Advertisment

President Boards ‘Prachand’: `ପ୍ରଚଣ୍ଡ'ରେ ଉଡ଼ିଲେ ପ୍ରେସିଡେଣ୍ଟ, ରାଜସ୍ଥାନ ଜୈସଲମେରରେ ଉଡ଼ାଣ ଭରିଲେ ରାଷ୍ଟ୍ରପତି

ସ୍ୱଦେଶୀ ଲାଇଟ୍ କମ୍ବାଟ୍ ହେଲିକପ୍ଟର ପ୍ରଚଣ୍ଡ ଚଢିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜସ୍ଥାନ ଜୈସଲମେର ଭାରତୀୟ ବାୟୁସେନା ଷ୍ଟେସନରୁ ହେଲିକପ୍ଟରରେ ଉଡ଼ାଣ ଭରିଛନ୍ତି ରାଷ୍ଟ୍ରପତି। ଭାରତର ଦେଶୀ ଡିଜାଇନ୍ ବିଶିଷ୍ଟ ହେଲିକପ୍ଟର ହେଉଛି ପ୍ରଚଣ୍ଡ।

PRESIDENT

PRESIDENT Photograph: (OTV)

Advertisment

ପ୍ରଚଣ୍ଡରେ ଉଡ଼ିଲେ ପ୍ରେସିଡେଣ୍ଟ। ସ୍ୱଦେଶୀ ଲାଇଟ୍ କମ୍ବାଟ୍ ହେଲିକପ୍ଟର ପ୍ରଚଣ୍ଡ ଚଢିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜସ୍ଥାନ ଜୈସଲମେର ଭାରତୀୟ ବାୟୁସେନା ଷ୍ଟେସନରୁ ହେଲିକପ୍ଟରରେ ଉଡ଼ାଣ ଭରିଛନ୍ତି ରାଷ୍ଟ୍ରପତି। ଭାରତର ଦେଶୀ ଡିଜାଇନ୍ ବିଶିଷ୍ଟ ହେଲିକପ୍ଟର ହେଉଛି ପ୍ରଚଣ୍ଡ। ଏହାକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ବା HAL ଦ୍ୱାରା ନିର୍ମାଣ କରାଯାଇଛି। ଉଡ଼ାଣ ପୂର୍ବରୁ ହେଲିକପ୍ଟରର କ୍ୟାପ୍ଟେନ୍ ରାଷ୍ଟ୍ରପତିଙ୍କୁ ଏହାର କ୍ଷମତା ବିଷୟରେ ବିସ୍ତୃତ ଭାବେ ବୁଝାଇ କହିଥିଲେ ।

Advertisment

ପ୍ରଚଣ୍ଡ ମରୁଭୂମି, ଉଚ୍ଚଭୂମି ସମେତ ବିଭିନ୍ନ ଭୂଖଣ୍ଡରେ କାର୍ଯ୍ୟ କରିବା ପାଇଁ କ୍ଷମତା ରଖିଛି । ରାତିରେ ଆକ୍ରମଣ କରିବାର ମଧ୍ୟ କ୍ଷମତା ରହିଛି ପ୍ରଚଣ୍ଡ । ଏୟାର-ଟୁ-ଗ୍ରାଉଣ୍ଡ, ଏୟାର-ଟୁ-ଏୟାର ମିସାଇଲ୍, ରକେଟ୍ ଓ ୨୦ ଏମଏମ ଗନ୍ ଭଳି ଅସ୍ତ୍ରଶସ୍ତ୍ର ବହନ କରିପାରେ। ଏହା ଭାରତୀୟ ବାୟୁସେନାର ଯୁଦ୍ଧ କ୍ଷମତାକୁ ବହୁଗୁଣ ବୃଦ୍ଧି କରିଛି। ପ୍ରଚଣ୍ଡ ଆତ୍ମନିର୍ଭର ଭାରତର ଏକ ଶକ୍ତିଶାଳୀ ଉଦାହରଣ । 

`ପ୍ରଚଣ୍ଡ'ରେ ଉଡ଼ିଲେ ପ୍ରେସିଡେଣ୍ଟ
ସ୍ୱଦେଶୀ ଲାଇଟ୍ କମ୍ବାଟ୍ ହେଲିକପ୍ଟର ପ୍ରଚଣ୍ଡରେ ଉଡ଼ାଣ
ରାଜସ୍ଥାନ ଜୈସଲମେରରେ ଉଡ଼ାଣ ଭରିଲେ ରାଷ୍ଟ୍ରପତି
ଭାରତର ଦେଶୀ ଡିଜାଇନ୍ ହେଲିକପ୍ଟର `ପ୍ରଚଣ୍ଡ'
ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଦ୍ୱାରା `ପ୍ରଚଣ୍ଡ' ନିର୍ମାଣ
ଆତ୍ମନିର୍ଭର ଭାରତର ଶକ୍ତିଶାଳୀ ଉଦାହରଣ `ପ୍ରଚଣ୍ଡ'

Advertisment
President Droupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ