Advertisment

Odisha Woman Arrested in Hyderabad: କୋଣାର୍କ ଏକ୍ସପ୍ରେସରେ ଯାଉଥିଲେ, ଧରିଲା ପୋଲିସ୍; ହାଇଦ୍ରାବାଦରେ ଓଡ଼ିଆ ମହିଳା ଗିରଫ

ଟ୍ରେନରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଓଡ଼ିଆ ମହିଳା ଗିରଫ। ଭୁବନେଶ୍ବରରୁ ମୁମ୍ବାଇ ଗଞ୍ଜେଇ ଚାଲାଣ କରୁଥିବା ବେଳେ ହାଇଦ୍ରାବାଦରୁ ଧରାପଡ଼ିଛନ୍ତି ଫୁଲବାଣୀର ମହିଳା।

Odia Woman Arrested

Odia Woman Arrested Photograph: (OTV)

Advertisment

ଟ୍ରେନରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଓଡ଼ିଆ ମହିଳା ଗିରଫ। ଭୁବନେଶ୍ବରରୁ ମୁମ୍ବାଇ ଗଞ୍ଜେଇ ଚାଲାଣ କରୁଥିବା ବେଳେ ହାଇଦ୍ରାବାଦରୁ ଧରାପଡ଼ିଛନ୍ତି ଫୁଲବାଣୀର ମହିଳା। ତାଙ୍କୁ ହାଇଦ୍ରାବାଦର ବେଗମ୍ପେଟରେ ଗିରଫ କରିଛି ତେଲେଙ୍ଗାନା ପୋଲିସ। କୋଣାର୍କ ଏକ୍ସପ୍ରେସରେ ମୁମ୍ବାଇ ଯାଉଥିଲେ। 

Advertisment

ମହିଳାଙ୍କ ପାଖରୁ ଦୁଇଟି ଟ୍ରଲି ବ୍ୟାଗରୁ ୮ ଲକ୍ଷ ଟଙ୍କା ମୂଲ୍ୟର ୧୬ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ତେଲେଙ୍ଗାନା ପୋଲିସ ବେଗମ୍ପେଟ୍ ଷ୍ଟେସନରେ କୋଣାର୍କ ଏକ୍ସପ୍ରେସକୁ ଯାଞ୍ଚ କରିଥିଲେ। ଏତିକିବେଳେ ସୁଟକେସ୍ ଭିତରୁ ମିଳିଥିଲା ୯ଟି ଗଞ୍ଜେଇ ପ୍ୟାକେଟ୍। 

ଗିରଫ ମହିଳା ନଭି ମୁମ୍ବାଇରେ ରହୁଥିବା ବେଳେ ତାଙ୍କ ଘର ଫୁଲବାଣୀରେ। ପଚରାଉଚରା ବେଳେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସ୍ବୀକାର କରିଛନ୍ତି। ମୁମ୍ବାଇର ଜଣେ ଡ୍ରଗ୍ସ ବେପାରୀ ତାଙ୍କୁ ସୁଟକେସ୍ ପିଛା ୧୦ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଭୁବନେଶ୍ୱରରେ ଟ୍ରେନରେ ଚଢ଼ିବା ପୂର୍ବରୁ ଜଣେ ଅଜ୍ଞାତ ବ୍ୟକ୍ତି ମହିଳାଙ୍କୁ ସୁଟକେସ ହସ୍ତାନ୍ତର କରିଥିଲେ ବୋଲି ଜଣାପଡିଛି।

Advertisment

ହାଇଦ୍ରାବାଦରେ ଓଡ଼ିଆ ମହିଳା ଗିରଫ
ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗ
ଗଞ୍ଜେଇ ଚାଲାଣ ଅଭିଯୋଗରେ ଓଡ଼ିଆ ମହିଳା ଗିରଫ
ହାଇଦ୍ରାବାଦ ବେଗମ୍ପେଟରୁ ଗିରଫ କଲା ତେଲେଙ୍ଗାନା ପୋଲିସ
କୋଣାର୍କ ଏକ୍ସପ୍ରେସରେ ଗଞ୍ଜେଇ ଭର୍ତ୍ତି ସୁଟକେସ୍ ଧରି ଯାଉଥିଲେ
ସୁଟକେସରୁ ୮ ଲକ୍ଷ ଟଙ୍କାର ୧୬ କେଜି ଗଞ୍ଜେଇ ଜବତ
ଗିରଫ ମହିଳାଙ୍କ ଘର ଫୁଲବାଣୀରେ, ମୁମ୍ବାଇରେ ରହୁଥିଲେ
୨ଟି ସୁଟକେସରୁ ୯ ପ୍ୟାକେଟ୍ ଗଞ୍ଜେଇ ଜବତ

Hyderabad Arrested Odisha Woman
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ