Advertisment

Big UPSC Reform: UPSC ପରୀକ୍ଷା ନିୟମରେ ବଡ଼ ପରିବର୍ତ୍ତନ, ରାଙ୍କ୍ ବଢ଼ାଇବାକୁ ମିଳିବନି ଦ୍ବିତୀୟ ସୁଯୋଗ

IAS, IFS ପାଇଥିଲେ ପୁଣିଥରେ ଦେଇପାରିବେନି ପରୀକ୍ଷା। IPSଙ୍କୁ ମିଳିବନି ପୁନଃ IPS ସେବା ଚୟନ ସୁଯୋଗ। ସିଭିଲ୍ ସର୍ଭିସ ପରୀକ୍ଷା ବା CSE ୨୦୨୬ ପାଇଁ ନିୟମକୁ କଠୋର କରିଛି UPSC । ICS ଉତ୍ତୀର୍ଣ୍ଣ ହୋଇ ଚାକିରି କରିଥିଲେ କିମ୍ବା ଟ୍ରେନିଂରେ ଥିଲେ ପୁଣିଥରେ CSE ପାଇଁ ଆବେଦନ କରିପାରିବେ ନାହିଁ ।

UPSC

UPSC Photograph: (OTV)

Advertisment

UPSC ପରୀକ୍ଷା ନିୟମରେ ବଡ଼ ପରିବର୍ତ୍ତନ
IAS, IFSଙ୍କ ପାଇଁ ନାହିଁ ସେକେଣ୍ଡ ଚାନ୍ସ
IPSଙ୍କ ପାଇଁ ଆହୁରି କଠୋର ହେଲା ନିୟମ

Advertisment

ସିଭିଲ୍ ସର୍ଭିସ ପରୀକ୍ଷା ୨୦୨୬ ପାଇଁ ବିଜ୍ଞପ୍ତି ପ୍ରକାଶ ସହିତ ନିୟମାବଳୀରେ ଏହିଭଳି ସଂଶୋଧନ କରିଛି କେନ୍ଦ୍ରୀୟ ଲୋକସେବା ଆୟୋଗ ବା ୟୁପିଏସସି। ପୂର୍ବରୁ ନିଯୁକ୍ତ ହୋଇସାରିଥିବା ପ୍ରାର୍ଥୀଙ୍କ ପୁନର୍ବାର ପରୀକ୍ଷା ଦେବା କ୍ଷେତ୍ରରେ ଲାଗିଲା କଟକଣା । ନୂତନ ନିୟମ ଅନୁଯାୟୀ, ଯେଉଁ ପ୍ରାର୍ଥୀମାନେ ପୂର୍ବରୁ ଭାରତୀୟ ପ୍ରଶାସନିକ ସେବା-IAS କିମ୍ବା ଭାରତୀୟ ବିଦେଶ ସେବା-IFSରେ ନିଯୁକ୍ତି ପାଇସାରିଛନ୍ତି, ସେମାନେ CSE-୨୦୨୬ ପାଇଁ ଆଉ ଆବେଦନ କରିପାରିବେ ନାହିଁ। ଅର୍ଥାତ UPSC ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ରାଙ୍କ୍ ବଢ଼ାଇବାକୁ ମିଳିବନି ଦ୍ବିତୀୟ ସୁଯୋଗ।

ଆୟୋଗ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ପ୍ରାର୍ଥୀ CSE-2026 ପ୍ରିଲିମ୍ସ ପରୀକ୍ଷା ସମାପ୍ତ ହେବା ପରେ ଏହି ସେବାରେ ନିଯୁକ୍ତ ହୁଅନ୍ତି, ତେବେ ସେମାନେ ମେନ୍ ପରୀକ୍ଷା ଦେବାକୁ ଅଯୋଗ୍ୟ ବିବେଚିତ ହେବେ। ଯଦି ମେନ୍ସ ପରୀକ୍ଷା ପରେ କିନ୍ତୁ ଫଳାଫଳ ଘୋଷଣା ପୂର୍ବରୁ IAS କିମ୍ବା IFSରେ ନିଯୁକ୍ତ ହୁଅନ୍ତି ତେବେ CSE-2026 ଫଳାଫଳ ଆଧାରରେ ସେମାନଙ୍କୁ ନିଯୁକ୍ତିରେ ବିଚାର କରାଯିବ ନାହିଁ। ତେବେ ଚାକିରିରୁ ଇସ୍ତଫା ଦେଲାପରେ ପୁଣି ଥରେ ନୂଆ ପରୀକ୍ଷାରେ ବସିପାରିବେ।

Advertisment

ନିୟମକୁ ସ୍ବାଗତ

ସେହିଭଳି ଆଇପିଏସ୍ ଅଧିକାରୀମାନେ ପୁନର୍ବାର ଆଇପିଏସ୍ ସେବା ଚୟନ କରିପାରିବେ ନାହିଁ। ସେମାନଙ୍କୁ କେବଳ ଆଇଏଏସ୍ , ଆଇଏଫଏସ୍  କିମ୍ବା ଅନ୍ୟାନ୍ୟ ଗ୍ରୁପ୍-ଏ ସେବା ପାଇଁ ବିଚାର କରାଯାଇପାରିବ। ଯେଉଁ ପ୍ରାର୍ଥୀମାନେ ସିଏସଇ-୨୦୨୬ ମାଧ୍ୟମରେ କୌଣସି ସେବାରେ ନିଯୁକ୍ତି ପାଇବେ, ସେମାନଙ୍କୁ ରାଙ୍କ ସୁଧାରିବା ପାଇଁ ସିଏସଇ-୨୦୨୭ରେ କେବଳ ଗୋଟିଏ ଥର ସୁଯୋଗ ମିଳିବ। ୟୁପିଏସସିର ଏଭଳି ନିୟମକୁ ସ୍ବାଗତ କରିଛନ୍ତି ସିଭିଲ ସର୍ଭିସେସ୍ ଆଶାୟୀ ।

ତେବେ କାହିଁକି ୨୦୨୬ ପରୀକ୍ଷା ପାଇଁ ଏଭଳି ନିୟମ ଜାରିକଲା ୟୁପିଏସସି ? ଏହାପଛର ଅସଲ ଉଦ୍ଦେଶ୍ୟ କଣ ? ପୂର୍ବତନ ବରିଷ୍ଠ ପ୍ରଶାସକଙ୍କ ମତରେ, ବାରମ୍ବାର ସମାନ ପଦ ପାଇଁ ପରୀକ୍ଷା ଦେଉଥିବା ପ୍ରାର୍ଥୀଙ୍କ ସଂଖ୍ୟା କମାଇବା ଏବଂ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେବା ନିୟମ ପରିବର୍ତ୍ତନ ପଛର ମୂଳ ଉଦ୍ଦେଶ୍ୟ। ଯଦି ଜଣେ କ୍ଲାସ ୱାନ୍ ଅଫିସର ଭାବେ ଚୟନ ହେବାପରେ ମଧ୍ୟ ତାହା ଛାଡ଼ି ପୁଣିଥରେ ପରୀକ୍ଷା ଦେଉଛନ୍ତି, ତାହାର ଅର୍ଥ ତାଙ୍କର କେନ୍ଦ୍ର ସରକାରଙ୍କ ଚାକିରି ପ୍ରତି ତାଙ୍କର ନିଷ୍ଠା ନାହିଁ ।

Advertisment

ଏହାଛଡ଼ା ଚାକିରିରେ ଥାଇ ମଧ୍ୟ ପୁଣିଥରେ ଆବେଦନ କରିବା ଦ୍ବାରା ନୂଆ ଆଶାୟୀଙ୍କ ଆଶା ଧୂଳିସାତ ହେଉଛି। ନୂଆ ନିୟମ ଫଳରେ ସିଭିଲ୍ ସର୍ଭିସେସ୍ ଚୟନ ପ୍ରକ୍ରିୟା ଅଧିକ ସୁସଂଗଠିତ ଏବଂ ପୂର୍ବରୁ ଚୟନ ପ୍ରାର୍ଥୀଙ୍କ ପୁନଃପ୍ରୟାସ ଉପରେ ନିୟନ୍ତ୍ରଣ ଆସିବ ।

ଚଳିତ ବର୍ଷ ୯୩୩ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି କେନ୍ଦ୍ରୀୟ ଲୋକସେବା ଆୟୋଗ। ଏଥିପାଇଁ ଆସନ୍ତା ମେ ୨୪ ତାରିଖରେ ପ୍ରିଲିମ ପରୀକ୍ଷା ଅନୁଷ୍ଠିତ ହେବ। ତେବେ ନୂତନ ନିଷ୍ପତ୍ତି ଦ୍ୱାରା ବାରମ୍ବାର ସମାନ ପଦ ପାଇଁ ପରୀକ୍ଷା ଦେଉଥିବା ପ୍ରାର୍ଥୀଙ୍କ ସଂଖ୍ୟା ହ୍ରାସ ପାଇବା ସହ ନୂତନ ପ୍ରାର୍ଥୀଙ୍କୁ ଅଧିକ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି।... 

Reforms ICSE UPSC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ