Advertisment

Bharat Bandh: ୧୦ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଧର୍ମଘଟ ଡାକରା, କଂଗ୍ରେସର ସମର୍ଥନ

୧୨ ତାରିଖରେ ସର୍ବଭାରତୀୟ ଧର୍ମଘଟ ଡାକରା ଦେଇଛନ୍ତି ୧୦ କେନ୍ଦ୍ରୀୟ ଶ୍ରମିକ ସଂଗଠନ। ଏହାକୁ ସମର୍ଥନ ଘୋଷଣା କରିଛି ରାଜ୍ୟ କଂଗ୍ରେସ। ସ୍ବାଗତ ଯୋଗ୍ୟ ବୋଲି ଭକ୍ତ କହିଛନ୍ତି।

Nationwide Strike

Nationwide Strike Photograph: (OTV)

Advertisment

୧୨ ତାରିଖରେ ସର୍ବଭାରତୀୟ ଧର୍ମଘଟ ଡାକରା ଦେଇଛନ୍ତି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ। ଏହି ଧର୍ମଘଟକୁ ସମର୍ଥନ ଘୋଷଣା କରିଛି ରାଜ୍ୟ କଂଗ୍ରେସ। ସମର୍ଥନ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ମନରେଗା ଉଚ୍ଛେଦ ସହ ଶ୍ରମିକ ବିରୋଧୀ ୪ ଶ୍ରମ-କୋଡ୍ ବାତିଲ ଦାବିରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ। 

Advertisment

ଶ୍ରମିକ, ସାଧାରଣ ଉପଭୋକ୍ତା ଓ ଚାଷୀମାନଙ୍କର ସମୁହ ସ୍ବାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶାରେ କଂଗ୍ରେସର ତୃଣମୂଳସ୍ତର ଯାଏ ନେତା ଓ କର୍ମୀ ଧର୍ମଘଟକୁ ସମର୍ଥନ କରିବା ପାଇଁ ପିସିସି ପକ୍ଷରୁ ଜିଲ୍ଲା କଂଗ୍ରେସ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା କଂଗ୍ରେସର ମୂଳ ପ୍ରସଙ୍ଗ ମନରେଗା, ବିଜୁଳି ଓ ଧାନସଂଗ୍ରହକୁ ଧର୍ମଘଟରେ ଗୁରୁତ୍ବ ଦିଆଯାଉଥିବା ସ୍ବାଗତ ଯୋଗ୍ୟ ବୋଲି ଭକ୍ତ ଦାସ କହିଛନ୍ତି।

Bharat Bandh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ