INDIGO_MONEY_RETURN Photograph: (OTV)
ଟଙ୍କା ଫେରାଇବ ଇଣ୍ଡିଗୋ । ଇଣ୍ଡିଗୋକୁ ନେଇ ଆସିଲା ବଡ଼ ଖବର । ଟଙ୍କା ଫେରାଇବା ନେଇ ବିଧିବଦ୍ଧ ସୂଚନା ଜାରି କଲା ଇଣ୍ଡିଗୋ । ଯିଏ ଯେମିତି ଟଙ୍କା ଦେଇଥିବେ ସେଇ ମୋଡରେ ଟଙ୍କା ଫେରସ୍ତ ହେବ । ଯାତ୍ରୀ କ୍ୟାନସଲ୍ କରିଥିଲେ ବି ଟଙ୍କା ଫେରି ପାଇବେ ।
ସେପଟେ ଇଣ୍ଡିଗୋ ସମସ୍ୟା ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବଗତ କରାଗଲା । ସମ୍ପୂର୍ଣ୍ଣ ସମସ୍ୟାର ବିବରଣୀ ଦିଆଯାଇଛି । ଇଣ୍ଡିଗୋ ସିଇଓ ସହ ଯୋଗାଯୋଗ କରିଛି PMO। ସମସ୍ୟାର ସମାଧାନ ପାଇଁ ୧୦ ଦିନ ମହଲତ ନେଲା ଇଣ୍ଡିଗୋ
କାଲି ରାତି ୮ଟା ଭିତରେ ଯାତ୍ରୀଙ୍କୁ ଟଙ୍କା ଫେରାଇବାକୁ ଇଣ୍ଡିଗୋକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶ। ଏଥିସହ ବିନା କୌଣସି ଚାର୍ଜେସ ନକାଟି ଯେଉଁମାନେ ଯେତିକି ଟଙ୍କା ଦେଇ ଟିକେଟ କାଟିଥିଲେ ସେମାନଙ୍କୁ ସେତିକି ଟଙ୍କା ଫେରାଯିବ। ଯାତ୍ରୀଙ୍କୁ ଟଙ୍କା ନଫେରାଇଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯାତ୍ରୀଙ୍କୁ ଟଙ୍କା ଫେରାଇବା ପାଇଁ ସ୍ବତନ୍ତ୍ର ଭାବେ ଟିକେଟ ରିଫଣ୍ଡ ସେଲ୍ ଗଠନ କରିବାକୁ କୁହାଯାଇଛି। ଇଣ୍ଡିଗୋ ସଙ୍କଟ ଯୋଗୁଁ ଯେଉଁ ଯାତ୍ରୀ ମାନେ ପ୍ରଭାବିତ ହୋଇଛନ୍ତି ସେମାନଙ୍କ ସହ ଯୋଗାଯୋଗରେ ରହିବ ଇଣ୍ଡିଗୋ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/06/indigo_money_return-2025-12-06-17-44-48.jpg)