Girl Blocking Lift Doors Photograph: (OTV)
ସାମ୍ନାରେ ଠିଆ ହୋଇଥିଲା ମୃତ୍ୟୁ। ଢ଼ାଲ ସାଜିଲା କୁନି ଝିଅ। ମୃତ୍ୟୁ ମୁହଁରୁ ଦୁଇ ଛୁଆଙ୍କୁ ଟାଣି ଆଣିଲା। ଦେଖନ୍ତୁ ଏ ଦୃଶ୍ୟକୁ। ଏହା କେବଳ ଏକ ଦୃଶ୍ୟ ନଥିଲା, ବରଂ ଜୀବନ-ମୃତ୍ୟୁ ମଧ୍ୟରେ ଚାଲିଥିବା ଥିଲା ଏକ ଭୟଙ୍କର ସଂଘର୍ଷ। ଗୋଟିଏ ପଟେ ମୃତ୍ୟୁ ସାଜି ଠିଆ ହୋଇଥିଲା ଲିଫ୍ଟର ସେହି ଲୁହା କବାଟ, ଆଉ ଅନ୍ୟପଟେ ଢାଲ ସାଜି ଠିଆ ହୋଇଥିଲା ଏହି କୁନି ଝିଅ। ଏହି ଭିଡିଓକୁ ଦେଥିଲେ ଆପଣଙ୍କ ଛାତି ବି ଥରି ଉଠିବ।
ସେଦିନ ସବୁକିଛି ସ୍ୱାଭାବିକ ଥିଲା। ଲିଫ୍ଟ ଭିତରେ ଦୁଇ ଛୋଟ ପିଲା ଠିଆ ହୋଇଥିଲେ। ଆଉ ଲିଫ୍ଟ ଗେଟ ଅଟକାଇ ଠିଆ ହୋଇଥିଲେ ଆଉ ଜଣେ କୁନି ଝିଅ। ଠିକ୍ ଏହି ସମୟରେ ହଠାତ୍ ଲିଫ୍ଟର ସେନସରରେ ଅଚଳ ହୋଇପଡିଥିଲା । ଆଉ ବନ୍ଦ ହେବାକୁ ଲାଗିଥିଲା ଲିଫ୍ଟ କବାଟ। ସେହି ଅସହାୟ ଛୋଟ ଶିଶୁମାନେ କିଛି ବୁଝିବା ପୂର୍ବରୁ ହିଁ ମୃତ୍ୟୁ ସେମାନଙ୍କୁ କବଳିତ କରିବାକୁ ପ୍ରସ୍ତୁତ ହୋଇସାରିଥିଲା।
ଠିକ୍ ଏହି ସମୟରେ କବାଟ ପାଖରେ ଠିଆ ହୋଇଥିବା କୁନି ଝିଅ ଖଟାଇଥିଲା ନିଜ ଉପସ୍ଥିତ ବୁଦ୍ଧି। ଏକ ସେକେଣ୍ଡ ମଧ୍ୟ ବିଳମ୍ବ ନକରି, ନିଜର ଗୋଡକୁ ଲିଫ୍ଟର କବାଟ ମଝିରେ ରଖିଦେଲା। ସେପଟେ ଏ ଦୃଶ୍ୟ ଦେଖି ସହାୟତା ପାଇଁ ଦୌଡି ଆସିଥିଲେ ଦୁଇ ମହିଳା। ସମସ୍ତେ ମିଶି ଲିଫ୍ଟ କବାଟ ଖୋଲି ଦୁଇ କୁନି ଛୁଆଙ୍କୁ ସୁରକ୍ଷିତ ଭାବେ ବହାର କରିଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ କେଉଁ ସ୍ଥାନରେ ଏହି ଘଟଣା ଘଟିଛି ସେ ନେଇ କୌଣସି ସୂଚନା ମିଳିନାହିଁ।
ଯଦି ସେଦିନ ସେହି କୁନି ଝିଅଟି ସେଠାରେ ନଥାନ୍ତା, ତେବେ ହୁଏତ ଏକ ବଡ଼ ଅଘଟଣ ଘଟି ସାରିଥାନ୍ତା। ତା’ର ଏହି ଅଦମ୍ୟ ସାହସ ଏବଂ ତୀବ୍ର ନିଷ୍ପତ୍ତି ନେବାର କ୍ଷମତା ଦେଖି ୟୁଜର୍ସମାନେ ତାକୁ ‘ସାହସୀ ସୁପରଗାର୍ଲ’ ବୋଲି କହୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/23/girl-blocking-lift-doors-2026-02-23-16-47-18.jpg)