Advertisment

Bengaluru Police Inspector Bribe Case: ଲାଞ୍ଚ ନେଉଥିଲେ ପୋଲିସ ବାବୁ, ଧରାପଡ଼ି ବୋବାଳି ଛାଡ଼ିଲେ

ଲାଞ୍ଚ ନେଉଥିଲେ ତିନି ତାରା ପୋଲିସ ବାବୁ। ଧରୁଥେଲେ ଟଙ୍କା ମୁଣା ମାଡ଼ି ବସିଲେ ଲୋକାୟୁକ୍ତ। ଜୀବନ ବିକଳରେ ବୋବାଳି ଛାଡ଼ିଲେ IIC। ସୋସିଆଲ ମିଡିଆରେ ବିଜୁଳି ବେଗରେ ଭାଇରାଲ୍ ହେଉଛି ଭିଡ଼ିଓ ।

Police-Officer-Bribe-PKG
Advertisment

ଲାଞ୍ଚ ନେଉଥିଲେ ତିନି ତାରା ପୋଲିସ ବାବୁ। ଧରୁଥେଲେ ଟଙ୍କା ମୁଣା ମାଡ଼ି ବସିଲେ ଲୋକାୟୁକ୍ତ। ଜୀବନ ବିକଳରେ ବୋବାଳି ଛାଡ଼ିଲେ IIC। ସୋସିଆଲ ମିଡିଆରେ ବିଜୁଳି ବେଗରେ ଭାଇରାଲ୍ ହେଉଥିବା ଏହି ଭିଡିଓଟିରେ ଜଣେ ପୋଲିସ IICଙ୍କୁ ମାଡ଼ି ବସିଛନ୍ତି କିଛି ଅଧିକାରୀ। ଆଉ ପ୍ରାଣ ବିକଳରେ ବୋବାଇ ଚାଲିଛନ୍ତି ପୋଲିସ ବାବୁ। ମୁହଁରୁ ଉଡ଼ିଯାଇଛି ରଙ୍ଗ, ଶୁଖିଯାଇଛି ତଣ୍ଟି ଆଉ ବାବୁଙ୍କୁ ଲାଗିଛି ୪୪୦ ଭୋଲ୍ଟର ଝଟକା। ନିଜକୁ ତିସମାର ଖାଁ ଭାବି ପୋଲିସ ବର୍ଦ୍ଦିରେ ଲାଞ୍ଚ ନେଉଥିବା ବେଳେ ତାଙ୍କ ଉପରକୁ ଝାମ୍ପ ମାରିଥିଲେ ଲୋକାୟୁକ୍ତ ଅଧିକାରୀ। ତାପରେ ପୋଲିସ ବାବୁଙ୍କ ଓସ୍କାର ଲେଭେଲ ଆକ୍ଟିଂକୁ ଆଉ ସମ୍ଭାଳେ କିଏ। ଯେତେ ପାଟି କରି ଯେତେ ଛାଟିପିଟି ହେଲେ ମଧ୍ୟ ଲୋକାୟୁକ୍ତ ଛାଡ଼ିବାକୁ ନାରାଜ। 

Advertisment


କର୍ଣ୍ଣାଟକର ବେଙ୍ଗାଲୁରୁର ଏହି ଘଟଣାଟି ସାରା ଦେଶରେ ସୃଷ୍ଟି କରିଛି ଚର୍ଚ୍ଚା। ଧରାପଡ଼ିଥିବା ବାବୁ ଜଣକ ହେଉଛନ୍ତି କେପି ଅଗ୍ରହାରା ପୁଲିସ୍‌ ଷ୍ଟେସନର ଅଧିକାରୀ ଗୋବିନ୍ଦ ରାଜୁ। ତାଙ୍କ ପରିଚୟ ସିନା ପୁଲିସ କିନ୍ତୁ କାମ କୌଣସି ଡକାୟତଙ୍କ ଠାରୁ କମ ନୁହେଁ। ମିଳିଥିବା ସୂଚନା ମୁତାବକ, ମହମ୍ମଦ ଆକବର ନାମକ ଜଣେ ବିଲଡରଙ୍କୁ ମିଛ କେସରେ ଫସାଇ ଦେବାର ଧମକ ଦେଇ ୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ରାଜୁ ବାବୁ। ହେଲେ ୧ ଲକ୍ଷ ଟଙ୍କା ଦେବା ସହ ଏ ସମ୍ପର୍କରେ ଲୋକାୟୁକ୍ତ ପାଖରେ ଅଭିଯୋଗ କରିଥିଲେ ଆକବର। ପରେ ଗୋବିନ୍ଦ ରାଜୁଙ୍କୁ ରଙ୍ଗେ ହାତ ଧରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା।

ଆଉ ୨୯ ତାରିଖ ଦିନ ମହମ୍ମଦ ବାକି ୪ ଲକ୍ଷ ଟଙ୍କା ପୋଲିସ ବାବୁଙ୍କୁ ଦେଉଥିବା ବେଳେ ଲୋକାୟୁକ୍ତ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ। ଆଉ ଧରା ପଡ଼ିବା ପରର ଦୃଶ୍ୟ ଆଉ କାହାକୁ ଅଛପା ନୁହଁ। ତେବେ ଖାକି ପୋଷାକରେ ଦାଗ ଲଗାଇଥିବା ଗୋବିନ୍ଦ ରାଜୁଙ୍କୁ ଗିରଫ କରାଯାଇଛି। ଆଉ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ତେବେ ପୋଲିସ ବାବୁଙ୍କ କେଳେଙ୍କାରୀକୁ ନେଇ ଆପଣଙ୍କ ମତ କମେଣ୍ଟରେ ଜଣାନ୍ତୁ।

Advertisment
Viral Video Bribe Police Bengaluru
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ