Game Photograph: (OTV)
ସରି ପାପା
ଆଇ ଆମ୍ ରିୟଲି ସରି...
ଏ ଡାଏରୀରେ ଯାହା ଲେଖା ଅଛି ତାକୁ ପଢ଼ିନିଅ, କାରଣ ଏସବୁ ସତ...
ଦୁନିଆ କଣ ଜାଣିବା ଆଗରୁ ଆତ୍ମହତ୍ୟା ଭଳି ଚରମ ପଥ ବାଛିବାର ମାତ୍ର କେଇ ଘଣ୍ଟା ଆଗରୁ ନିଜ ବାପାଙ୍କୁ ଏକ ଚିଠିଟି ଲେଖିଛି ଝିଅ...ଯାହା କି ଏକ ଡାଏରୀ ସହ ସଲଗ୍ନ ଏକ ସୁଇସାଡ୍ ନୋଟ୍। ଏଥିରେ ଥିବା ମାତ୍ର କେତୋଟି ଶେଷ ଶବ୍ଦ ଏବେ ସଭିଙ୍କ ମନମସ୍ତିଷ୍କକୁ ଦୋହଲାଇ ଦେଉଛି ଓ ଛୁଆଙ୍କ ହାତକୁ ମୋବାଇଲ୍ ନଦେବାକୁ ଯେମିତି ପ୍ରତିଟି ବାପା-ମାଆଙ୍କୁ ବାରମ୍ବାର ଚେତାଇ ଦେଉଛି।...
ଘଟଣା ରାଜଧାନୀ ଦିଲ୍ଲୀ ଉପକଣ୍ଠ ଗାଜିଆବାଦର ।
ସମୟ ଗତକାଲି ରାତି ପ୍ରାୟ ୨ଟା ୧୫ ।
ଗାଜିଆବାଦ ତିଲାମୋଡ୍ ଥାନା ଅନ୍ତର୍ଗତ ଭାରତ ସିଟି ଆପାର୍ଟମେଣ୍ଟର ୯ ମହଲାରୁ ହଠାତ୍ ତଳକୁ ଦୁମ୍ ଦାମ୍ ହୋଇ ଖସି ଥିଲେ ତିନି ନାବାଳିକା। ତୁରନ୍ତ ସେମାନଙ୍କୁ ନିକଟସ୍ଥ ଲୋନି ମେଡିକାଲ ନିଆଯାଇଥିଲା, ହେଲେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।
ଜଣାପଡ଼ିଥିଲା ଏମାନେ- ଚେତନ କୁମାର ନାମକ ଜଣେ ବ୍ୟକ୍ତିଙ୍କ ତିନି ଝିଅ ନିଶିକା, ପ୍ରାଚୀ ଓ ପାକ୍ଷୀ। ବଡ଼ ଭଉଣୀ ନିଶିକାକୁ ୧୬ବର୍ଷ ହୋଇଥିବାବେଳେ ପ୍ରାଚୀକୁ ୧୪ ଓ ସାନ ଭଉଣୀ ପାକ୍ଷୀକୁ ୧୨ ବର୍ଷ। ସୂଚନା ଅନୁସାରେ- ଏମାନେ ପାଠ କମ୍ ମୋବାଇଲ୍ ରେ ଅନଲାଇନ୍ ଗେମ୍ ବେଶୀ ଖେଳନ୍ତି। କୋଭିଡ୍ ପରଠାରୁ ଆଉ ସ୍କୁଲ ଯାଉନଥିଲେ।
କିଛି ଦିନ ହେଲା ସେମାନେ ଏକ କୋରିଆନ୍ ଗେମିଂ ଆପ୍ ରେ ଫସି ଯାଇଥିଲେ। ନିଜକୁ କୋରିଆନ୍ ପ୍ରିନସେସ୍ ରେ ପରିଣତ କରିବା ନିଶାରେ ଟାସ୍କ ବି ପୂରଣ କରି ଚାଲିଥିଲେ। ସବୁ ଘଟଣାକୁ ନିଜ ଡାଏରିରେ ଟିକନିଖ୍ ଲେଖୁଥିଲେ। ୫୦ ପାଖାପାଖି ଟାସ୍କ ବି ଭରିଛନ୍ତି ତିନି ଭଉଣୀ। ହେଲେ ଶେଷ ପର୍ଯ୍ୟାୟରେ ଟାସ୍କ ପୂରଣ ସ୍ବରୂପ ଗତକାଲି ରାତି ଅଧରେ ନିଜ ଘର ବାଲକୋନିରୁ ୯ ମହଲା ତଳକୁ ଡେଇଁ ପଡ଼ିଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ରାତି ୨ଟା ଯାଏଁ ସେମାନଙ୍କ ଘରର ବାଲକୋନୀ ଲାଇଟ ଜଳୁଥିଲା। ଜଣେ ବାଲକୋନୀରୁ ଡେଉଁବାକୁ ଉଦ୍ୟମ କରୁଥିବାବେଳେ ଅନ୍ୟ ଦୁଇଜଣ ତାକୁ ବଞ୍ଚାଇବାକୁ ଯାଇ ସେମାନେ ମଧ୍ୟ ତଳକୁ ଖସି ପଡ଼ିଥିଲେ। ମୃତା ତିନି ଭଉଣୀଙ୍କ ବାପା ଚେତନ ଦ୍ବିତୀୟ ବିବାହ କରିଥିଲେ- ବଡ଼ ଝିଅ ନିଶିକା ପ୍ରଥମ ପତ୍ନୀଙ୍କର, ବାକି ଦୁଇଜଣ ପ୍ରାଚୀ ଓ ପାକ୍ଷୀ ଦ୍ବିତୀୟ ପତ୍ନୀଙ୍କର। ପୋଲିସ ପୁରା ଘଟଣାର ତଦନ୍ତ ଚଳାଇଛି।....
ତେବେ ଏଠି ପ୍ରଶ୍ନ କଣ ସେ କିଲର କୋରିଆନ୍ ଗେମ୍ ? କେମିତି ଏହା ସାଜୁଛି ଘାତକ ? ସାଇବର ଏକ୍ସପର୍ଟଙ୍କ ସୂଚନା ଅନୁସାରେ କୋରିଆନ୍ ଲଭର ଆପ୍ ନାମକ ଗେମ୍ କୁ ଡାଉନଲୋଡ୍ କଲେ ଏଥିରେ ଖେଳାଳିଙ୍କୁ କୋରିଆନ୍ ରାଜକୁମାରୀ ବନିବାର ଲୋଭ ଦେଖାଯାଏ। ସେଥିପାଇଁ ୫୦ ଦିନରେ ୫୦ଟି ଭିନ୍ନ ଭିନ୍ନ ଟାସ୍କ ଭରିବାକୁ ପଡ଼ିଥାଏ। ଯେଉଁଥିରେ ଜୀବନ ପ୍ରତି ସାଂଘାତିକ ବିପଦ ମଧ୍ୟ ରହିଥାଏ।
ଘାତକ ଖେଳରୁ କେମିତି ବର୍ତ୍ତିବେ-ବାଟ ବତାଇଲେ ଏକ୍ସପର୍ଟ
ଗୋଟିଏ ଟାସ୍କରେ ସଫଳତା ମିଳିଗଲେ, ପରବର୍ତ୍ତୀ ଟାସ୍କ ପୂରଣ ପାଇଁ ନିଶା ଘାରିଥାଏ। ଯେହେତୁ ଏଭଳି ଗେମ୍ ମଣିଷର ମନସ୍ତତ୍ତ୍ବକୁ ସଂପୂର୍ଣ୍ଣ କବଳିତ କରିଦିଏ, ତେଣୁ ସେଥିରୁ ଆଉ ମୁକୁଳିବାର ବାଟ ନଥାଏ। ଏ ପ୍ରକାର ଗେମ୍ ଝିଅ ମାନଙ୍କୁ ଅଧିକ ଆକର୍ଷିତ କରିଥାଏ। ତେଣୁ ଏଥିପ୍ରତି ବାପା-ମାଆ ଅଧିକ ସଜାଗ ହେବା ଜରୁରୀ। ପିଲା କେଉଁ ଖେଳ ଖେଳୁଛି ? କେତେ ସମୟ ଖେଳୁଛି ଏଥିପ୍ରତି ଧ୍ୟାନ ନଦେଲେ ତାହା ଘାତକ ସାଜୁଛି।
ସୂଚନା ଅନୁସାରେ ଭାରତରେ ବ୍ଲୁ ହ୍ବେଲ ଓ ଗେଟ୍ ମନି ଭଳି ୨ଶହରୁ ଅଧିକ ପ୍ରକାର ଅନଲାଇନ୍ ଘାତକ ଗେମିଂ ଆପ୍ କୁ ଦେଶରେ ବ୍ୟାନ କରାଯାଇଛି। ତଥ୍ୟ କହୁଛି ୨୦୧୭ରୁ ୨୦୨୦ ମଧ୍ୟରେ ଏଭଳି ଖେଳରେ ଦେଶରେ ମାତ୍ର ୭ଜଣ ଆତ୍ମହତ୍ୟା କରିଥିବାବେଳେ ୨୦୨୦ରୁ ୨୫ ମସିହା ଭିତରେ ଶହେରୁ ଅଧିକ ଜୀବନ ଗଲାଣି। ଏଭଳି ଜୀବନ ନାଶକ ଗେମ୍ ଠାରୁ ମାନସିକ ସ୍ତରରେ କେମିତି ଦୂରେଇ ରହି ହେବ- ତା ଉପାୟ ବି ବତାଇଛନ୍ତି ମନସ୍ତତ୍ତ୍ବବିତ୍।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/04/game-2026-02-04-19-48-38.jpg)