Vande Bharat Sleeper Train Photograph: (OTV)
ଆସନ୍ତା ୧୭ରେ ଦେଶର ପ୍ରଥମ ସ୍ଲିପର୍ ବନ୍ଦେ ଭାରତର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମବଙ୍ଗ ମାଲଦାରେ ପତାକା ଦେଖାଇ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ। ତେବେ ଜାନୁଆରୀ ୧୮ରେ ସ୍ଲିପର ବନ୍ଦେ ଭାରତ ବିଧିବଦ୍ଧ ଭାବେ ଆରମ୍ଭ ହେବ।
ହାୱଡାରୁ ଗୌହାଟୀକୁ ମଧ୍ୟରେ ଗଡ଼ିବ ଦେଶର ପ୍ରଥମ ସ୍ଲିପର୍ ବନ୍ଦେ ଭାରତ। ଇଣ୍ଡିଆନ୍ ରେଲୱେର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବନ୍ଦେ ଭାରତ ସ୍ଲିପର ଟ୍ରେନର ପରୀକ୍ଷଣ ମଧ୍ୟ ସରିଛି। କୋଟା-ନାଗଡା ସେକ୍ସନରେ ଟ୍ରାଏଲ୍ କରାଯାଇଥିଲା।
ଘଣ୍ଟା ପ୍ରତି ୧୮୦ କିଲୋମିଟର ବେଗରେ ଦୌଡ଼ିବ ଏହି ଟ୍ରେନ୍ । ଟ୍ରେନର ଯାତ୍ରା ଗୁଣବତ୍ତା, ବ୍ରେକିଂ ସିଷ୍ଟମ, ସୁରକ୍ଷା ପ୍ରଣାଳୀ ଏବଂ ଅନ୍ୟାନ୍ୟ ବୈଷୟିକ ଦିଗଗୁଡ଼ିକୁ ପରୀକ୍ଷା କରାଯାଇଛି। ବର୍ଷ ଶେଷ ସୁଦ୍ଧା ୧୨ଟି ନୂତନ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ପ୍ରସ୍ତୁତ ହେବ। ଛଅ ମାସ ମଧ୍ୟରେ ଆଠଟି ବନ୍ଦେ ଭାରତ ସ୍ଲିପର ଟ୍ରେନ୍ କାର୍ଯ୍ୟକ୍ଷମ ହେବ ବୋଲି ପୂର୍ବରୁ ରେଳ ମନ୍ତ୍ରୀ ସୂଚନା ଦେଇଥିଲେ।
ଆସନ୍ତା ୧୭ରେ ଗଡିବ ଦେଶର ପ୍ରଥମ ସ୍ଲିପର୍ ବନ୍ଦେ ଭାରତ
ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପଶ୍ଚିମବଙ୍ଗ ମାଲଦାରେ ପତାକା ଦେଖାଇ କରିବେ ଶୁଭାରମ୍ଭ
ଆସନ୍ତା ୧୮ରେ ସ୍ଲିପର ‘ବନ୍ଦେ ଭାରତ’ର ବିଧିବଦ୍ଧ ଯାତ୍ରା
ହାୱଡାରୁ ଗୌହାଟୀକୁ ମଧ୍ୟରେ ଗଡ଼ିବ ସ୍ଲିପର୍ ବନ୍ଦେ ଭାରତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/08/vande-bharat-sleeper-train-2026-01-08-11-13-54.jpg)