Army-Modern-Warfare-Force Photograph: (OTV)
ସାବଧାନ ରୁହ ଚୀନ ଓ ପାକିସ୍ତାନ (Pakistan) । ଘରେ ପଶି ମାରିବ ଭାରତର ଭୈରବ ବାଟାଲିଅନ୍ । ଶତ୍ରୁ ଛାତିରେ ତାଣ୍ଡବ କରିବେ ଘାତକ କମାଣ୍ଡୋ । ଶତ୍ରୁର କଲିଜା ଥରାଇଲା ଭଳି ବେଶ, ହାତରେ ଆଧୁନିକ ଅସ୍ତ୍ରଶସ୍ତ୍ର, ଆଉ ପାଟିରେ ରାଜା ରାମଚନ୍ଦ୍ରଙ୍କ ନାମ। ଶତ୍ରୁ ଘରେ ପଶି ତାର ମେରୁଦଣ୍ଡ ଭାଙ୍ଗିବାକୁ ତିଆରି ହୋଇଛନ୍ତି ଏହି ଘାତକ କମାଣ୍ଡୋ। ମରୁଭୂମିର ଏମାନେ ବାଦଶାହ, ଆଧୁନିକ ଯୁଦ୍ଧକଳାରେ ଏମାନେ ସିଦ୍ଧହସ୍ତ।
"ଭୈରବ" ସ୍ପେଶାଲ୍ ଫୋର୍ସ ଭାବେ ଏମାନଙ୍କ ପରିଚୟ। ଆଧୁନିକ ଯୁଦ୍ଧର ଚ୍ୟାଲେଞ୍ଜର ମୁକାବିଲା ପାଇଁ ଭାରତୀୟ ସେନା ଏହି ନୂତନ ସ୍ୱତନ୍ତ୍ର ବାହିନୀ ସୃଷ୍ଟି କରିଛି। ଯେଉଁଥିରେ ବର୍ତ୍ତମାନ ୧ଲକ୍ଷରୁ ଅଧିକ ପ୍ରଶିକ୍ଷିତ ସୈନିକ ଅଛନ୍ତି। ଆଉ ସମସ୍ତ ସୈନିକ ଡ୍ରୋନ୍ ପରିଚାଳନାରେ ପାରଙ୍ଗମ। ଶତ୍ରୁ ଅଞ୍ଚଳରେ ପଶି ଡ୍ରୋନ୍ ଦ୍ୱାରା ଆକ୍ରମଣ କରିବାରେ ଏମାନେ ସିଦ୍ଧହସ୍ତ। ଭୈରବ ସ୍ପେଶାଲ ଫୋର୍ସର ଲକ୍ଷ୍ୟ, ଶତ୍ରୁ ବିରୁଦ୍ଧରେ ଦ୍ରୁତ ଏବଂ ଆକ୍ରମଣାତ୍ମକ ଆକ୍ରମଣ କରିବାକୁ ସକ୍ଷମ କରିବା।
କଠିନ ଏବଂ ସ୍ୱତନ୍ତ୍ର ତାଲିମ
ଭୈରବ କମାଣ୍ଡୋ ମାନଙ୍କୁ ପଦାତିକ ବାହିନୀରୁ ଚୟନ କରାଯାଇଛି। ଏବଂ ଆଧୁନିକ ଯୁଦ୍ଧର ଆବଶ୍ୟକତା ଅନୁଯାୟୀ କଠିନ ଏବଂ ସ୍ୱତନ୍ତ୍ର ତାଲିମ ଦିଆଯାଉଛି। ସେମାନଙ୍କୁ ସାମରିକ ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଅପରେସନ୍ ପରିଚାଳନା କରିବାର ଦାୟିତ୍ୱ ଦିଆଯିବ। ତେବେ ଏହି ବାଟାଲିୟନରେ ଯୋଗ ଦେଉଥିବା ସୈନ୍ୟ ମାନଙ୍କୁ ପ୍ରଥମେ 2-3 ମାସ ମୌଳିକ ଯୁଦ୍ଧ ତାଲିମ ଦିଆଯାଏ।
ପରେ ତାଙ୍କୁ ପ୍ରାୟ ଏକ ମାସର ଉନ୍ନତ ଏବଂ ନିର୍ଦ୍ଦିଷ୍ଟ ତାଲିମ ଦିଆଯାଏ। ଏଥିରେ କ୍ଲୋସ-କ୍ୱାର୍ଟର କମ୍ବାକ୍ଟ, ମାର୍ଶଲ ଆର୍ଟ, ଆଶ୍ଚର୍ଯ୍ୟଜନକ ଓ ଦ୍ରୁତ ଆକ୍ରମଣ, କ୍ଷୀପ୍ର ନିୟୋଜନ, ବିଦ୍ରୋହ ବିରୋଧୀ ଅପରେସନ୍ ଏବଂ ହିଟ୍-ଆଣ୍ଡ-ରନ୍ ଭଳି ରଣକୌଶଳ ଶିଖାଯାଏ ।
"ଭୈରବ" କମାଣ୍ଡୋଙ୍କ ତିନୋଟି ୟୁନିଟ ଉଧମପୁରରେ ସ୍ଥିତ ସେନାର ଗୁରୁତ୍ୱପୂର୍ଣ୍ଣ ଉତ୍ତର କମାଣ୍ଡ ଅଧୀନରେ ଅଛି। ଗୋଟିଏ ଲେହରେ 14ତମ କର୍ପସ, ଗୋଟିଏ ଶ୍ରୀନଗରରେ 15ତମ କର୍ପସ ଏବଂ ଗୋଟିଏ ନାଗ୍ରୋଟାରେ 16ତମ କର୍ପସରେ ନିଯୁକ୍ତ। ଚତୁର୍ଥ ୟୁନିଟ୍ ପଶ୍ଚିମ ସେକ୍ଟରର ମରୁଭୂମି ଅଞ୍ଚଳରେ ଏବଂ ପଞ୍ଚମଟି ପୂର୍ବ ସେକ୍ଟରର ପାହାଡ଼ିଆ ଅଞ୍ଚଳରେ ନିଯୁକ୍ତ। ଭବିଷ୍ୟତରେ ଏହିପରି ମୋଟ 25ଟି ବାଟାଲିଅନ ଗଠନ କରାଯିବାର ଯୋଜନା ଅଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/06/army-modern-warfare-force-2026-01-06-16-36-41.jpg)