Advertisment

India’s Military: ବିଶ୍ବ ଦେଖିବ ଭାରତ ସେନାର ଶକ୍ତି, ଐତିହାସିକ ହେବ ସେନା ଦିବସ

ସେନା ଦିବସ ଉପଲକ୍ଷେ ହେଉଥିବା ପରେଡରେ ଅପରେସନ୍ ସିନ୍ଦୂର ସମ୍ପର୍କିତ କିଛି ଯୁଦ୍ଧ ଅସ୍ତ୍ର ପ୍ରଦର୍ଶନ କରାଯିବ । ଯେଉଁଥିରେ T-90 ଟ୍ୟାଙ୍କ, ବ୍ରହ୍ମୋସ୍ କ୍ଷେପଣାସ୍ତ୍ର, M-777 ହାୱିଜର୍ ଏବଂ ଅନ୍ୟାନ୍ୟ କିଛି ଲଢ଼ୁଆ ଅସ୍ତ୍ର ସାମିଲ ହେବ । ଏନେଇ ଭାରତୀୟ ସେନା ସୂଚନା ଦେଇଛି ।

78th Army Day Parade Rehearsal

78th Army Day Parade Rehearsal Photograph: (OTV)

Advertisment

ଭାରତ ଇତିହାସରେ ରାଜସ୍ଥାନ ଲେଖିବ ନାଁ । ଜୟପୁରରେ ସେନା ଦେଖାବ ବଳ । ଏଥର ଐତିହାସିକ ହେବ ସେନା ଦିବସ । ଜାନୁଆରୀ ୧୫ ତାରିଖରେ ଜୟପୁରରେ ଅନୁଷ୍ଠିତ ହେବାକୁ ଯାଉଛି ୭୮ତମ ସେନା ଦିବସ । ଏହି କାର୍ଯ୍ୟକ୍ରମ ପାଇଁ ପରେଡ୍ ଅଭ୍ୟାସ ଆରମ୍ଭ ହୋଇଛି ।

Advertisment

ସେନା ଦିବସ ଉପଲକ୍ଷେ ହେଉଥିବା ପରେଡରେ ଅପରେସନ୍ ସିନ୍ଦୂର ସମ୍ପର୍କିତ କିଛି ଯୁଦ୍ଧ ଅସ୍ତ୍ର ପ୍ରଦର୍ଶନ କରାଯିବ । ଯେଉଁଥିରେ T-90 ଟ୍ୟାଙ୍କ, ବ୍ରହ୍ମୋସ୍ କ୍ଷେପଣାସ୍ତ୍ର, M-777 ହାୱିଜର୍ ଏବଂ ଅନ୍ୟାନ୍ୟ କିଛି ଲଢ଼ୁଆ ଅସ୍ତ୍ର ସାମିଲ ହେବ । ଏନେଇ ଭାରତୀୟ ସେନା ସୂଚନା ଦେଇଛି ।

ଣ୍ଡିଆନ୍ ଆର୍ମି ଆକାଉଣ୍ଟରେ ଭାରତୀୟ ସେନା ଅଭ୍ୟାସ କରୁଥିବାର ଏକ ଝଲକ ମଧ୍ୟ ସେୟାର କରିଛି ।ଯେଉଁଥିରେ ଦେଖିବାକୁ ମିଳିଛି, ସେନା ଜୋରଦାର ଅଭ୍ୟାସ ଚଲାଇଛି । ତା’ ସହ ଶତ୍ରୁକୁ ମାତ୍ ଦେବାକୁ ଭାରତ ସାଇତି ରଖିଥିବା ଅସ୍ତ୍ରକୁ ମଧ୍ୟ ଅଭ୍ୟାସରେ ସାମିଲ କରାଯାଇଛି । ଇଣ୍ଡିଆନ୍ ଆର୍ମି ତା’ର ଏକ୍ସ ଆକାଉଣ୍ଟରେ ଭିଡିଓଟି ପୋଷ୍ଟ କରି କ୍ୟାପସନରେ ଲେଖିଛି, ଆଉ ୦୮ ଦିନ ବାକି ରହିଲା... ତା’ ସହିତ ସେନା ଦିବସର ଅବିସ୍ମରଣୀୟ ଉତ୍ସବ ପାଇଁ ୧୫ ଜାନୁଆରୀ ୨୦୨୬ରେ ଆମ ସହିତ ଯୋଗଦାନ କରନ୍ତୁ ବୋଲି କ୍ୟାପସନରେ ଲେଖାଯାଇଛି ।

Advertisment

ଅନ୍ୟପଟେ, ୭୮ତମ ସେନା ଦିବସ ପରେଡ୍ ପାଇଁ ଜଗତପୁରାର ମହଲ ରୋଡ୍‌ରେ ଲୋକାମାନେ ପ୍ରତିଦିନ ଧାଡ଼ିରେ ଠିଆ ହୋଇ ଥଣ୍ଡା ଏବଂ ଘନ କୁହୁଡ଼ି ସତ୍ତ୍ୱେ ଯବାନ ମାନଙ୍କ ଅଭ୍ୟାସ ଦେଖୁଛନ୍ତି । ପିଲାଙ୍କଠାରୁ ବୃଦ୍ଧ ସାମରିକ ଉପକରଣ ଦେଖିବାକୁ ଏକାଠି ହେଉଛନ୍ତି । ସୋସିଆଲ ମିଡିଆରେ ଅଭ୍ୟାସର ଭିଡିଓ ପ୍ରସାରିତ ହେବା ପରେ କିଛି ପରିଦର୍ଶକ ୪୦-୫୦ କିଲୋମିଟର ଯାତ୍ରା କରି ଅଭ୍ୟାସ ଦେଖିବାକୁ ଆସୁଛନ୍ତି । ସେନା ପକ୍ଷରୁ ଏହି ପରେଡ୍ ଅଭ୍ୟାସ ସତେ ଯେମିତି, ଦିଲ୍ଲୀର ଭ୍ରମ ସୃଷ୍ଟି କରୁଛି । 

ସ୍ଥାନୀୟ ଲୋକେ ସେନାର ଏ ଅଭ୍ୟାସକୁ ଅତି ନିକଟରୁ ଦେଖିବାର ସୁଯୋଗ ପାଉଛନ୍ତି । ଶତ୍ରୁକୁ ମାତ୍ ଦେବା ଭଳି ଭାରତର ଅସ୍ତ୍ରଶସ୍ତ୍ରକୁ ଦେଖି ସାଧାରଣ ଲୋକେ ଖୁବ୍ ଖୁସି ହେଉଛନ୍ତି । ଅନ୍ୟପଟେ ସେନା ଦିବସ ପରେଡ୍ କାର୍ଯ୍ୟକ୍ରମରେ ଅପରେସନ ସିନ୍ଦୂର ସମୟରେ ବିଭିନ୍ନ ଉପକରଣ ସାମିଲ କରାଯିବ । ଯାହାଦ୍ବାରା ଭାରତୀୟ ସେନାର ଦକ୍ଷତା ପ୍ରଦର୍ଶନ କରିଥିଲା ତା’କୁ ଦେଖିବାର ସୁଯୋଗ ସାଧାରଣ ଲୋକେ ପାଇବେ । 

Advertisment

Army Indian Army Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ