Advertisment

Odisha Budget 2026-27 Rare Earth Corridor: କେନ୍ଦ୍ର ବଜେଟରେ ଓଡ଼ିଶାକୁ ୩ ବଡ଼ ଉପହାର, ଓଡ଼ିଶାରେ ହେବ ବିରଳ ମୃତ୍ତିକା କରିଡର୍

କେନ୍ଦ୍ର ବଜେଟରେ ଓଡ଼ିଶାକୁ ୩ ବଡ଼ ଉପହାର। ଓଡ଼ିଶାରେ ହେବ ବିରଳ ମୃତ୍ତିକା କରିଡର୍। ଖଣିଜ ପରିବହନ ଲାଗି ନିର୍ମାଣ ହେବ ଜାତୀୟ ଜଳ ମାର୍ଗ। କଇଁଛ ଅଣ୍ଡାଦାନ ସ୍ଥଳୀର ହେବ ଉନ୍ନତି। ରାଜ୍ୟକୁ ବରଦାନ ହେବ ସିଟି ଇକୋନମିକ୍ ରିଜିନ୍।

Odisha Budget 2026-27 Rare Earth Corridor

କେନ୍ଦ୍ର ବଜେଟରେ ଓଡ଼ିଶାକୁ ୩ ବଡ଼ ଉପହାର Photograph: (OTV)

Advertisment

ଏଥର ବଜେଟ୍ରେ ଓଡ଼ିଶା ପାଇଁ ହୋଇଛି ତିନି ତିନିଟି ବଡ଼ ଘୋଷଣା। ଓଡ଼ିଶାରେ ବିରଳ ମୃତ୍ତିକା କରିଡର ସ୍ଥାପନ ସହ ଜାତୀୟ ଜଳମାର୍ଗ-୫ ବି ନିର୍ମାଣ ହେବା ନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିସହ କଇଁଛ ଅଣ୍ଡାଦାନ ସ୍ଥଳୀର ବିକାଶ ପାଇଁ ବି ମିଳିବ ଅନୁଦାନ। ଏହାବାଦ୍ ଆଉ କେତେକ ଘୋଷଣାରୁ ବି ଓଡ଼ିଶାକୁ ଫାଇଦା ମିଳିବ। ଯାହାକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିବାବେଳେ ସିଟି ଇକୋନମିକ୍ ରିଜିଅନ୍ ଘୋଷଣା ଓଡ଼ିଶା ପାଇଁ ବରଦାନ ସଦୃଶ ହେବ ବୋଲି କହିଛନ୍ତି।

Advertisment

ଓଡ଼ିଶାରେ ହେବ ବିରଳ ମୃତ୍ତିକା କରିଡର। ଲକ୍ଷ୍ୟ ରହିବ- ଉତ୍ପାଦନ ବୃଦ୍ଧି ଓ ଆମଦାନୀ କମ୍। ଓଡ଼ିଶା ଭଳି କେରଳ, ଆନ୍ଧ୍ର ଓ ତାମିଲନାଡୁରେ ବି ବିରଳ ମୃତ୍ତିକା କରିଡର ପାଇଁ ବ୍ୟବସ୍ଥା ହୋଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ରେ ଘୋଷଣା କରିଛନ୍ତି। ତେବେ ପ୍ରଶ୍ନ- କଣ ସେ ବିରଳ ମୃତ୍ତିକା ? 

ସୂଚନା ଅନୁସାରେ- ଓଡ଼ିଶାର ସାମୁଦ୍ରିକ ଉପକୂଳ ବାଲିରୁ ମିଳୁଥିବା ଏଭଳି ଧାତବ ମୃତ୍ତିକାରେ ଇଲେକ୍ଟ୍ରି ଭେଇକିଲ୍ ବ୍ୟାଟେରି, ସେମିକଣ୍ଡକ୍ଟର ଚିପ୍, ପ୍ରତିରକ୍ଷା ସାମଗ୍ରୀ ଓ ଅକ୍ଷୟ ଶକ୍ତି ଭଳି ଉପକରଣରେ ବହୁଳ ଭାବେ ବ୍ୟବହାର ହେଉଛି। ଯାହାକୁ ଏବେ ଭାରତ ପ୍ରାୟତଃ ବିଦେଶରୁ ରପ୍ତାନୀ କରୁଛି। ହେଲେ ଆମ ପାଖରେ ଏହାର କଞ୍ଚା ମାଲ୍ ଥିବାରୁ ଭାରତରେ ହିଁ ତାର ଉତ୍ପାଦନ, ପ୍ରକ୍ରିୟା କରଣ ଓ ଗବେଷଣାକୁ ପ୍ରୋତ୍ସାହନ ପାଇଁ ଏଥର ବଜେଟ୍ ରେ ଦିଆଯାଇଛି ଗୁରୁତ୍ୱ। ଗଂଜାମ ଜିଲ୍ଲାର ଗୋପାଳପୁରରେ ଅଧିକ ମାତ୍ରାରେ ରହିଛି ଏହି ବିରଳ ମୃତ୍ତିକା।

Advertisment

ସେହିପରି ଜଳପଥରେ ଖଣିଜ ପରିବହନକୁ ବି ପ୍ରାଧାନ୍ୟ ଦେଇଛନ୍ତି ଭାରତ ସରକାର। ଏଥିପାଇଁ ଦେଶର ପୂର୍ବରୁ ପଶ୍ଚିମ ପ୍ରାନ୍ତ ପର୍ଯ୍ୟନ୍ତ ୨୦ଟି ନୂଆ ଜଳମାର୍ଗ ପାଇଁ ପ୍ରସ୍ତାବ ରହିଥିବା ବଜେଟରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ସେଥିରୁ ଓଡ଼ିଶା ଭାଗରେ ଜାତୀୟ ଜଳମାର୍ଗ-୫ ପଡ଼ିଛି। ଖଣିଜ ସଂପଦରେ ଭରପୂର ଓଡ଼ିଶା ପାଇଁ ଏହି ଜଳମାର୍ଗ ସହ ତାଳଚେର, ଅନୁଗୁଳ ଓ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଯୋଡ଼ାଯିବ। 

ଜଳମାର୍ଗରେ ପାରାଦୀପ ଓ ଧାମରା ବନ୍ଦରକୁ ସଂଯୋଗ କରାଯିବ। ଓଡ଼ିଶା ପାଇଁ ବଜେଟ୍ ରେ ଏଭଳି ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାରଙ୍କୁ ବଧେଇ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହା ପରିବେଶ ସମ୍ମତ କାର୍ଗୋ ପରିବହନ ପ୍ରୋତ୍ସାହନ ପାଇଁ ବଡ଼ ପଦକ୍ଷେପ ହେବା ସହ ଏହାଦ୍ବାରା ଲଜିଷ୍ଟିକ୍ସ ଦକ୍ଷତା ଓ ଶିଳ୍ପ ବିକାଶକୁ ପ୍ରୋତ୍ସାହନ ମିଳିବ ଏବଂ ସ୍ଥାନୀୟ ଅର୍ଥନୀତିକୁ ମଜବୁତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ସିଟି ଇକୋନମିକ୍ ରିଜିଅନ୍ ଘୋଷଣା ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବା ସହ ଆଞ୍ଚଳିକ ସହରାଞ୍ଚଳର ବିକାଶ ସହ ରୋଜଗାର ମିଳିବ ବୋଲି କହିଥିଲେ।

Advertisment

ସେମିତି ଓଡ଼ିଶାରେ କଇଁଛ ଅଣ୍ଡାଦାନ ସ୍ଥଳୀର ଉନ୍ନତି ପାଇଁ ବି କେନ୍ଦ୍ର ବଜେଟ୍ ରେ ଘୋଷଣା ହୋଇଛି। କେନ୍ଦ୍ରାପଡ଼ାର ଗହୀରମଥା ଓ ଗଂଜାମର ରୂଷିକୂଲ୍ୟା ଭଳି ମୁହାଣରେ ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ବିରଳ ଅଲିଭ୍ ରିଡଲେ କଇଁଚ ଅଣ୍ଡା ଦେବାକୁ ଆସୁଥିବାରୁ ସେ ସ୍ଥାନର ଉନ୍ନତି ନେଇ ବ୍ୟବସ୍ଥା ହୋଇଥିବା କହିଛନ୍ତି ନିର୍ମଳା। ଓଡ଼ିଶା ସହ କର୍ଣ୍ଣାଟକ ଓ କେରଳରେ ବି କଇଁଛ ଅଣ୍ଡାଦାନ ସ୍ଥଳୀର ଉନ୍ନତି ହେବ, ଯାହା ପରିବେଶ ସଂରକ୍ଷଣ ଓ ଇକୋ-ଟୁରିଜମକୁ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।

Finance Minister Nirmala Sitaraman Budget Union Budget
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ