Advertisment

IndiGo Crisis: ଆଜି ଦିଲ୍ଲୀ ଏୟାରପୋର୍ଟରୁ ସବୁ ବିମାନ ବାତିଲ୍ , ଯାତ୍ରୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ଓ ଆକ୍ରୋଶ

ଲଗାତର ଚତୁର୍ଥ ଦିନ ପାଇଁ କୋମାରେ ଇଣ୍ଡିଗୋ ଏୟାର ଲାଇନ୍ସର ବିମାନ ସେବା। ଦିଲ୍ଲୀ ଏୟାରପୋର୍ଟରୁ ସବୁ ବିମାନ ଉଡ଼ାଣ ଆଜି ବାତିଲ୍।ମଧ୍ୟରାତ୍ରି ଯାଏଁ ଦିଲ୍ଲୀରୁ ସମସ୍ତ ଘରୋଇ ବିମାନ ଉଡ଼ାଣ ବାତିଲ କରିଛି ଇଣ୍ଡିଗୋ।

INDIGO

INDIGO Photograph: (OTV)

Advertisment

ଲଗାତର ଚତୁର୍ଥ ଦିନ ପାଇଁ କୋମାରେ ଇଣ୍ଡିଗୋ ଏୟାର ଲାଇନ୍ସର ବିମାନ ସେବା। ଦିଲ୍ଲୀ ଏୟାରପୋର୍ଟରୁ ସବୁ ବିମାନ ଉଡ଼ାଣ ଆଜି ବାତିଲ୍। ମଧ୍ୟରାତ୍ରି ଯାଏଁ ଦିଲ୍ଲୀରୁ ସମସ୍ତ ଘରୋଇ ବିମାନ ଉଡ଼ାଣ ବାତିଲ କରିଛି ଇଣ୍ଡିଗୋ। ଫଳରେ ଏୟାରପୋର୍ଟରେ ହନ୍ତହନ୍ତ ହେଉଛନ୍ତି ଯାତ୍ରୀ। ବିମାନବନ୍ଦ ପରିସରରେ ସୃଷ୍ଟି ହୋଇଛି ଅସ୍ବାଭାବିକ ପରିସ୍ଥିତି। ଯାତ୍ରୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ଓ ଆକ୍ରୋଶ ଦେଖିବାକୁ ମିଳିଛି। ଜରୁରୀ କାମରେ ବାହାରିଥିବା ଯାତ୍ରୀ ଏୟାରପୋର୍ଟରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ଘାଣ୍ଟି ସନ୍ତୁୁଳି ହେଉଛନ୍ତି। 

Advertisment

ରେଲୱେ ଷ୍ଟେସନରେ ଅପେକ୍ଷା କରିବା ଭଳି ଏୟାରପୋର୍ଟ ପରିସରରେ ଯାତ୍ରୀମାନେ ବସିବା ସହ ଶୋଉଛନ୍ତି। ଏଣେତେଣେ ଗଦା ଗଦା ହୋଇ ପଡ଼ିଛି ଯାତ୍ରୀଙ୍କ ଲଗେଜ୍ ବ୍ୟାଗ। ଉଭୟ ଦେଶ ଓ ଦେଶ ବାହାରକୁ ଉଡିବାକୁ ଥିବା ଇଣ୍ଡିଗୋର ବିମାନ ଉଡ଼ାଣ ବାତିଲ ପରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି।

ଗତକାଲି କେବଳ ଗୋଟିଏ ଦିନ ଦିଲ୍ଲୀ ସମେତ ବିଭିନ୍ନ ବିମାନବନ୍ଦରରେ ୫୦୦ରୁ ଅଧିକ ବିମାନ ବାତିଲ କରାଯାଇଥିଲା। ଯାହାକି ଇଣ୍ଡିଗୋ ଦ୍ୱାରା ବାତିଲ କରାଯାଇଥିବା ସର୍ବାଧିକ ବିମାନ।

Advertisment

ଯାତ୍ରୀଙ୍କ ସୁରକ୍ଷା ନେଇ ବିମାନ କମ୍ପାନୀଗୁଡ଼ିକ ପାଇଁ କେନ୍ଦ୍ର ସରକାର ଫ୍ଲାଇଟ୍ ଡ୍ୟୁଟି ଟାଇମ୍ ଲିମିଟେସନ ବା କ୍ରିୟୁ ରୋଷ୍ଟରିଂ ରୁଲରେ ପରିବର୍ତ୍ତନ ଆଣିବା ପରେ, ଏଇ ନିୟମରେ ଫସିଯାଇଛି ଇଣ୍ଡିଗୋ। ଗୋଟେପଟେ କ୍ରିଉ ସଦସ୍ୟଙ୍କ ଅଭାବ ଅନ୍ୟପଟେ ସିଷ୍ଟମରେ ସ୍ଲୋଡାଉନ୍ ଇଣ୍ଡିଗୋ ପାଇଁ ଏଭଳି ଜଟିଳ ପରିସ୍ଥିତି ସୃଷ୍ଟି କରିଛି।

ଦିଲ୍ଲୀରୁ ଇଣ୍ଡିଗୋର ସବୁ ବିମାନ ବାତିଲ୍
କୋମାରେ ଇଣ୍ଡିଗୋ ଏୟାର ଲାଇନ୍ସର ବିମାନ ସେବା
ଆଜି ଦିଲ୍ଲୀ ଏୟାରପୋର୍ଟରୁ ସବୁ ବିମାନ ବାତିଲ୍
ଆଜି ମଧ୍ୟରାତ୍ରି ଯାଏଁ ଦିଲ୍ଲୀରୁ ବିମାନ ଉଡ଼ାଣ ବାତିଲ 
ଏୟାରପୋର୍ଟରେ ହନ୍ତସନ୍ତ ଯାତ୍ରୀ
ଏୟାରପୋର୍ଟରେ ଅସ୍ବାଭାବିକ ପରିସ୍ଥିତି 
ଯାତ୍ରୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ଓ ଆକ୍ରୋଶ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ