Modi-Celebrates-Diwali-With-Navy Photograph: (OTV)
ଦେଶ ଖୁବ୍ ଶୀଘ୍ର ହେବ ନକ୍ସଲ ମୁକ୍ତ । ମାଓବାଦୀଙ୍କ ଆତଙ୍କୀରୁ ମୁକ୍ତି ପାଇଛି ଭାରତ । ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । ନକ୍ସଲ ଶୂନ୍ୟ ଆଡ଼କୁ ଆଗଉଛି ଫୋର୍ସ । ନୌବୀରଙ୍କ ସହ ଦୀପାବଳି ପାଳି ପ୍ରଧାନମନ୍ତ୍ରୀ ମୋଦି ଏମିତି ଉତ୍ସାହପୂର୍ଣ୍ଣ କଥା କହିଛନ୍ତି। INS ବିକ୍ରାନ୍ତରେ ମୋଦି ଏୟାର ଶୋ’ ଦେଖିଛନ୍ତି, ପରାକ୍ରମ ପରଖିଛନ୍ତି ଆଉ ତାସହ ସମୁଦ୍ର ଭିତରୁ ରହି ଶତ୍ରୁକୁ ଖୋଲା ଚେତାବନୀ ଦେଇଛନ୍ତି। ଗୋଆରୁ କାରୱାର୍ ସମୁଦ୍ର ଭିତରେ INS ବିକ୍ରାନ୍ତରେ ଦୀପାବଳି ସେଲିବ୍ରେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ।
ଏହି ଅବସରରେ ମୋଦି କହିଛନ୍ତି, ମାଓବାଦୀଙ୍କ ଆତଙ୍କୀରୁ ମୁକ୍ତି ପାଇଛି ଭାରତ, ୫୦ ବର୍ଷର ‘ନକ୍ସଲ ରୋଗ’ ଏବେ ନିପାତ ହେଉଛି। ୨୦୧୪ ପରେ ନକ୍ସଲ ବିରୋଧୀ ଅପରେସନ୍ ଜୋରସୋରରେ ହେଉଛି। ମାଓବାଦୀ କବଳରେ ଥିବା ୧୨୫ ଜିଲ୍ଲା ଏବେ କ୍ରମଶ ୩ ଜିଲ୍ଲାରେ ସୀମିତ ହୋଇଛି। ଏପରିକି ନକ୍ସଲ ଶୂନ୍ୟ ଆଡ଼କୁ ଆଗଉଛି ଫୋର୍ସ। ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ ବୋଲି ସେ କହିଛନ୍ତି।
INS ବିକ୍ରାନ୍ତର ବିରାଟ ବିଶେଷ-ପ୍ରତିଭା ଓ ପ୍ରତିବଦ୍ଧତାର ପ୍ରମାଣ ବୋଲି କହି ନୌସେନାକୁ ପ୍ରଶଂସା କରିବା ସହ ଅପରେସନ୍ ସିନ୍ଦୂର ପାକିସ୍ତାନର ଅଣ୍ଟାକୁ ଭାଙ୍ଗିଦେଇଛି ବୋଲି ମୋଦି କହିଛନ୍ତି। INS ବିକ୍ରାନ୍ତରେ ନୌସେନାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "କିଛି ମାସ ପୂର୍ବରୁ, ଆମେ ଦେଖିଛୁ, ବିକ୍ରାନ୍ତ ନା’ କିପରି ସମଗ୍ର ପାକିସ୍ତାନରେ ଭୟର ଲହରୀ ଖେଳାଇଦେଇଥିଲା। ଏହାର ଶକ୍ତି ହିଁ ଏମିତି... ଏହା ଏପରି ଏକ ନା’ ଯାହା ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଶତ୍ରୁକୁ ନୀରାଶ କରିପାରେ। ଏହା ହେଉଛି INS ବିକ୍ରାନ୍ତର ଶକ୍ତି... ଏହି ଅବସରରେ, ମୁଁ ବିଶେଷ ଭାବରେ ଆମର ସଶସ୍ତ୍ର ବାହିନୀକୁ ସାଲ୍ୟୁଟ୍ କରିବାକୁ ଚାହୁଁଛି ବୋଲି ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ପୁଣି କହିଛନ୍ତି, 'ଭାରତୀୟ ନୌସେନା ଦ୍ୱାରା ସୃଷ୍ଟି ହୋଇଥିବା ଭୟ, ବାୟୁସେନା ଦ୍ୱାରା ପ୍ରଦର୍ଶିତ ଆଶ୍ଚର୍ଯ୍ୟଜନକ ଦକ୍ଷତା, ସେନାର ସାହସିକତା ଏବଂ ତିନି ସେନା ମଧ୍ୟରେ ସମନ୍ୱୟ ପାକିସ୍ତାନକୁ ଅପରେସନ ସିନ୍ଦୂରରେ ଖୁବ୍ ଶୀଘ୍ର ଆଣ୍ଠେଇଦେଲା। ଯିଏ ଶତ୍ରୁକୁ ଭୟଭୀତ କରିପାରେ ସେ ହେଉଛି ବିକ୍ରାନ୍ତ... ବିକ୍ରାନ୍ତର ନା’ ହିଁ ଶତ୍ରୁର ସାହସର ଅନ୍ତ ବୋଲି ମୋଦୀ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/21/modi-celebrates-diwali-with-navy-2025-10-21-10-18-46.jpg)