Advertisment

Dussehra: ଏଥର ହୋଇପାରିବନି ରାବଣ ପୋଡ଼ି, ଲାଗିଲା ପ୍ରତିବନ୍ଧକ

ଏଥର ହୋଇପାରିବନି ରାବଣ ପୋଡ଼ି। ଜଳିପାରିବନି ୨୪୦ ଫୁଟର ପ୍ରତିମୂର୍ତ୍ତି। ପ୍ରତିବନ୍ଧକ ଲଗାଇଲା ପୋଲିସ । ରାବଣ ପୋଡ଼ିକୁ ଅନୁମତି ନମିଳିବାରୁ ହରଡ଼ଘଣାରେ ପଡ଼ିଛନ୍ତି ଏହାକୁ ତିଆରି କରୁଥିବା କାରିଗର।

Ravan-Podi-Ban

Ravan-Podi-Ban Photograph: (OTV)

Advertisment

ଏଥର ଦଶହରାରେ ହୋଇପାରିବନି ରାବଣ ପୋଡ଼ିଅଯୋଧ୍ୟାରେ ଜଳିପାରିବନି ରାବଣ ଓ ମେଘନାଦର ପ୍ରତିମୂର୍ତ୍ତି। ଦଶହରାରେ ହେବାକୁ ଥିବା ୨୪୦ ଫୁଟ ଉଚ୍ଚ ରାବଣ, ୧୯୦ ଫୁଟ ଉଚ୍ଚ କୁମ୍ଭକର୍ଣ୍ଣ ଏବଂ ମେଘନାଦ ପ୍ରତିମୂର୍ତ୍ତି ପୋଡ଼ିବା ଉପରେ ପ୍ରତିବନ୍ଧକ ଲଗାଇଛି। ରିପୋର୍ଟ ମୁତାବକ ଅଯୋଧ୍ୟାର ଫିଲ୍ମ ଆର୍ଟିଷ୍ଟ ରାମଲୀଳା କମିଟି ଦ୍ୱାରା ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଦାହ କରାଯିବାର ଆୟୋଜନ କରାଯାଇଥିଲା। ଯାହା ଏକ ମାସ ଧରି ନିର୍ମାଣାଧୀନ ଥିଲା। ହେଲେ ଦଶହରାର ତିନି ଦିନ ପୂର୍ବରୁ ଏହି ବହୁ ପ୍ରଚାରିତ ରାବଣ ପ୍ରତିମୂର୍ତ୍ତି ପୋଡ଼ିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏହି ପ୍ରତିବନ୍ଧକ ଲଗାଯାଇଥିବା କଥା କହିଛନ୍ତି ଅଯୋଧ୍ୟା ପୋଲିସ ସର୍କଲ ଅଧିକାରୀ ଦେବେଶ ଚତୁର୍ବେଦୀ। ଆୟୋଜକ କମିଟିକୁ ଏଯାଏଁ ରାବଣ ପୋଡ଼ିର ଅନୁମତି ମିଳିନାହିଁ। ତେବେ ରାବଣ ପୋଡ଼ିକୁ ଅନୁମତି ନମିଳିବାରୁ ହରଡ଼ଘଣାରେ ପଡ଼ିଛନ୍ତି ଏହାକୁ ତିଆରି କରୁଥିବା କାରିଗର।
ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଅନ୍ୟାନ୍ୟ ରାଜ୍ୟର କାରିଗରମାନେ ଏହି 240 ଫୁଟ ଉଚ୍ଚର ରାବଣର ନିର୍ମାଣ କାର୍ଯ୍ୟ ସମାପ୍ତ କରିସାରିଛନ୍ତି। କିନ୍ତୁ ପ୍ରତିମୂର୍ତ୍ତି ଦାହର ନିର୍ଦ୍ଧାରିତ ତାରିଖର ତିନି ଦିନ ପୂର୍ବରୁ ଏହା ବନ୍ଦ କରାଯାଇଛି। ଫଳସ୍ୱରୂପ, ହଜାର ହଜାର ଟଙ୍କା ବ୍ୟୟରେ ନିର୍ମିତ ତିନୋଟି ପ୍ରତିମୂର୍ତ୍ତି ନଷ୍ଟ ହୋଇଯିବାର ସମ୍ଭାବନା ଦେଖା ଦେଇଛି। ହେଲେ ମଧ୍ୟ ଯେପର୍ଯ୍ୟନ୍ତ ଅନୁମତି ମିଳିନାହିଁ ରାବଣ ପୋଡ଼ିର ଆୟୋଜନ କରାଯିବ ନାହିଁ ବୋଲି କହିଛନ୍ତି ଫିଲ୍ମ ଆର୍ଟିଷ୍ଟ ରାମଲୀଳା କମିଟିର ପ୍ରତିଷ୍ଠାତା ସଭାପତି ସୁଭାଷ ମଲିକ ବାବି।
ସେପଟେ ଦଶହରାରେ ନିର୍ମାଣ କରାଯାଇଥିବା ରାବଣ ନପୋଡ଼ିବା ଅଶୁଭ ବୋଲି ମତ ପ୍ରକାଶ ପାଇଛି। ତେବେ ଆଗକୁ ଏନେଇ କଣ ନିପ୍ପତ୍ତି ହେଉଛି ତାହା ଏବେ ଚର୍ଚ୍ଚାର ବିଷୟ ।

Advertisment

ଅଧିକ ଦେଖନ୍ତୁ:

Dussehra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ