modi Photograph: (OTV)
ଷ୍ଟାଚ୍ୟୁ ଅଫ ୟୁନିଟୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଶତ୍ରୁ ପକ୍ଷଙ୍କୁ ଭାରତର ଜବାବ ଏବେ ନିର୍ଣ୍ଣାୟକ, ଶକ୍ତିଶାଳୀ ଓ ପୂରା ବିଶ୍ୱକୁ ଦୃଶ୍ୟମାନ ହେଉଛି। ଭାରତ ଶତ୍ରୁପକ୍ଷର ସୀମା ଭିତରେ ପଶିପାରେ ଓ ଆକ୍ରମଣ କରିପାରେ ବୋଲି ଅପରେସନ ସିନ୍ଦୂର(Operation Sindoor) ବାର୍ତ୍ତା ଦେଇଥିଲା ବୋଲି ମୋଦି କହିଛନ୍ତି।
ସେ କହିଛନ୍ତି, “ଅପରେସନ ସିନ୍ଦୂର ବେଳେ ପୂରା ବିଶ୍ୱ ଦେଖିଛି ଯେ ଯଦି କେହି ଭାରତକୁ ଆଖି ଉଠାଇବ ଦେଖିବ, ତା’ହେଲେ ଭାରତ ଘରେ ପଶି ମାରିଥାଏ। ଆଜି ପାକିସ୍ତାନ ଓ ଆତଙ୍କବାଦର ହ୍ୟାଣ୍ଡେଲର୍ସ ଭାରତର ପ୍ରକୃତ ଶକ୍ତି କ’ଣ ସେକଥା ଭଲ ଭାବେ ଜାଣି ସାରିଛନ୍ତି।”
ଜାତୀୟ ଏକତା ଦିବସ ପାଳନ ଅବସରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପରିବାରକୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପରିବାର ସହ ଉଠାଇଥିବା ଫଟୋକୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ ସକାଳେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଗୁଜୁରାଟର କେୱାଡିଆରେ ଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
କେୱାଡିଆରେ ଜାତୀୟ ଏକତା ଦିବସ ପାଳନ ଅବସରରେ ଭବ୍ୟ ପରେଡ୍ ଅନୁଷ୍ଠିତ ହେଇଥିଲା । ଯେଉଁଥିରେ ପୋଲିସ, ବିଏସଏଫ, ସିଆରପିଏଫ ଯବାନ ମାନେ ଭାଗ ନେଇଥିଲେ । ଏହି ଚିତ୍ତାକର୍ଷକ ପରେଡ୍ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥର ଭ୍ରମ ସୃଷ୍ଟି କରିଥିଲା । ଏହାସହ ବିଭିନ୍ନ କଳାନୈପୁଣ୍ୟର ପ୍ରଦର୍ଶିତ ହୋଇଥିଲା। ପିଏମ ମୋଦି ଏହି ଅବସରରେ ଦେଶବାସୀଙ୍କୁ ଏକତାର ଶପଥ ପାଠ କରାଇଥିଲେ । ଏହାପରେ ଭବ୍ୟ ପରେଡ୍, ସାମରିକ କଳାକୌଶଳ, ପ୍ରଜ୍ଞାପନ ମେଢ, ଡେୟାରଡେଭିଲ ସୋ ପ୍ରଦର୍ଶିତ ହୋଇଥିଲା ।
ସେହିପରି ଆଜି କୋଟି କୋଟି ଲୋକ ଏକତାର ଶପଥ ନେଇଛନ୍ତି । ଯେଉଁ କାର୍ଯ୍ୟ ରାଷ୍ଟ୍ରୀୟ ଏକତାକୁ ବଢାଇବ ସେହି କାର୍ଯ୍ୟ କରିବାକୁ ଆମେ ପ୍ରତିଜ୍ଞା ନେଉଛୁ । ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପୁଣି ଥରେ ସଂକଳ୍ପ ନେବା, ଆମେ ଭାରତରେ ରହୁଛେ, ଆମେ ବିଚାରର ବିବିଧତାକୁ ସମ୍ମାନ କରିବା ଉଚିତ୍ ବୋଲି ମୋଦି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/31/modi-2025-10-31-16-20-42.jpg)