଉତ୍ତରଦାୟୀ ସ୍ଥିର ନହେବା ଯାଏଁ ମାମଲା ଚାଲୁ ରହିବ, ବହିର ପ୍ରତିଟି ସଫ୍ଟ ଓ ହାର୍ଡ କପିକୁ ବ୍ୟାନ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତାସହ ଶିକ୍ଷା ସଚିବ ଓ NCERT ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।...ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଘଟଣା ସମ୍ପର୍କରେ ଜାଣିବା ପରେ ବହି ପ୍ରକାଶନ ଉପରେ ରୋକ ଲଗା ଯାଇଛି। ଏଥିପାଇଁ କିଏ ଦାୟୀ ସେ ନେଇ ତଦନ୍ତ ଆରମ୍ଭ ହୋଇଛି, ଆକ୍ସନ୍ ହେବ ବୋଲି ସେ କହିଛନ୍ତି।...
NCERT ଅଷ୍ଟମ ଶ୍ରେଣୀ SST ପୁସ୍ତକରେ ତ୍ରୁଟି ପ୍ରସଙ୍ଗ
କିଏ ଦାୟୀ, କିଏ ଏସବୁ ଦେଖୁଛି: ମୋଦି
ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ
ସୁପ୍ରିମକୋର୍ଟରୁ ପଡ଼ିଛି ସୁପ୍ରିମ ଛାଟ
‘ନ୍ୟାୟପାଳିକା ଉପରେ ଆକ୍ରମଣ’
‘ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ କ’ଣ ଶିଖିବେ’
‘ଗଭୀର ଷଡ଼ଯନ୍ତ୍ର ଭଳି ଲାଗୁଛି, ଏହା ପଛରେ କିଏ?’
ସ୍ପଷ୍ଟୀକରଣ ରଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
‘ବହି ପ୍ରକାଶନ ଉପରେ ରୋକ’
କିଏ ଦାୟୀ ତଦନ୍ତ ଆରମ୍ଭ, ଆକ୍ସନ୍ ହେବ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us