Advertisment

Banglar Yuva Saathi: ନିର୍ବଚନ ପୂର୍ବରୁ ମମତାଙ୍କ ବିଗ୍ ଗେମ୍, ବେକାରୀଙ୍କୁ ମିଳିବ ମାସିକ ୧୫ଶହ

୧୫ ଫେବ୍ରୁଆରୀରୁ ଆବେଦନ ଆରମ୍ଭ ହୋଇସାରିଛି । ଆଗାମୀ ପାଞ୍ଚ ବର୍ଷ ପାଇଁ ଏହି ଯୋଜନା କରାଯାଇଥିବା କହିଛନ୍ତି ମମତା ସରକାର । ପଶ୍ଚିମବଙ୍ଗର ସମସ୍ତ ୨୯୪ ବିଧାନସଭା ନିର୍ବାଚନମଣ୍ଡଳୀରେ ଏହି ଯୋଜନାରେ ପଞ୍ଜିକୃତ ପାଇଁ ଶିବିର ଖୋଲାଯାଇଛି ।

Bangla ra Yuva sathi Scheme

Bangla ra Yuva sathi Scheme Photograph: (OTV)

Advertisment

ବେକାର ଯୁବକ-ଯୁବତୀଙ୍କୁ ମିଳିବ ଭତ୍ତା । ସରକାର ମାସକୁ ଦେବେ ୧୫ ଶହ ଟଙ୍କା । ନିର୍ବାଚନ ପୂର୍ବରୁ ଚମକାଇଲା ମମତାଙ୍କ ଯୋଜନା । ୨୦୨୬ ନିର୍ବଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଠ କରିବାକୁ ପଶ୍ଚିମବଙ୍ଗରେ ନୂଆ ଯୋଜନା ଆରମ୍ଭ କରିଛନ୍ତି ମମତା ସରକାର ।

Advertisment

ରାଜ୍ୟରେ ବେକାର ଥିବା ଯୁବକ-ଯୁବତୀଙ୍କ ପାଇଁ 'ବାଂଲାର ଯୁବ ସାଥୀ' ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନା ଅଧୀନରେ, ୨୧ରୁ ୪୦ ବର୍ଷ ବୟସର ବେକାର ଯୁବକ-ଯୁବତୀମାନେ ପ୍ରତି ମାସ ୧୫ ଶହ ଟଙ୍କା ପାଇପାରିବେ ।

ଏଥି ପାଇଁ ୧୫ ଫେବ୍ରୁଆରୀରୁ ଆବେଦନ ଆରମ୍ଭ ହୋଇସାରିଛି । ଆଗାମୀ ପାଞ୍ଚ ବର୍ଷ ପାଇଁ ଏହି ଯୋଜନା କରାଯାଇଥିବା କହିଛନ୍ତି ମମତା ସରକାର । ପଶ୍ଚିମବଙ୍ଗର ସମସ୍ତ ୨୯୪ ବିଧାନସଭା ନିର୍ବାଚନମଣ୍ଡଳୀରେ ଏହି ଯୋଜନାରେ ପଞ୍ଜିକୃତ ପାଇଁ ଶିବିର ଖୋଲାଯାଇଛି । ଆବେଦନ କରିବାକୁ ଯୁବକ ଯୁବତୀଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି । 

Advertisment

ଫେବ୍ରୁଆରୀରୁ ୧୫ରୁ ଏଥି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାବେଳେ ଏହା ୨୬ ତାରିଖ ଯାଏଁ ଚାଲୁ ରହିବ । ଏହି ଯୋଜନାର ଲକ୍ଷ ହେଉଛି, ବେକାର ଯୁବକ ଯୁବତୀମାନଙ୍କୁ ସହାୟତା ଓ ଆଗକୁ ବଢ଼ିବାକୁ ସରକାରଙ୍କ ତରଫରୁ କିଛି ଆର୍ଥିକ ସହଯୋଗ । 

ଏପ୍ରିଲ ୧ରୁ ଏହି ନୂଆ ଯୋଜନା ଟଙ୍କା ମିଳିବ । ହିତାଧିକାରୀମାନେ ଯେଯାଏଁ ନିଯୁକ୍ତି ନପାଇଛନ୍ତି ସେଯାଏଁ ୧୫ ଶହ ଟଙ୍କା ପାଇପାରିବେ । ସାରା ରାଜ୍ୟର ପ୍ରାୟ ୨୭ରୁ ୨୮ ଲକ୍ଷ ଯୁବକ ଯୁବତୀ ଏହି ଯୋଜନା ପାଇଁ ଯୋଗ୍ୟ ହୋଇପାରନ୍ତି ବୋଲି କୁହାଯାଉଛି ।

Advertisment

ତେବେ ମମତା ସରକାରଙ୍କ 'ବାଂଲାର ଯୁବ ସାଥୀ' ଯୋଜନାକୁ କିଛି ଲୋକ ଭଲ ପଦକ୍ଷେପ ବୋଲି କହିଥିବା ବେଳେ କିଛି ଏହାକୁ ମମତା ବାନାର୍ଜୀଙ୍କ ନିର୍ବାଚନୀ ଷ୍ଟଣ୍ଟ ବୋଲି କହୁଛନ୍ତି ।

୨୦୨୬ ଅର୍ଥାତ୍ ଚଳିତ ବର୍ଷ ହେବାକୁ ଯାଉଛି ପଶ୍ଚିମବଙ୍ଗ ନିର୍ବାଚନ । ତେଣୁ ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ 'ବାଂଲାର ଯୁବ ସାଥୀ' ଶୁଭାରମ୍ଭ କରିଥିବା ଚର୍ଚ୍ଚା ହେଉଥିବା ବେଳେ କିଛି ରାଜନୈତିକ ବିଶ୍ଳେଷକ ମଧ୍ୟ ଏହି ଯୋଜନାକୁ ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ଯୁବକ ଯୁବତୀମାନଙ୍କୁ ଆକର୍ଷିତ କରିବା ପାଇଁ ଏକ ପ୍ରମୁଖ ପ୍ରତିଶ୍ରୁତି ଭାବରେ କହିଛନ୍ତି । 

TMC Westbengal Scam In Govt Scheme For Farmers Mamata Banerjee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ