GOLDEN APPLE Photograph: (OTV)
ଆପଣ କେବେ ଭାବିଛନ୍ତି ଯେ ଏକ ସାଧାରଣ ସେଓ କୋଟିକୋଟି ଟଙ୍କାର ହୋଇପାରେ? ଶୁଣିବାକୁ ଏହା ଫିଲ୍ମର କାହାଣୀ ଭଳି ଲାଗୁଛି । କିନ୍ତୁ ମୁମ୍ବାଇର ପ୍ରସିଦ୍ଧ 'ଗୋଲ୍ଡ୍ ମ୍ୟାନ୍' ରୋହିତ ପିସାଲ୍ ଏହାକୁ ବାସ୍ତବରେ ପରିଣତ କରିଛନ୍ତି। ସେ ହୀରା ଓ ସୁନାରେ ତିଆରି କରିଛନ୍ତି ୧୦ କୋଟି ଟଙ୍କାର ଏକ ସେଓ, ଯାହା ଆଜି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି।
ଏହା କୌଣସି ଖାଇବା ସେଓ ନୁହେଁ, ବରଂ ଭାରତୀୟ ଜୁଏଲାରୀ କଳାର ଏକ ଅପୂର୍ବ ଉଦାହରଣ। ରୋହିତ ପିସାଲ୍ ଏହି କଳାକୃତିକୁ ୧୮ କ୍ୟାରେଟ ସୁନା ଓ ୯ କ୍ୟାରେଟ ୩୬ ସେଣ୍ଟ୍ ହୀରାରୁ ତିଆରି କରିଛନ୍ତି। ଏଥିରେ ୧୩୯୬ଟି ଛୋଟ ଛୋଟ ହୀରା ଲାଗିଛି । ଏହାର ଓଜନ ୨୯.୮ ଗ୍ରାମ୍ ପାଖାପାଖି । ଏହାକୁ ଏତେ ନିଖୁଣ ଭାବରେ ତିଆରି କରାଯାଇଛି ଯେ ଏହା ସତସତିକା ସେଓ ପରି ଦେଖାଯିବ ।
ଏହି ଅଦ୍ଭୁତ 'ଗୋଲ୍ଡେନ୍ ଆପେଲ୍'କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଛି । ଏହି କଳାକୃତିରେ ବ୍ୟବହୃତ ସୁନା ଓ ହୀରା ସମ୍ପୂର୍ଣ୍ଣ ଅସଲି ଓ ଉଚ୍ଚ ଗୁଣବତ୍ତାର। ଏହି ସେଓ ଥାଇଲ୍ୟାଣ୍ଡର ରୋୟାଲ୍ ପ୍ୟାଲେସରେ ପ୍ରଦର୍ଶିତ ହେଉଛି।
ବିଦେଶୀ ସଂଗ୍ରହକାରୀମାନେ ଏହାର ସୌନ୍ଦର୍ଯ୍ୟରେ ମୋହିତ ହୋଇ କୋଟିକୋଟିର ପ୍ରସ୍ତାବ ଦେଉଛନ୍ତି। ରୋହିତଙ୍କ କହିବା ଅନୁଯାୟୀ, 'ଏହା କେବଳ ଏକ ଜୁଏଲାରୀ ଡିଜାଇନ ନୁହେଁ ବରଂ ଭାରତୀୟ କାରିଗରୀର ପରିଚୟ । ଏହି ସେଓ କେବଳ ଏକ ଡିଜାଇନ୍ ନୁହେଁ, ବରଂ ଇଣ୍ଡିଆନ୍ ହାଣ୍ଡକ୍ରାଫ୍ଟର ଗ୍ଲୋବାଲ ପରିଚୟ ହୋଇଛି। ଏହା ପ୍ରମାଣ କରିଛି ଯେ ଇଣ୍ଡିଆନ୍ ଜୁଏଲାରୀ ଆର୍ଟିଷ୍ଟମାନେ କେବଳ ଆଭୂଷଣ ନୁହେଁ, ବରଂ ଇତିହାସ ଗଢ଼ିପାରନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/12/golden-apple-2025-11-12-17-11-53.jpg)