Indian Army Chief Photograph: (OTV)
ପାକ୍ ଆତଙ୍କୀଙ୍କୁ ସ୍ଥଳସେନା ମୁଖ୍ୟଙ୍କ ଚେତାବନୀ। ସୀମା ପାର୍ ଆତଙ୍କବାଦୀ କାର୍ଯ୍ୟକୁ ନେଇ ସତର୍କବାଣୀ ଶୁଣାଇଛନ୍ତି। ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ କହିଛନ୍ତି, ଏବେବି ଅପରେସନ ସିନ୍ଦୂର ଜାରି ରହିଛି। ଭବିଷ୍ୟତରେ କୌଣସି ଅପରାଧ ଘଟାଇଲେ ଦୃଢ଼ତାର ସହ ଜବାବ ଦିଆଯିବ।
ଅପରେସନ ସିନ୍ଦୂର ହେଉଛି ୩ ସେନା ସମନ୍ବୟର ଜ୍ବଳନ୍ତ ଉଦାହରଣ। ପଶ୍ଚିମ ସୀମାନ୍ତ ଓ ଜମ୍ମୁ-କାଶ୍ମୀରରେ ପରିସ୍ଥିତି ସମ୍ବେଦନଶୀଳ ରହିଛି। ମାତ୍ର ଏହା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ଭିତରେ ରହିଛି।
୨୦୨୫ରେ ୩୧ ଆତଙ୍କୀଙ୍କୁ ନିପାତ କରାଯାଇଛି। ସେଥିରୁ ୬୫% ପାକିସ୍ତାନୀ। ପହଲଗାମ୍ ଆକ୍ରମଣର ସମ୍ପୃକ୍ତ ୩ ଆତଙ୍କୀଙ୍କୁ ଅପରେସନ୍ ମହାଦେବରେ ନିପାତ କରାଯାଇଛି। ସକ୍ରିୟ ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା ଏବେ ଏକ ଅଙ୍କରେ ରହିଛି।
ଡ୍ରୋନ୍ ଆକ୍ରମଣକୁ ସହ୍ୟ କରାଯିବନି କହିଛନ୍ତି ସ୍ଥଳସେନା ମୁଖ୍ୟ। କାଶ୍ମୀରରେ ଏକାଧିକ ଡ୍ରୋନ୍ ଆଟାକ୍ କୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ସେନା ମୁଖ୍ୟ କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟରେ DGMO ସ୍ତରୀୟ କଥାବାର୍ତ୍ତା ହୋଇଛି।
ଭାରତୀୟ ସେନା ବେଶ ତୀକ୍ଷ୍ଣର ସହ ସୀମା ପାର ଆତଙ୍କବାଦୀ ଭିତ୍ତିଭୂମି ଉପରେ ନଜର ରଖିଛି। ଆମ ସୂଚନା ଅନୁସାରେ ପ୍ରାୟ ୮ଟି କ୍ୟାମ୍ପ ଏବେ ବି ସକ୍ରିୟ ରହିଛି। ଏହା ମଧ୍ୟରୁ ୨ଟି ଅନ୍ତର୍ଜାତୀୟ ସୀମାର ବିପରୀତ ଦିଗରେ ରହିଛି। ୬ଟି ଏଲଓସି ନିକଟରେ ଚିହ୍ନଟ ହୋଇଛି। ଏହି କ୍ୟାମ୍ପ ଗୁଡ଼ିକରେ ଟ୍ରେନିଂ କାର୍ଯ୍ୟକ୍ରମ ଚାଲିଥିବା ଆମେ ଆଶଙ୍କା କରୁଛୁ।
ଖାସ ଏଥିପାଇଁ ଆମେ ଏହା ଉପରେ ନଜର ରଖଛୁ। ଯଦି ଆଗକୁ ଏପରି କାର୍ଯ୍ୟକଳାପ ଜାରି ରହିବ, ଆମେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଦୌ ପଛାଇବୁ ନାହିଁ ବୋଲି ସ୍ଥଳସେନା ମୁଖ୍ୟ କହିଛନ୍ତି।
ପାକ୍ ଆତଙ୍କୀଙ୍କୁ ସେନା ମୁଖ୍ୟଙ୍କ ଚେତାବନୀ
ସୀମା ପାର୍ ଆତଙ୍କବାଦୀ କାର୍ଯ୍ୟକୁ ନଇ ସତର୍କବାଣୀ
'ଏବେବି ଅପରେସନ ସିନ୍ଦୂର ଜାରି ରହିଛି'
'ଭବିଷ୍ୟତରେ କୌଣସି ଅପରାଧ ଘଟାଇଲେ ଦୃଢ଼ତାର ସହ ଜବାବ ଦିଆଯିବ'
'ଅପରେସନ ସିନ୍ଦୂର ହେଉଛି ୩ ସେନା ସମନ୍ବୟର ଜ୍ବଳନ୍ତ ଉଦାହରଣ'
'ପଶ୍ଚିମ ସୀମାନ୍ତ ଓ ଜମ୍ମୁ-କାଶ୍ମୀରରେ ପରିସ୍ଥିତି ସମ୍ବେଦନଶୀଳ ରହିଛି'
'୨୦୨୫ରେ ୩୧ ଆତଙ୍କୀଙ୍କୁ ନିପାତ କରାଯାଇଛି'
'୨୦୨୫ରେ ନିପାତ ଆତଙ୍କୀଙ୍କ ଭିତରେ ୬୫% ପାକିସ୍ତାନୀ'
'ପହଲଗାମ୍ ଆକ୍ରମଣର ସମ୍ପୃକ୍ତ ୩ ଆତଙ୍କୀ ଅପରେସନ୍ ମହାଦେବରେ ନିପାତ'
'ସକ୍ରିୟ ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା ଏବେ ଏକ ଅଙ୍କରେ ରହିଛି'
ଡ୍ରୋନ୍ ଆକ୍ରମଣକୁ ସହ୍ୟ କରାଯିବନି କହିଲେ ସ୍ଥଳସେନା ମୁଖ୍ୟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/13/indian-army-chief-2026-01-13-16-01-53.jpg)