Advertisment

Kharge Demands Probe Dalit Anganwadi Discrimination: ରାଜ୍ୟସଭାରେ ଉଠିଲା ଓଡ଼ିଶାରେ ଜାତିଗତ ଭେଦଭାବର କୁତ୍ସିତ ମାନସିକତା, ତଦନ୍ତ କରିବାକୁ ଖଡ଼ଗେଙ୍କ ଦାବି

ରାଜ୍ୟସଭାରେ ଉଠିଲା ଓଡ଼ିଶାରେ ଜାତିଗତ ଭେଦଭାବର କୁତ୍ସିତ ମାନସିକତା। ରାଜ୍ୟସଭା ବିରୋଧୀ ଦଳ ନେତା ମଲିକାର୍ଜୁନ ଖଡ଼ଗେ ଉଠାଇଲେ ପ୍ରସଙ୍ଗ। ତଦନ୍ତ କରିବାକୁ ଦାବି କଲେ।

Mallikarjun Kharge

Mallikarjun Kharge Photograph: (OTV)

Advertisment

ରାଜ୍ୟସଭାରେ ଉଠିଲା ଓଡ଼ିଶା ଅଙ୍ଗନବାଡ଼ିରେ ଜାତିଗତ ଭେଦଭାବ ପ୍ରସଙ୍ଗ। କେନ୍ଦ୍ରାପଡ଼ା ରାଜନଗର ବ୍ଲକ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ଜାତିଗତ ଭେଦଭାବ ଘଟଣାକୁ ସଦନରେ ଉଠାଇଛନ୍ତି ରାଜ୍ୟସଭାର ବିରୋଧୀ ଦଳ ନେତା ମଲିକାର୍ଜୁନ ଖଡ଼ଗେ। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ଖଡ଼ଗେ। 

Advertisment

ସେ କହିଛନ୍ତି, ଓଡ଼ିଶାର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଦଳିତ ମହିଳା ସହାୟିକା ଭାବେ ନିଯୁକ୍ତ ହୋଇଥିବାରୁ ଗ୍ରାମବାସୀ ସେମାନଙ୍କ ପିଲାଙ୍କୁ ସେଠାରେ ଖାଇବାକୁ ଦେଉନାହାନ୍ତି। ଗତ ତିନିମାସ ଧରି ଅଙ୍ଗନବାଡ଼ି କେନ୍ଦ୍ରକୁ ବର୍ଜନ କରାଯାଇଛି। କାର୍ଯ୍ୟକ୍ଷେତ୍ରରେ ଜାତିଗତ ବୈଷମ୍ୟ ସମ୍ବିଧାନକୁ ଉଲ୍ଲଂଘନ କରୁଛି। ଏହି ଘଟଣା ଶିକ୍ଷାଗତ ଅଧିକାରକୁ ମଧ୍ୟ ଉଲ୍ଲଂଘନ କରୁଛି। ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି ମଲିକାର୍ଜୁନ ଖଡ଼ଗେ। 

ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ରାଜନଗର ବ୍ଲକ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ଅନୁସୂଚିତ ଜାତିର ଯୁବତୀ ସହାୟିକା ଭାବେ ନିଯୁକ୍ତି ପାଇବା ପରେ ଅଙ୍ଗନବାଡିକୁ ପିଲା ଆସୁନାହାଁନ୍ତି। ଓଟିଭିରେ ଏନେଇ ଖବର ପ୍ରସାରଣ ପରେ ତହସିଲଦାର ଓ ସିଡିପିଓଙ୍କୁ ଧରି ଗାଁରେ ପହଞ୍ଚିଥିଲେ ଉପଜିଲ୍ଲାପାଳ ଓ ଜିଲ୍ଲା ମଙ୍ଗଳ ଅଧିକାରୀ। 

Advertisment

ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ପାଇଁ ଡାକିଥିଲେ। ହେଲେ କୌଣସି ଲୋକ ଅଙ୍ଗନବାଡି କେନ୍ଦ୍ରକୁ ଆସିଲେ ନାହିଁ। ଅନ୍ୟପଟେ ନିଯୁକ୍ତି ପାଇଥିବା ଯୁବତୀଙ୍କ ସମସ୍ତ କାଗଜପତ୍ର ଯାଞ୍ଚ କରିଛନ୍ତି ଉପଜିଲ୍ଲାପାଳ। ସମସ୍ୟାର ସମାଧାନ ହୋଇଯିବ ବୋଲି ଆଶା ରଖିଛି ପ୍ରଶାସନ।

Caste Discrimination Rajyasabha Mallikarjun Kharge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ