Advertisment

India signs historic Free Trade Agreement: ବଜେଟ୍ ପୂର୍ବରୁ ବଡ଼ ଡିଲ୍, ଏକାଥରେ ୟୁରୋପର ୨୭ ଦେଶ ସହ ସ୍ୱାକ୍ଷର ହେଇଛି ଚୁକ୍ତି

ଟ୍ରମ୍ପଙ୍କ ଟାରିଫ୍ ନାଲି ଆଖିକୁ ନୂଆଦିଲ୍ଲୀରେ ପାନେ। ୟୁରୋପୀୟ ୟୁନିଅନ ସହ ଭାରତର ବଡ଼ ବିଜନେସ୍ ଡିଲ୍। MOTHER OF ALL DEALS ସ୍ୱାକ୍ଷର।ମୋଦି କହିଲେ ସମୃଦ୍ଧିର ବ୍ଲୁ-ପ୍ରିଣ୍ଟ। ଶସ୍ତା ହେବ ଲଗଜରି କାର୍ ସମେତ ମେଡିସିନ୍ ଓ ଯନ୍ତ୍ରାଂଶ। ଆଇଟି ଓ ଜୁଏଲରୀ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସମ୍ଭାବନା।

India signs historic Free Trade Agreement

ବଜେଟ୍ ପୂର୍ବରୁ ବଡ଼ ଡିଲ୍ Photograph: (OTV)

Advertisment

ବଜେଟ୍ ପୂର୍ବରୁ ବଡ଼ ଡିଲ୍। ଏକାଥରେ ୟୁରୋପର ୨୭ ଦେଶ ସହ ସ୍ୱାକ୍ଷର ହେଇଛି ଚୁକ୍ତି। ଭାରତ-ୟୁରୋପୀୟ ସଂଘ ମଧ୍ୟରେ ସ୍ବାକ୍ଷରିତ ମୁକ୍ତ ବାଣିଜ୍ୟ ଚୁକ୍ତିର ସିଧା ଫାଇଦା ଭାରତୀୟ ବଜାର ଉପରେ ପଡ଼ିବ। ଶସ୍ତା ହେବ ଦାମୀ ଲକଜୁରୀ କାର୍ ସମେତ ମେଡିସିନ୍ ଓ ଯନ୍ତ୍ରାଂଶ। ତାସହ ଆଇଟିଠୁ ପରିବହନ, ଚମଡ଼ାଠୁ ଜୁଏଲରୀ କ୍ଷେତ୍ରରେ ସୃଷ୍ଟି ହେବ ନୂଆ ନିଯୁକ୍ତି। ୟୁରୋପୀୟ ସଂଘ ସହ ଡିଲ୍ ହେଲା, ଆଉ ଏହାର ସିଧା ଫାଇଦା ପାଇବ ଓଡ଼ିଶା। ରାଜ୍ୟର ସି’ଫୁଡ୍ ଶିଳ୍ପ ଏବେ ୟୁରୋପୀୟ ବଜାରରେ କରିବ ରାଜ୍। ସବୁଠୁ ବଡ଼ କଥା ହେଉଛି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଟାରିଫ ଓ ଚୀନର ଏକଚାଟିଆ ବେପାରକୁ ଏହି ଡିଲ୍ ପରେ ଲାଗିଛି ବଡ଼ ଝଟକା।

Advertisment

ଗୋଟିଏ ଡିଲ୍ ଫାଇଦା ଅନେକ...୧୮ ବର୍ଷ ଧରି ଯାହାକୁ ଅପେକ୍ଷା କରିଥିଲା ଭାରତ, ଏବେ ଆସିଛି ସେ ଦିନ। ୟେ ସେଇ ଐତିହାସିକ ମୁହୂର୍ତ୍ତ। ନୂଆଦିଲ୍ଲୀ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି-ୟୁରୋପୀୟ ସଂଘ ସଭାପତି ଉରସୁଲା ଭନ୍ ଡେର ଲେୟେନ ଏବଂ ୟୁରୋପୀୟ କାଉନସିଲ ସଭାପତି ଆଣ୍ଟୋନିଓ କୋଷ୍ଟା...ଏକାଠି ଟେକିଲେ ହାତ, ଏକାଠି ନେଲେ ସଙ୍କଳ୍ପ।ଦିଲ୍ଲୀରେ ସ୍ବାକ୍ଷର ହୋଇଛି ଭାରତ-ୟୁରୋପୀୟ ସଂଘ ଭିତରେ ମୁକ୍ତ ବାଣିଜ୍ୟ ଚୁକ୍ତି...ଯାହାକୁ ସରଳ ଭାଷାରେ ବୁଝିଲେ ସବୁ ଡିଲର ଜନନୀ । ୟୁରୋପର ୨୭ ଦେଶ ସହ ଏକାଥରେ ଚୁକ୍ତି ସ୍ୱାକ୍ଷର କରିଛି ଭାରତ। ଆଉ ଏହି ଚୁକ୍ତି ସହ ବାଣିଜ୍ୟରୁ ପରିବହନ, ନିଯୁକ୍ତିରୁ ସମ୍ପର୍କ ସବୁଥିରେ ଆସିବ ସୁଧାର।

ଏବେ ଆସନ୍ତୁ ଟିକିଏ ନଜର ପକାଇବା, ଏହି ଚୁକ୍ତି ଫଳରେ କ’ଣ କ’ଣ ହେବ ଶସ୍ତା:-

(୧) କମିଯିବ ଲକଜୁରୀ କାର୍ ଦର। ମର୍ସିଜ୍, BMW, ଆଓଡି, ପୋର୍ସେ, ଫୋକ୍ସ ୱାଗନ୍ ଭଳି ଭାରତୀୟ ବଜାରରେ ବେଶ୍ ଚାହିଦା ରଖିଥିବା କାର୍ ଦର ପ୍ରାୟ ଅଧା ହେଇଯିବ। ଏସବୁ ଉପରେ ୧୧୦ ପ୍ରତିଶତ ଆମଦାନୀ ଶୁଳ୍ପ ଲାଗୁଥିଲା, ଯାହା ୪୦ ପ୍ରତିଶତକୁ ଖସିଛି। ଫଳରେ କୋଟିଏ ଟଙ୍କାର କାର୍ ୫୦ରୁ ୬୦ ଲକ୍ଷରେ ମିଳିବ। 

Advertisment

(୨) ଶସ୍ତା ହେଇଯିବ ମହଙ୍ଗା କ୍ୟାନସର ମେଡିସିନ୍। ଭାରତରେ କ୍ୟାନସର ସହ ଏକାଧିକ ଦୁଃସାଧ୍ୟ ରୋଗ ପାଇଁ ୟୁରୋପରୁ ଆମଦାନୀ ହୁଏ ଔଷଧ। ଚିକିତ୍ସା ପାଇଁ ଦାମୀ ଉପକରଣ ବି ଆସେ। ଏସବୁ ଉପରେ ଟ୍ୟାକ୍ସ କମିବ। ଖାଲି ଆମଦାନୀ ନୁହେଁ ୨୭ ୟୁରୋପୀୟ ରାଷ୍ଟ୍ରକୁ ସମାନ ଭାବେ ଭାରତରେ ପ୍ରସ୍ତୁତ ମେଡିସିନ୍ ବି ରପ୍ତାନୀ ହେବ।

(୩) ଶସ୍ତା ହେବ ଦାମୀ ମୋବାଇଲ୍ ଫୋନ୍। ମୋବାଇଲ, ଏୟାରକ୍ରାଫ୍ଟ ଏବଂ ହାଇଟେକ୍ ଇଲେକଟ୍ରୋନିକ୍ସ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ହ୍ରାସ ହେବ। ଫଳରେ ଭାରତରେ ଏସବୁର ନିର୍ମାଣ ବଢ଼ିବ। ସବୁଠୁ ଅଧିକ ଫାଇଦା ଭାରତୀୟ ସେଲ୍ ଫୋନ୍ ଇଣ୍ଡଷ୍ଟ୍ରି ଉପରେ ପଡ଼ିବ। 

Advertisment

(୪) ଲୁହା, ଷ୍ଟିଲ୍, ରାସାୟନିକ ସାମଗ୍ରୀ, ଚମଡ଼ା, ବହୁମୂଲ୍ୟ ରତ୍ନପଥର ଉପରେ ଜିରୋ ଶୁଳ୍କ। ଫଳରେ ବିନା କୌଣସି ଟ୍ୟାକ୍ସ ପ୍ରତିବନ୍ଧକରେ ଏସବୁ ଭାରତକୁ ଆସିବ। ଯାହା ସିଧା କୃଷିଠୁ ଶିଳ୍ପ ଉପରେ ପ୍ରଭାବ ପକାଇବ। ଶସ୍ତା ହେଇଯିବ ଚମଡ଼ାରେ ପ୍ରସ୍ତୁତ ସାମଗ୍ରୀ। ତାସହ ରତ୍ନପଥର ଉପରେ ଟ୍ୟାକ୍ସ ହଟିବାରୁ ଜୁଏଲାରୀ ବ୍ୟବସାୟ ଉପରେ ଏହାର ପ୍ରଭାବ ପଡ଼ିବ।

(୫) ଭାରତ-ୟୁରୋପ ଭିତରେ ଡିଲ୍ କିନ୍ତୁ ଫାଇଦା ପାଇବ ଓଡ଼ିଶା। ଏଠୁ ୟୁରୋପକୁ ଯାଉଥିବା ସି’ଫୁଡ୍ କୁ ମିଳିବ ଅଧିକ ଗୁରୁତ୍ବ ଓ ପ୍ରାଥମିକତା। ଭାରତର ସିଫୁଡ୍ କୁ ୟୁରୋପର ସମସ୍ତ ଦେଶର ବଜାରରେ କମ୍ ଶୁଳ୍କ କିମ୍ବା ଶୁଳ୍କ ବିନା ବିକ୍ରି କରିବାର ବିଶେଷ ସୁଯୋଗ ମିଳିବ।

(୬) ପ୍ରତିବର୍ଷ ଫ୍ରାନ୍ସ, ଇଟାଲୀ, ସ୍ପେନ୍ ରୁ ଦାମୀ ଓ ବ୍ରାଣ୍ଡେଡ୍ ୱାଇନ୍ ଭାରତକୁ ଆସେ। ପୂର୍ବରୁ ଏଥିରେ ୧୫୦ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁଥିଲା ଯାହା ୨୦ ପ୍ରତିଶତକୁ ଖସି ଆସିବ। ଫଳରେ ଭାରତୀୟ ବଜାରରେ ୱାଇନ୍, ଭୋଡକା, ଜିନ୍ ଶସ୍ତାରେ ମିଳିବ। ଖାଲି ୟୁରୋପରୁ ନୁହେଁ ଭାରତରୁ ବି ସମାନ ପରିମାଣରେ ପ୍ରସ୍ତୁତ ୱାଇନ୍ ୟୁରୋପ ବଜାରରେ ପ୍ରବେଶ କରିବ। 

ଭାରତ-ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ଚୁକ୍ତି କେବଳ ଡିଲ୍ ନୁହେଁ ଏହା ସାରା ବିଶ୍ବକୁ ଦେଇଛି ବଡ଼ ସନ୍ଦେଶ। ଟ୍ରମ୍ପଙ୍କ ଟାରିଫ୍ ମାଡ଼ ଓ ବର୍ଷ ବର୍ଷ ଧରି ବିଶ୍ବ ବଜାର ଉପରେ ଆମେରିକା ଓ ଚୀନର ଏକଚାଟିଆ ନାଲି ଆଖିକୁ ୟେ ଶକ୍ତ ଚାପୁଡ଼ା। ୟୁରୋପର ୨୭ ଦେଶରେ ୧୭ ପ୍ରତିଶତ ଭାରତୀୟ ସାମଗ୍ରୀର ଦବଦବା ରହିଛି। ଏହି ଡିଲ୍ ପରେ ଏହା ୨୦ ଟ୍ରିଲିୟନ୍ ଡଲାର୍ ବଜାରରେ ଭାରତୀୟ ସାମଗ୍ରୀ ପ୍ରବେଶ କରିଛି। ପ୍ରତକ୍ଷ୍ୟ ଓ ପରୋକ୍ଷରେ ଭାରତର ଟେକ୍ସଟାଇଲ୍, ଚମଡ଼ା, ଜୁଏଲାରୀ ଶିଳ୍ପରେ ବଡ଼ ନିଯୁକ୍ତି ସୃଷ୍ଟି କରିବ।ଆଇଟି, ଟେଲିକମ୍, ପରିବହନ କ୍ଷେତ୍ରରେ ନୂଆ ଶିଳ୍ପ ନିର୍ମାଣକୁ ପ୍ରୋତ୍ସାହିତ କରିବ।

ଖାଲି ବାଣିଜ୍ୟ ନୁହେଁ ଏହି ଡିଲ୍ ଏବେ ୟୁରୋପ ଓ ଭାରତ ମଧ୍ୟରେ ସମ୍ପର୍କକୁ ନୂଆ ପରିଭାଷା ଦେଇଛି। ସେଥିପାଇଁ ତ ନିଜ ଅଭିଭାଷଣ ବେଳେ ଗୋଆରେ ଥିବା ନିଜ ପୌତୃକ ଘର ଓ ପ୍ରବାସୀ ଭାରତୀୟ କାର୍ଡକୁ ଦେଖାଇଥିଲେ ୟୁରୋପୀୟ କାଉନସିଲ ସଭାପତି ଆଣ୍ଟୋନିଓ କୋଷ୍ଟା। ସେହିଭଳି ଗତକାଲି ପରି ଆଜି ବି ୟୁରୋପୀୟ ସଂଘ ସଭାପତି ଉରସୁଲା ଭନ୍ ଡେର୍ ଭାରତୀୟ ବନ୍ଦ୍ ଗଲା ସୁଟ୍ ପିନ୍ଧିଥିଲେ।

Budget Indian Govt India EU Deal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ