Advertisment

Thousands Of Passengers Affected: ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର , ପ୍ରଭାବିତ ଯାତ୍ରୀଙ୍କୁ ଟଙ୍କା ଫେରସ୍ତ କରିବ ଇଣ୍ଡିଗୋ

ଭୁବନେଶ୍ବର ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ। ସକାଳୁ ସକାଳୁ ବିବାହ ମଣ୍ଡପରୁ ସିଧା ବିମାବନ୍ଦରରେ ପହଞ୍ଚିଥିଲେ ନବଦମ୍ପତି। ବାହାଯୋଡ଼ ଓହ୍ଲାଇନଥିଲେ, କି ବାହାମୁକୁଟ ଖୋଲିନଥିଲେ।

INDIGO-TENTION

INDIGO-TENTION Photograph: (OTV)

Advertisment

ଆଖିରେ ଲୁହ, ମୁହଁରେ ଅସହାୟତା। ବ୍ୟାଗ୍ ବୋହି ବୋହି କାନ୍ଧ ବି କ୍ଳାନ୍ତ ହୋଇଗଲାଣି। ଡିଜିଟାଲ୍ ବୋର୍ଡକୁ ଅନାଇ ଅନାଇ ଖାଲି ସମୟ ଗଡ଼ୁଛି ସିନା, ଫ୍ଲାଇଟ ନାଁ ଗନ୍ଧ ନାହିଁ। ଅହମ୍ମଦାବାଦ ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । 

Advertisment

ଇଣ୍ଡିଗୋ ବିଭ୍ରାଟ କେତେ ଯନ୍ତ୍ରଣାଦାୟକ, କେତେ ସଂଘର୍ଷମୟ। ବିମାନ ପାଇଁ ବ୍ୟାକୁଳ ଝିଅ ପାଖରେ ଆଖିରୁ ଲୁହ ଗଡ଼ାଇବା ଛଡ଼ା ଅନ୍ୟ ବାଟ ନାହିଁ। ମୁହଁରୁ ପଦିଏ କଥା ବାହାରୁନି ସତ, ହେଲେ ଲୁହଭିଜା ଆଖି ସବୁ କହିଦେଉଛି...ଖାଲି ଅହମ୍ମଦାବାଦ ନୁହେଁ। ସାରା ଦେଶର ସବୁ ବିମାନବନ୍ଦରରେ ଏବେ ଏମିତି ଅବସ୍ଥା। କାହାକୁ ମୁମ୍ବାଇ ଯିବାର ଅଛି, ତ କାହାକୁ ଗୋଆ। କିଏ ଭେକେସନ୍ ଟ୍ରିପରେ ବାହାରିଛି, ଆଉ କିଏ ଅଫିସ୍ କାମରେ, ପୁଣି କେହି ମେଡିକାଲ୍ ଏମର୍ଜେନ୍ସୀରେ। ହେଲେ ଏଯାଏଁ ଦୂର ହୋଇପାରିନି ଇଣ୍ଡିଗୋ ଏୟାର ଲାଇନ୍ସ ଅଚଳାବସ୍ଥା। କେତେବେଳେ ବିମାନ ବିଳମ୍ବ ତ କେବେ ବାତିଲ ହେଉଛି। ଏୟାରପୋର୍ଟରେ ଫସି ରହିଛନ୍ତି ଶହ ଶହ ଯାତ୍ରୀ। ସବୁଠି ଲମ୍ବା ଲାଇନ୍, ଘଣ୍ଟା ଘଣ୍ଟା ଅପେକ୍ଷା। ...



ଭୁବନେଶ୍ବର ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ। ସକାଳୁ ସକାଳୁ ବିବାହ ମଣ୍ଡପରୁ ସିଧା ବିମାବନ୍ଦରରେ ପହଞ୍ଚିଥିଲେ ନବଦମ୍ପତି। ବାହାଯୋଡ଼ ଓହ୍ଲାଇନଥିଲେ, କି ବାହାମୁକୁଟ ଖୋଲିନଥିଲେ।ଏପରିକି ବରଣମାଳା ହଳକ ହାତରେ ଧରି ତରତର ହୋଇ ଦିଲ୍ଲୀ ଯିବାକୁ ଆସିଥିଲେ। ହେଲେ ଫ୍ଲାଇଟ୍ ଟାଇମ୍ ଦିନ ସାଢେ ୧୧ଟା ଗଡ଼ି ଅପରାହ୍ନ ହେଇଗଲା ପଛେ, ବିମାନ ଉଡ଼ିଲାନି। ଉଭୟଙ୍କର କାଲି ରିସେପ୍ସନ୍ ରହିଛି।

Advertisment

ଇଣ୍ଡିଗୋ ଯନ୍ତ୍ରଣା ଭୋଗିଥିବା ମହାରାଷ୍ଟ୍ରର ପର୍ଯ୍ୟଟକଙ୍କ କଥା କଣ କହିବୁ। ଗତ ୨ ତାରିଖରେ ଜଗାଦର୍ଶନ ପାଇଁ ପୁରୀ ଆସିଥିଲେ। କାଳିଆକୁ ଦେଖିସାରି ଘର ମୁହାଁ ହେଲେଣି କିନ୍ତୁ ସେବେଠୁ ଲଗେଜ୍ ପାଇପାରିନାହାନ୍ତି। ଗଲା ୪ ଦିନ ହେଲା ପ୍ରତିଦିନ ନୂଆ ଜାମା ଓ ବ୍ୟାଗ୍ କିଣି ଚଳୁଛନ୍ତି। ଓଡ଼ିଶାର ସତ୍ୟନାରାୟଣ ପାଣି ବି ଭୋଗୁଛନ୍ତି ସମଦଶା। ଶୁଦ୍ଧିକ୍ରିୟା କାମରେ ହାଇଦ୍ରାବାଦ ଯାଇ ବହୁ କଷ୍ଟରେ ଓଡ଼ିଶା ଫେରିଲେ, କିନ୍ତୁ ଏଯାଏଁ ଲଗେଜ୍ ପାଇନାହାନ୍ତି। କେବେ ମିଳିବ ତାର ବି ସୂଚନା ନାହିଁ। ...

ଏପଟେ ଅଚଳାବସ୍ଥା ଭିତରେ ଯାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛି ଇଣ୍ଡିଗୋ। ଡିସେମ୍ବର ୫ରୁ ୧୫ ତାରିଖ ଭିତରେ ପ୍ରଭାବିତ ସମସ୍ତ ଯାତ୍ରୀଙ୍କୁ ଟଙ୍କା ଫେରସ୍ତ କରାଯିବ। ରିଫଣ୍ଡ ସ୍ୱୟଂଚାଳିତ ଭାବେ ମୂଳ ପେମେଣ୍ଟ ମାଧ୍ୟମରେ ଯିବ। ଯିଏ ଯେମିତି ପେମେଣ୍ଟ କରିଥିଲେ ସେହି ମୋଡରେ ଫେରିପାଇବେ। ଯାତ୍ରୀ କ୍ୟାନସଲ୍ କରିଥିଲେ ବି ପେମେଣ୍ଟ ଫେରସ୍ତ କରାଯିବ। ସେପଟେ ବର୍ଦ୍ଧିତ ଟିକେଟ ଦର ନିୟନ୍ତ୍ରଣକୁ ଆଣିବାକୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ରିଅଲ୍-ଟାଇମ୍ ଡାଟା ମାଧ୍ୟମରେ ଭଡ଼ାସ୍ତରକୁ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ରାମମୋହନ ନାଇଡୁ। 

ଇଣ୍ଡିଗୋ ସଂକଟରେ ବେଲଗାମ ଭଡ଼ାରେ ରୋକ୍ ଲଗାଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ୫ ଶହ କିମି ଭିତରେ ବିମାନ ଭଡ଼ା ୭ ହଜାର ୫ ଶହ ଟପିବନି । ଦେଶ ଭିତରେ ସର୍ବାଧିକ ଦୂରତା ଭଡ଼ା ୧୮ ହଜାର, ୫ ଶହରୁ ୧ ହଜାର କମି ପର୍ଯ୍ୟନ୍ତ ଭଡ଼ା ୧୨ ହଜାର, ୧ ହଜାରରୁ ୧୫ ଶହ କିମି ପର୍ଯ୍ୟନ୍ତ ଭଡ଼ା ୧୫ ହଜାର, ୧୫ ଶହ କିମି ଟପିଲେ ଯାତ୍ରୀ ଭଡ଼ା ୧୮ ହଜାର ଭିତରେ ରହିବ ରହିବ। ତେବେ ଦେଖିବାର କଥା, କେବେ ସ୍ବାଭାବିକ ହେଉଛି ଇଣ୍ଡିଗୋର ବିମାନ ସେବା।... 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ