Advertisment

Nitin Naveen Takes Charge: ଚର୍ଚ୍ଚାରେ ନଥିଲେ, ଡାର୍କହର୍ସ ହୋଇ ଉଭା ହେଲେ ...କାହିଁକି ନିତିନଙ୍କ ଉପରେ ଭରସିଲେ ବିଜେପି ନେତୃତ୍ବ ?

ଦିଲ୍ଲୀ ବିଜେପି ପାର୍ଟି ଅଫିସରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ନୂଆ କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ। ଜେପି ନଡ୍ଡା ଓ ଅମିତ ଶାହଙ୍କ ଉପସ୍ଥିତିରେ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କୁ ଚୌକିରେ ବସାଇଥିଲେ ଶାହ ଓ ନଡ୍ଡା।

Nitin Naveen Takes Charge

Nitin Naveen Takes Charge Photograph: (OTV)

Advertisment

ରେସରେ ନଥିଲେ, ଡାର୍କହର୍ସ ହୋଇ ଉଭାହେଲେ । କନିଷ୍ଠ ହୋଇ ବି ମୁଣ୍ଡାଇଲେ ଗୁରୁ ଦାୟିତ୍ବ । ଦକ୍ଷତା ଓ ସାଂଗଠନିକ ଅଭିଜ୍ଞତା ପାଇଁ ମିଳିଲା ବଡ଼ ପୁରସ୍କାର । ଆଜି ସମ୍ଭାଳିଲେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ବ

Advertisment

ଦିଲ୍ଲୀ ବିଜେପି ପାର୍ଟି ଅଫିସରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ନୂଆ କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ। ଜେପି ନଡ୍ଡା ଓ ଅମିତ ଶାହଙ୍କ ଉପସ୍ଥିତିରେ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କୁ ଚୌକିରେ ବସାଇଥିଲେ ଶାହ ଓ ନଡ୍ଡା। ପାର୍ଟି ଅଫିସରେ ପହଞ୍ଚିବା ପରେ ନିତିନ ନବୀନଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଜିର ସ୍ବାଗତ ସମ୍ବର୍ଦ୍ଧନାରୁ ଏକଥା ଏକପ୍ରକାର ସ୍ପଷ୍ଟ ଯେ ଆଗକୁ ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ରାସ୍ତା ପରିସ୍କାର। ବିଜେପି ବର୍ତ୍ତମାନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନଙ୍କ କାର୍ଯ୍ୟଶୈଳୀ ଓ ଦକ୍ଷତାକୁ ପରଖିବ। ଜାନୁଆରୀରେ ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ ତାଙ୍କୁ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ କରାଯାଇପାରେ। 



ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ନିତିନଙ୍କ ନାଁରେ ବିଜେପି ମୋହର ମାରିବା ପରଠୁ ତାଙ୍କୁ ନେଇ ଅନେକ ଚର୍ଚ୍ଚା ଓ ପ୍ରଶ୍ନ ଉଠୁଛି। ଦଳରେ ବହୁ ତୁଙ୍ଗ ଓ ଭେଟେରାନ୍ ନେତା ଥାଉ ଥାଉ କାହିଁକି ନିତିନଙ୍କୁ ବାଛିଲେ ? କାହିଁକି ସିଧାସଳଖ ରାଷ୍ଟ୍ରୀୟ ଅଧ୍ୟକ୍ଷ ଘୋଷଣା କରାଗଲା ନାହିଁ ? ମାତ୍ର ୪୫ ବର୍ଷ ବୟସରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପଦ ଗ୍ରହଣ କରିବାରେ ସେ ବିଜେପିର ସବୁଠୁ କନିଷ୍ଠ ନେତା। ତାଙ୍କର ସାଂଗଠନିକ ଅଭିଜ୍ଞତା, ତୃଣମୂଳସ୍ତରରେ କାର୍ଯ୍ୟ କରିବା ଉପଲବ୍ଧି ଓ ପ୍ରଶାସନିକ ଦକ୍ଷତା ବଡ଼ ମାପକାଠି। ସେହିପରି ନିଜ ରାଜନୈତିକ କ୍ୟାରିୟରରେ କେବେବି କୌଣସି ବିବାଦରେ ନାହାନ୍ତି ନିତିନ। ଏଥିପାଇଁ ସେ ବିଜେପି ନେତୃତ୍ବଙ୍କ ଭରସା ଜିତିଥିବା କୁହାଯାଉଛି। ଦଳର ଯୁବ ଚେହେରା, ତୃଣମୂଳସ୍ତରର ପରିଶ୍ରମୀ କାର୍ଯ୍ୟକର୍ତ୍ତା ଓ ଜଣେ ଡାଇନାମିକ୍ ନେତା ନିତିନ । ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରହିଥିଲେ। ୨୦୨୩  ଛତିଶଗଡ଼ ବିଧାନସଭା ନିର୍ବାଚନରେ ନିତିନଙ୍କୁ ପ୍ରଭାରୀ ଦାୟିତ୍ବ ଦେଇଥିବା ବିଜେପି। ତାଙ୍କ ରଣନୀତି ବଳରେ ପ୍ରଚଣ୍ଡ ବହୁମତ ସହ ସେଠାରେ ବିଜେପି ସରକାର କରିଥିଲା। ବରିଷ୍ଠ ଓ ଯୁବ ନେତୃତ୍ବଙ୍କ ସହ ସମନ୍ବୟ ରଖି କାର୍ଯ୍ୟ କରିବାର ଦକ୍ଷତା ରଖିଛନ୍ତି ନିତିନ । ଯେତେବେଳେ ନୀତିନ ଗଡକରୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତି କରିଥିଲା ସେତେବେଳେ ତାଙ୍କର ଜାତୀୟ ରାଜନୀତିରେ ମଧ୍ୟ କୌଣସି ପ୍ରମୁଖ ଭୂମିକା ନଥିଲା। ଏବେ ବିଜେପି ଭବିଷ୍ୟତ ପାଇଁ ତାର ନେତୃତ୍ୱକୁ ପ୍ରସ୍ତୁତ କରୁଛି। ଅନ୍ୟ ଦଳମାନେ ବରିଷ୍ଠଙ୍କୁ ଭରସୁଥିବା ବେଳେ ବିଜେପି ଯୁବ ଚେହେରା ନିତିନଙ୍କୁ ଦେଇଛି ଗୁରୁ ଦାୟିତ୍ବ। 

ବିହାରରେ ୫ ଥର ବିଧାୟକ ୪୫ ବର୍ଷୀୟ ନିତିନ। ମାତ୍ର ୨୬ ବର୍ଷ ବୟସରେ ପ୍ରଥମ ଥର ବିଧାନସଭାକୁ ଯାଇଥିଲେ। ବାପାଙ୍କ ଦେହାନ୍ତ ପରେ ପାଟଣା ୱେଷ୍ଟରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ନିତିନ। ୨୦୦୬-୨୦୧୦ ଯାଏଁ ଥିଲେ ବିଧାୟକ। ପରେ ୨୦୧୦ରୁ ବାଙ୍କିପୁରରୁ ଲଗାତାର ୪ ଥର ନିର୍ବାଚିତ ହୋଇଛନ୍ତି। ବିହାରରେ ଏନଡିଏ ସରକାରରେ ସଡକ ନିର୍ମାଣ, ଆଇନ, ନଗର ଉନ୍ନୟନ ଓ ହାଉସିଂ ମନ୍ତ୍ରୀ ଦାୟିତ୍ବ ତୁଲାଇଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ