Fire Photograph: (OTV)
ସବୁ ଛାରଖାର ହୋଇଗଲା । ଜଳିଗଲା ସବୁ । କିଛି ସମୟ ପାଇଁ ଆକାଶ ନାଲି ହେଇଗଲା। ହୁତୁ ହୁତୁ ହୋଇ ଜଳିଗଲା ସବୁ । ରାତି ପ୍ରାୟ ୧୧ଟା ସମୟ । ପଶ୍ଚିମବଙ୍ଗର ହାଓଡା । ଦକ୍ଷିଣ ହାଓଡାର ହାନ୍ସଖାଲୀ ପୋଲ ନିକଟରେ ଥିବା ସ୍ପଞ୍ଜ ମାନୁଫାକ୍ଚରିଂ ଫ୍ୟାକଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ସ୍ପଞ୍ଜ ଥିବାରୁ ନିଆଁ ଅଧିକ ବ୍ୟାପିଗଲା।
୧୦ଟି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାକୁ ନାକେଦମ୍ ହୋଇଗଲେ । ସାରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ନିଆଁକୁ ଦେଖି ସ୍ଥାନୀୟ ପୁଲିସ ଓ ଫାୟାର ବିଭାଗକୁ ସୂଚନା ଦିଆଯାଇଥିଲା । ଅଗ୍ନିଶମ ବହିନୀ ବି ତରନ୍ତ ୬ଟି ଭ୍ୟାନ ଧରି ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା । କିନ୍ତୁ ନିଆଁର ପ୍ରକୋପ ଏତେ ଥିଲା ଯେ, ୬ଟି ଟିମ ନିଆଁକୁ ଆୟତ୍ତ କରିପାରିନଥିଲା । ତେଣୁ ଆଉ ୪ଟି ଟିମକୁ ଡକାଯାଇଥିଲା । ୧୦ଟି ଗାଡି ଭୟଙ୍କର ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ।
ଏହାର ଆଖପାଖରେ ଥିବା କାରଖାନାକୁ ନିଆଁ ଯେଉଁଭଳି ନ ବ୍ୟାପିବ ସେଥିପାଇଁ ସମସ୍ତେ ଚେଷ୍ଟା କରୁଥିଲେ । ତେବେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ । ନିଆଁକୁ ଦେଖି ସାରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଅଗ୍ନଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/15/fire-2025-11-15-17-05-37.jpg)