Advertisment

Lamborghini Crashes Over 10 Vehicles: ୧୦ରୁ ଅଧିକ ଗାଡ଼ି ଉପରେ ଚଢ଼ିଗଲା ଲମ୍ବୋର୍ଗିନି

କାନପୁରରେ ‘ଲମ୍ବୋର୍ଗିନି’ ଟେରର୍। ୧୦ରୁ ଅଧିକ ଗାଡ଼ି ଉପରେ ଚଢ଼ିଗଲା ଲମ୍ବୋର୍ଗିନି। ୟୁପି କାନପୁର Rev-3 ମଲ୍ ନିକଟରେ ଦୁର୍ଘଟଣା। ୧୦ରୁ ଅଧିକ କାର୍, ଅଟୋ, ବାଇକ୍ କୁ ଧକ୍କା ମାରିଲା। କାର୍ ଚଲାଉଥିଲେ ବଡ଼ ମଦ ବ୍ୟବସାୟୀଙ୍କ ପୁଅ ଶିବମ୍ ମିଶ୍ରା।

Lamborghini Crashes Over 10 Vehicles

୧୦ରୁ ଅଧିକ ଗାଡ଼ି ଉପରେ ଚଢ଼ିଗଲା ଲମ୍ବୋର୍ଗିନି Photograph: (OTV)

Advertisment

କାନପୁରରେ ‘ଲମ୍ବୋର୍ଗିନି’ ଟେରର୍। ୧୦ରୁ ଅଧିକ ଗାଡ଼ି ଉପରେ ଚଢ଼ିଗଲା ଲମ୍ବୋର୍ଗିନି କାର୍। ଉତ୍ତରପ୍ରଦେଶ କାନପୁରର ଭିଭିଆଇପି ଅଞ୍ଚଳ Rev-3 ମଲ୍ ନିକଟରେ ଦୁର୍ଘଟଣା ଘଟିଛି। ଆଜି ଅପରାହ୍ଣରେ ଏକ ୧୦ କୋଟିରୁ ଅଧିକ ମୂଲ୍ୟର ‘ଲମ୍ବୋର୍ଗିନି’ କାର୍ ପ୍ରଥମେ ରାସ୍ତାରେ ଥିବା କିଛି ଗାଡ଼ିକୁ ଧକ୍କା ଦେବା ସହ ଫୁଟପାଥ ଉପରେ ଚଢ଼ି ଯାଇଛି। ଫଳରେ ୧୦ରୁ ଅଧିକ ଲୋକ ଆହତ ହେବା ସହ କିଛି ଗୁରୁତର ବି ହୋଇଛନ୍ତି। 

Advertisment

ମାମଲାରେ ସାମ୍ନାକୁ ଆସିଛି ବଡ଼ ଟ୍ବିଷ୍ଟ। ଏହି ୧୦ କୋଟି ଟଙ୍କାର କାର୍ ଚଲାଉଥିଲେ ୟୁପି ଓ ଦିଲ୍ଲୀରେ ବେଶ୍ ପରିଚିତ ମଦ ଓ ଗୁଟୁଖା ବ୍ୟବସାୟୀ କେକେ ମିଶ୍ରାଙ୍କ ପୁଅ ଶିବମ। ସେ ବି ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଅନୁସାରେ ଶିବମ୍ ଗାଡ଼ି ଚଲଇଲା ବେଳେ ମଦ୍ୟପାନ କରିଥିଲେ। ହେଲେ ଏନେଇ ଏବେ ତଦନ୍ତ ଚାଲିଛି। ଘଟଣାକୁ ନେଇ ଏବେ କାନପୁର ସମେତ ସାରା ରାଜ୍ୟରେ ବେଶ୍ ଚହଳ ସୃଷ୍ଟି ହୋଇଛି।

  • କାନପୁରରେ ‘ଲମ୍ବୋର୍ଗିନି’ ଟେରର୍
  • ୧୦ରୁ ଅଧିକ ଗାଡ଼ି ଉପରେ ଚଢ଼ିଗଲା ଲମ୍ବୋର୍ଗିନି
  • ୟୁପି କାନପୁର Rev-3 ମଲ୍ ନିକଟରେ ଦୁର୍ଘଟଣା
  • ୧୦ରୁ ଅଧିକ କାର୍, ଅଟୋ, ବାଇକ୍ କୁ ଧକ୍କା ମାରିଲା
  • କାର୍ ଚଲାଉଥିଲେ ବଡ଼ ମଦ ବ୍ୟବସାୟୀଙ୍କ ପୁଅ ଶିବମ୍ ମିଶ୍ରା
  • ଶିବମ୍ ମିଶ୍ରାଙ୍କ ବିରୋଧରେ ରୁଜୁ ହେଲା ମାମଲା
  • ୟୁପି ଓ ଦିଲ୍ଲୀରେ ବେଶ୍ ପରିଚିତ ବ୍ୟବସାୟୀ ଶିବମଙ୍କ ବାପା
Advertisment
Uttar Pradesh Accident Kanpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ