iskon Photograph: (OTV)
ପୁଣି ମାନିଲାନି ଇସ୍କନ । ଜଗନ୍ନାଥ ସଂସ୍କୃତି ପ୍ରତି ପୁଣି ଅପମାନ । ପୁଣି ଇସ୍କନର ଅଦିନିଆ ରଥଯାତ୍ରା। ଏଥର ଅଦିନିଆ ରଥଯାତ୍ରା କରିବାକୁ ଇସ୍କନ ପ୍ରସ୍ତୁତ ହେଉନାହିଁ ବରଂ ରଥଯାତ୍ରା ଶେଷ କରିଛି। ଉତ୍ତରାଖଣ୍ଡର ମଧୁବନ ଆଶ୍ରମ ରିଷିକେଷ ଦ୍ୱାରା ଆୟୋଜିତ ୨୮ତମ ଶ୍ରୀଜଗନ୍ନାଥ ରଥଯାତ୍ରା ସମ୍ପନ୍ନ କରିଛି ଇସ୍କନ।
ଚଳିତମାସ ୭ ତାରିଖ ମଙ୍ଗଳବାର ଦିନ ଏଭଳି ଅଦିନିଆ ରଥଯାତ୍ରା ହୋଇଥିବା ଦେଖିବାକୁ ମିଳିଛି। ଗତ ୭ ତାରିଖ ସକାଳ ସାଢ଼େ ୯ଟାରେ ମଧୁବନ ଆଶ୍ରମ ଠାରୁ ବାହାରି ତ୍ରୀବେଣୀ ଘାଟ ଚୌକ ଦେଇ ଗୁରୁଦ୍ୱରା ଶ୍ରୀଗୁରୁ ସିଂ ସଭା ରେଲୱ ରୋଡରେ ଏହି ଅଦିନିଆ ରଥଯାତ୍ରା ଶେଷ ହୋଇଛି। ବିଧି ପରମ୍ପରା ଭାଙ୍ଗି ଇସ୍କନ ବାରମ୍ବାର ଅଦିନିଆ ରଥଯାତ୍ରା କରୁଥିବା ବେଳେ ଚଳିତମାସରେ ମଧୁବନ ଆଶ୍ରମ ରିଷିକେଷ ଦ୍ବାରା ୨୮ ତମ ଶ୍ରୀଜଗନ୍ନାଥ ରଥଯାତ୍ରାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଏକ ଚାରିଚକିଆ ଗାଡିରେ ନିଆଯାଇଥିଲା ।
ଅନ୍ୟପଟେ ଇସ୍କନର ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ପ୍ରସଙ୍ଗରେ ଗତମାସ ଅର୍ଥାତ ସେପ୍ଟେମ୍ବର ୬ ତାରିଖରେ ଗଜପତିଙ୍କ ମହାରାଜାଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ନୀତି ବିରୋଧୀ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ୧୦୦ ପୃଷ୍ଠାର ଏକ ପୂର୍ଣ୍ଣାଙ୍ଗ ଉତ୍ତର ଇସ୍କନକୁ ପ୍ରଦାନ କରାଯାଇଥିଲା। ନୀତି ଓ ପରମ୍ପରାକୁ ନମାନିଲେ ଆଇନର ଆଶ୍ରୟ ନିଆଯିବ ବୋଲି ଗଜପତିଙ୍କ ଦ୍ବାରା ଇସ୍କନକୁ ଚିଠି ଲେଖାଯାଇଥିଲା।
ମାତ୍ର ଏକମାସ ପରେ ଇସ୍କନ ପୁର୍ନବାର ତାର ମନମାନି ଜାରି ରଖି ଚଳିତମାସ ୭ ତାରିଖରେ ଅଦିନିଆ ରଥଯାତ୍ରା ଆୟୋଜନ କରିଥିଲା। ତେଣୁ ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରାକୁ ଅପମାନ ହୋଇଥିବା ବେଳେ ଏଥର ଇସ୍କନର ଅଦିନିଆ ରଥଯାତ୍ରା ପାଇଁ ଆଇନର ଆଶ୍ରୟ ନେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ସବୁରି ମହଲରୁ ଅନୁରୋଧ କରାଯାଇଛି। ସେପଟେ ଏନେଇ ଇସ୍କନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ପୁଣି ଇସ୍କନର ଅଦିନିଆ ରଥଯାତ୍ରା
ମାନିଲାନି ଇସ୍କନ, ଜଗନ୍ନାଥ ସଂସ୍କୃତି ପ୍ରତି ପୁଣି ଅପମାନ
ଉତ୍ତରାଖଣ୍ଡର ମଧୁବନ ଆଶ୍ରମ ରିଷିକେଷ ଦ୍ୱାରା କରାଗଲା ଆୟୋଜନ
ଚଳିତମାସ ୭ ତାରିଖରେ ହୋଇଥିଲା ଅଦିନିଆ ରଥଯାତ୍ରା
ବିଧି ପରମ୍ପରା ଭାଙ୍ଗି ଅଦିନିଆ ରଥଯାତ୍ରା କଲା ଇସ୍କନ
ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଏକ ଚାରିଚକିଆ ଗାଡିରେ ବସାଇ ନିଆଗଲା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/15/iskon-2025-10-15-15-08-05.jpg)