Advertisment

Police Uniform: ୱାନ ନେସନ ୱାନ ପୋଲିସ ୟୁନିଫର୍ମ , ତଥ୍ୟ ମାଗିଛି ଗୃହ ମନ୍ତ୍ରଣାଳୟ

ଦେଶରେ ଏଣିକି ପୋଲିସଙ୍କର ଗୋଟିଏ ପ୍ରକାରର ୟୁନିଫର୍ମ ରହିବ। ଏ ନେଇ ଓଡ଼ିଶା ସମେତ ୧୬ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ତଥ୍ୟ ମାଗିଛି ଗୃହ ମନ୍ତ୍ରଣାଳୟ।

POLICE-UNIFORM

POLICE-UNIFORM Photograph: (OTV)

Advertisment

ଚାକିରି ପୋଲିସ ହେଲେ ୟୁନିଫର୍ମ ରଙ୍ଗ ଭିନ୍ନ। ଅଲଗା ଅଲଗା ରାଜ୍ୟରେ ପୋଲିସର ଅଲଗା ଅଲଗା ବର୍ଦ୍ଦି। ଯେମିତି କୋଲକତାରେ ଧଳା। ଅରୁଣାଚଳ ପ୍ରଦେଶରେ ବୋଟଲ ଗ୍ରୀନ। ଗୋଆରେ ଧଳା ପୁଣି ସ୍କାଏ ବ୍ଲୁ। ଆଉ ଅନ୍ୟ ରାଜ୍ୟରେ ଖାକି ହେଲେ ବି କଲରରେ ଟିକେ ଫରକ କେଉଁଠି ଗାଢ ଖାକି ତ କେଉଁଠି ଫିକା। ତେଣୁ ୱାନ ନେସନ ୱାନ ପୋଲିସ ୟୁନିଫର୍ମ ପଲିସି ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର।

Advertisment

ଦେଶରେ ଏଣିକି ପୋଲିସଙ୍କର ଗୋଟିଏ ପ୍ରକାରର ୟୁନିଫର୍ମ ରହିବ। ଏ ନେଇ ଓଡ଼ିଶା ସମେତ ୧୬ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ତଥ୍ୟ ମାଗିଛି ଗୃହ ମନ୍ତ୍ରଣାଳୟ। ଓଡିଶା ସମେତ, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଗୋଆ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କେରଳ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ସିକିମ, ତେଲେଙ୍ଗାନା, ତ୍ରିପୁରା, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗକୁ ମଗାଯାଇଛି ତଥ୍ୟ।  

ନଭେମ୍ବର ୪ ତାରିଖ ମଧ୍ୟରେ ସମସ୍ତ ତଥ୍ୟ ଦାଖଲ କରିବାକୁ କୁହାଯାଇଛି । କେନ୍ଦ୍ରର ଚିଠି ପରେ ଡିଜିପି କଣ୍ଟ୍ରୋଲ ରୁମ ପକ୍ଷରୁ ରାଜ୍ୟ ପୋଲିସ ହେଡ୍ କ୍ବାର୍ଟରକୁ ତଥ୍ୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ପୋଲିସର କେଉଁ ରାଙ୍କର ଅଧିକାରୀଙ୍କ ପୋଷାକ କଣ ଏବଂ ପ୍ରତି ଡ୍ରେସ ପାଇଁ ରାଜ୍ୟ ସରକାର କେତେ ଟଙ୍କା ଦେଉଛନ୍ତି ତାର ତଥ୍ୟ ଦେବାକୁ ମଧ୍ୟ କୁହାଯାଇଛି । 

୨୦୨୨ ଅକଟୋବରରେ ହରିୟାଣା ଫରିଦାବାଦରେ ଆୟୋଜିତ ରାଜ୍ୟ ଗୃହ ମନ୍ତ୍ରୀ ମାନଙ୍କ ବୈଠକରେ ଏହି ନୀତି ପାଇଁ ପ୍ରସ୍ତାବ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂରା ଦେଶରେ ପୋଲିସ ପୋଷାକରେ ସମାନତା ଏବଂ ଏକତା ଆଣିବା ପାଇଁ ଏହି ପ୍ରୟାସ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଯେମିତି ପୂରା ଦେଶରେ ୱାନ ନେସନ ୱାନ ରାସନ,  ୱାନ ନେସନ ୱାନ ମୋବିଲିଟି, ୱାନ ନେସନ ୱାନ ସାଇନ ଲାଙ୍ଗୁଏଜ, ସେମିତି ୱାନ ନେସନ ୱାନ ୟୁନିଫର୍ମ ନୀତି ଆସୁ । କିନ୍ତୁ ବଡ଼ କଥା ହେଉଛି, ଯେହେତୁ ପୋଲିସ ତଥା ଗୃହ ବିଭାଗ ରାଜ୍ୟ ସରକାରଙ୍କ ଅଧୀନରେ ରହିଛି। ତେଣୁ କେନ୍ଦ୍ରର ଏହି ୱାନ ନେସନ ୱାନ ୟୁନିଫର୍ମକୁ ରାଜ୍ୟ ସରକାରମାନେ ଗ୍ରହଣ କରିବେ କି ନାହିଁ, ସେ ନିଷ୍ପତ୍ତି ରାଜ୍ୟ ମାନେ ନେବେ।

ଯଦି ୱାନ ନେସନ ୱାନ ପୋଲିସ ୟୁନିଫର୍ମ ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଏ, ତାହେଲେ ଦି ବ୍ୟୁରୋ ଅଫ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଡିଜାଇନ କରିଥିବା ଦେଶର ବିଭିନ୍ନ ରାଜ୍ୟର ପାଣିପାଗର ସମସ୍ତ ସ୍ଥିତି ସହ ଖାପ ଖାଉଥିବା ନୂଆ ସ୍ମାର୍ଟ ୟୁନିଫର୍ମ ହୋଇପାରେ। ୨୦୧୭ରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଡିଜାଇନ ସହ ମିଳିତ ଭାବେ ଏହି ସ୍ମାର୍ଟ ୟୁନିଫର୍ମକୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ରିପୋର୍ଟ ପଠାଯାଇ ସାରିଛି।.

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ