Advertisment

Indian Army: କପି ହେବନି ସେନା ପୋଷାକ, ନମାନିଲେ ଆଇନ୍ ଅନୁଯାୟୀ ମିଳିବ ଦଣ୍ଡ

ଭାରତୀୟ ସେନାର ନୂଆ କୋଟ୍ କମ୍ବାଟ୍ (ଡିଜିଟାଲ୍ ପ୍ରିଣ୍ଟ)ର ବୌଦ୍ଧିକ ସମ୍ପତ୍ତି ଅଧିକାର ସଂରକ୍ଷିତ। କେବଳ ଭାରତୀୟ ସେନାର ପାଖରେ ରହିବ ଡିଜାଇନର ସ୍ୱତନ୍ତ୍ର ବୌଦ୍ଧିକ ସମ୍ପତ୍ତି ଅଧିକାର। ନୂଆ ଯୁଦ୍ଧ କୋଟ୍ ସେନାର ଏକମାତ୍ର ମାଲିକାନା ନେଇ ପ୍ରତିରକ୍ଷା ମନ୍ତ୍ରାଳଣ ପକ୍ଷରୁ ଘୋଷଣା କରାଯାଇଛି।

INDIAN-ARMY-NEW-DRESS

INDIAN-ARMY-NEW-DRESS Photograph: (OTV)

Advertisment

ଭାରତୀୟ ସେନାର ନୂଆ କୋଟ୍ କମ୍ବାଟ୍ (ଡିଜିଟାଲ୍ ପ୍ରିଣ୍ଟ)ର ବୌଦ୍ଧିକ ସମ୍ପତ୍ତି ଅଧିକାର ସଂରକ୍ଷିତ। କେବଳ ଭାରତୀୟ ସେନାର ପାଖରେ ରହିବ ଡିଜାଇନର ସ୍ୱତନ୍ତ୍ର ବୌଦ୍ଧିକ ସମ୍ପତ୍ତି ଅଧିକାର। ନୂଆ ଯୁଦ୍ଧ କୋଟ୍ ସେନାର ଏକମାତ୍ର ମାଲିକାନା ନେଇ ପ୍ରତିରକ୍ଷା ମନ୍ତ୍ରାଳଣ ପକ୍ଷରୁ ଘୋଷଣା କରାଯାଇଛି।

Advertisment

ଅଣ-ଅଧିକୃତ ସଂସ୍ଥା ସେନାର ନୂଆ ଯୁଦ୍ଧ କୋଟ୍ କମ୍ବାଟର ଡିଜାଇନ୍ କରିପାରବେନି। ପୁନଃଉତ୍ପାଦନ କିମ୍ବା ବାଣିଜ୍ୟ ପାଇଁ ବ୍ୟବହାର କଲେ ଆଇନ୍ ଅନୁଯାୟୀ ଦଣ୍ଡ ବିଧାନ ହେବା ନେଇ ଘଷୋଣା କରାଯାଇଛି। ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି (NIFT) ଦ୍ୱାରା ଡିଜାଇନ୍ ବିକଶିତ କରାଯାଇଥିବା ବେଳେ ୭ ଫେବ୍ରୁଆରୀ ୨୦୨୫ରେ ପେଟେଣ୍ଟ, ଡିଜାଇନ୍ ଏବଂ ଟ୍ରେଡମାର୍କ ମହାନିୟନ୍ତ୍ରକ, କୋଲକାତାଙ୍କ ନିକଟରେ ଡିଜାଇନ୍ ପଞ୍ଜିକୃତ ହୋଇଛି ।

୭ ଅକ୍ଟୋବର ୨୦୨୫ରେ ପେଟେଣ୍ଟ କାର୍ଯ୍ୟାଳୟର ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ହୋଇଥିବା ନେଇ ପ୍ରତିରକ୍ଷା ମନ୍ତ୍ରାଳଣ ପକ୍ଷରୁ କୁହାଯାଇଛି। ଏହି ତିନି-ସ୍ତରୀୟ ନୂତନ କୋଟ୍ କମ୍ବାଟ୍ ଉନ୍ନତ ବୈଷୟିକ କପଡ଼ାରେ ପ୍ରସ୍ତୁତ ହୋଇଛି। ବିବିଧ ଜଳବାୟୁ ଏବଂ କୌଶଳଗତ ପରିସ୍ଥିତିରେ ଆରାମ ଦାୟକ ହୋଇଥିବା ବେଳେ ସୈନିକଙ୍କ ଗତିଶୀଳତା ଏବଂ କାର୍ଯ୍ୟକ୍ଷମ ଦକ୍ଷତା ପାଇଁ ସହାୟକ ହେଉଛି। ଏପରି ସ୍ଥଳେ ସୈନିକଙ୍କ କଲ୍ୟାଣ ପ୍ରତି ସେନାର ପ୍ରତିବଦ୍ଧତା ଦୃଷ୍ଟିରୁ ନୂଆ କୋଟ୍ କମ୍ବାଟର ବୌଦ୍ଧିକ ସମ୍ପତ୍ତି ଅଧିକାର ସଂରକ୍ଷିତ ରଖାଯାଇଛି। ​​

Advertisment

ଭାରତୀୟ ସେନାର ନୂଆ କୋଟ୍ କମ୍ବାଟ୍ (ଡିଜିଟାଲ୍ ପ୍ରିଣ୍ଟ)ର ବୌଦ୍ଧିକ ସମ୍ପତ୍ତି ଅଧିକାର ସଂରକ୍ଷିତ
କେବଳ ଭାରତୀୟ ସେନାର ପାଖରେ ରହିବ ଡିଜାଇନର ସ୍ୱତନ୍ତ୍ର ବୌଦ୍ଧିକ ସମ୍ପତ୍ତି ଅଧିକାର
ନୂଆ ଯୁଦ୍ଧ କୋଟ୍ ସେନାର ଏକମାତ୍ର ମାଲିକାନା ନେଇ ପ୍ରତିରକ୍ଷା ମନ୍ତ୍ରାଳଣ ପକ୍ଷରୁ ଘୋଷଣା
ଅଣ-ଅଧିକୃତ ସଂସ୍ଥା କରିପାରିବେନି ସେନାର ନୂଆ ଯୁଦ୍ଧ କୋଟ୍ କମ୍ବାଟର ଡିଜାଇନ୍
ପୁନଃଉତ୍ପାଦନ କିମ୍ବା ବାଣିଜ୍ୟ ପାଇଁ ବ୍ୟବହାର କଲେ ଆଇନ୍ ଅନୁଯାୟୀ ଦଣ୍ଡନୀୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ